​​​​​​​ପାରଲାଖେମୁଣ୍ଡି, ୨୬/୧୦ (ଆପ୍ର) : ଆଗାମୀ ସାମ୍ଭାବ୍ୟ ବାତ୍ୟାକୁ ପାଇଁ ଗଜପତି ଜିଲ୍ଲାପାଳଙ୍କ ତରଫରୁ ସତର୍କ ସୂଚନା ଦିଆଯାଇଛି  । ୭ଟି ବ୍ଲକରେ ଏବଂ ଦୁଇଟି ପୌରାଞ୍ଚଳରେ ଜଣେ ଜିଲ୍ଲାସ୍ତରୀୟ ଅଧୀକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ଏହା ସହିତ ପ୍ରତି ସ୍କୁଲ ଓ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଗୁଡ଼ିକ ଆଶ୍ରୟ ସ୍ଥଳ ରୁପେ ପ୍ରସ୍ତୁତ ରଖାଯାଇଛି ବୋଲି ଜିଲ୍ଲାପାଳ ମଧୁମିତା କହିଛନ୍ତି ।

ସମସ୍ତ ପର୍ଯ୍ୟଟନ ସ୍ଥଳକୁ ଜନସାଧାରଣ ଓ ପର୍ଯ୍ୟଟକ ମାନଙ୍କୁ ଯିବା ପାଇଁ ମଧ୍ଯ ବାରଣ କରାଯାଇଛି । ଏହା ସହିତ ଏକ ହେଲ୍ପ ଲାଇନ ନମ୍ବର ଜାରି କରାଯିବ ଏବଂ ଦୁଇଟି ଓଡ୍ରାଫ ଟିମ୍ ମୁତୟନ କରାଯିବ । ପ୍ରତେକ ବ୍ଲକ ପ୍ରଶାସନ ଓ ସଂପକ୍ତ ଅଧିକାରୀ ମାନଙ୍କୁ ମଧ୍ୟ ସତର୍କ ରହିବାକୁ ନିର୍ଦେଶ ଦିଆଯାଇଛି। ଏହା ସହିତ ସୋମବାର ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ଛୁଟି ବାତିଲ୍ କରାଯାଇଛି ବୋଲି ସୁଚନା ଦେଇଛନ୍ତି । ଏହା ସହିତ ଡାକବାଜି ଦ୍ବାରା ଘୋଷଣା ମଧ୍ୟ କାରାଯାଇଛି । ସୂଚନାଯୋଗ୍ୟ  ଯେ ଗତ ଲଗାଣ ବର୍ଷାରେ ଜିଲ୍ଲାରେ ପର୍ଯ୍ୟଟନ ସ୍ଥଳଗୁଡିକ ବ୍ୟାପକ ନଷ୍ଟ ହୋଇଥିଲା ।