ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ମେହୁଲ ଚୋକସୀଙ୍କ ପ୍ରତ୍ୟର୍ପଣ ନେଇ ପ୍ରସ୍ତୁତି ଜୋରଦାର, ବେଲଜିୟମ ସରକାରଙ୍କ ସହ ଆଲୋଚନା

Published By : Ankita S | April 18, 2025 12:43 PM

ନୂଆଦିଲ୍ଲୀ,୧୮/୦୪: ମୁମ୍ବାଇ ଆତଙ୍କୀ ଆକ୍ରମଣର ଅଭିଯୁକ୍ତ ତହବୁର ରାଣା ପରେ ଖୁବଶୀଘ୍ର ଭାରତ ଫେରିବ ପିଏନ୍‌ବି ଘୋଟଲାର ସୁତ୍ରଧର ମେହୁଲ ଚୋକସୀ । ଭାରତ ସରକାର ବେଲଜିୟମ୍‌ ସରକାରଙ୍କ ସହ ମିଶି ପଳାତକ ହୀରା ବ୍ୟବସାୟୀ ମେହଲୁ ଚୋକସୀକୁ ପ୍ରତ୍ୟର୍ପଣ କରିବାକୁ ପ୍ରକ୍ରିୟା ଜୋରଦାର କରିଛନ୍ତି । ବେଲଜିୟମ ସରକାରଙ୍କ ସହିତ ଆଲୋଚନା ହୋଇଥିବା ନେଇ ସୂଚନା ଦେଇଛନ୍ତି ବୈଦେଶିକ ବ୍ୟାପାର ମୁଖପାତ୍ର ରଣବୀର ଜୈସ୍ୱାଲ । ସେପଟେ ଚୋକସୀ କେଉଁ ଦେଶର ନାଗରିକ ଜଣାଇବାକୁ ଇଡିକୁ ବମ୍ବେ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ପ୍ରତ୍ୟର୍ପଣ ନେଇ ବୈଦେଶିକ ବ୍ୟାପାର ମୁଖପାତ୍ର ରଣବୀର ଜୈସ୍ୱାଲ କହିଛନ୍ତି, ଭାରତର ଅନୁରୋଧ ଆଧାରରେ ବେଲିଜିୟମରୁ ମେହୁଲ ଚୋକସୀଙ୍କୁ ଗିରଫ କରାଯାଇଥିଲା । ଆମେ ବେଲଜିୟମ ଅଧିକାରୀଙ୍କ ସହିତ ମିଶି କାମ କରୁଛୁ ଫଳରେ ମେହୁଲକୁ ଭାରତ ଅଣାଯାଇପାରିବ ଓ ମକଦ୍ଦମା ଆଗକୁ ବଢିବ ।

ଅଧିକ ପଢନ୍ତୁ...ପିଏନବି ଘୋଟାଲା; ବେଲଜିୟମରୁ ବନ୍ଧା ହେଲା ପଳାତକ ମେହୁଲ ଚୋକସି

ଦୀର୍ଘ ଦିନର ଲୁଚକାଳି ଖେଳ ପରେ ଜାଲରେ ପଡ଼ିଥିଲା ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସୀ । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନ୍‌ବି)ର ୧୪ ହଜାର କୋଟି ମହାଘୋଟଲାର ସୁତ୍ରଧର ମେହୁଲ ଚୋକସୀ । ଭାରତୀୟ ତଦନ୍ତ ଏଜେନ୍ସିଗୁଡିକର ପ୍ରତ୍ୟର୍ପଣ ଆବେଦନ ପରେ ଏପ୍ରିଲ ୧୨ରେ ତାଙ୍କୁ ଗିରଫ କରିଥିଲା ବେଲଜିୟମ ପୋଲିସ । ପିଏନ୍‌ବିରୁ କୋଟି କୋଟି ଋଣ ଜାଲିଆତି କରି ୨୦୧୮ରେ ଭାରତରୁ ଫେରାର ହୋଇଯାଇଥିଲେ ମେହୁଲ । ବର୍ଷ ବର୍ଷ ଧରି କୋର୍ଟ ଏବଂ ତଦନ୍ତ ଏଜେନ୍ସିଗୁଡିକୁ ଚକମା ଦେବା ପରେ ଶେଷରେ କବ୍‌ଜାକୁ ଆସିଥିଲେ । ୬୫ ବର୍ଷୀୟ ଚୋକ୍‌ସୀଙ୍କୁ ବେଲଜିୟମରୁ ଏକ ହସ୍ପିଟାଲରୁ ଗିରଫ କରାଯାଇଥିଲା । ୨୦୧୮ରୁ ଫେରାର ଥିବା ମେହୁଲ ପୂର୍ବରୁ ବି ଗିରଫ ହୋଇ ଖସିଥିଲେ । ପତ୍ନୀ ପ୍ରୀତିଙ୍କ ସହିତ ମେହୁଲ ବେଲଜିୟମରେ ରହୁଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.