ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

'ଆମେ ତୁମକୁ ଆଣିବାକୁ ଆସୁଛୁ' , ସୁନୀତା ୱିଲିୟମ୍ସଙ୍କୁ ବିଶେଷ ବାର୍ତ୍ତା ପଠାଇଲେ ଟ୍ରମ୍ପ

Published By : Anindita Ratha | March 7, 2025 2:35 PM

ନୂଆଦିଲ୍ଲୀ,୦୭/୦୩:   ଖୁବଶୀଘ୍ର ଫେରିବାକୁ ଯାଉଛନ୍ତି  ଭାରତୀୟ ବଶୋଂଦ୍ଭବ ମହିଳା ମହାକାଶଚାରୀ  ସୁନୀତ ଓ୍ବିଲିୟମ୍ସ  ଓ ବୁଚ୍‌ ବିଲ୍ମୋର । ଏନେଇ ଘୋଷଣା କରିଛନ୍ତି  ଆମେରିକା ରାଷ୍ଟ୍ରପତି ଡ଼ୋନାଲ୍ଡ଼ ଟ୍ରମ୍ପ । ସୁନୀତ ଓ୍ବିଲିୟମ୍ସ ବୁଚ୍ ଓ୍ବିଲମୋରଙ୍କ ସହ ଗତ ୯ ମାସ ଧରି  ମହାକାଶରେ ଅଛନ୍ତି । 

ତେବେ ଓବଲ ଅଫିସରେ ପତ୍ରକାରଙ୍କୁ ସମ୍ବୋଧିତ କରି ଟ୍ରମ୍ପ କହିଛନ୍ତି ଯେ, 'ଆମେ ଆପଣଙ୍କୁ ଭଲ ପାଉଛୁ  ଓ ଖୁବଶୀଘ୍ର ଆପଣଙ୍କୁ ଆଣିବାକୁ ଯାଉଛୁ ।  ରାଷ୍ଟ୍ରପତି ଆହୁରି ମଧ୍ୟ କହିଛନ୍ତି ଯେ, ଯେତେବେଳେ ୨ ମହାକାଶଚାରୀ ଫେରିବେ ସେତେବେଳେ ସେ ତାଙ୍କର ସ୍ବାଗତ କରିବା ପାଇଁ ପ୍ରସ୍ତୁତ ରହିବେ ।' ଅନ୍ୟପଟେ ଟ୍ରମ୍ପ ବାଇଡ଼େନ୍ ପ୍ରଶାସନକୁ ମଧ୍ୟ କଟାକ୍ଷ କରି କହିଛନ୍ତି ଯେ,ଆପଣଙ୍କୁ ଏତେ ସମୟ ଧରି ସେଠାରେ ରହିବାର ନ ଥିଲା । ଆମର ଇତିହାସରେ ସବୁଠୁ ଅକ୍ଷମ ରାଷ୍ଟ୍ରପତି ଆପଣଙ୍କ ସହ ଏଭଳି ହେବାକୁ ଦେଲେ । କିନ୍ତୁ ମୁଁ ଏଭଳି ହେବାକୁ ଦେବିନି । ଏହାପୂର୍ବରୁ ସ୍ପେସଏକ୍ସ ସିଇଓ ଏଲନ ମସ୍କ ମଧ୍ୟ ପୂର୍ବ ରାଷ୍ଟ୍ରପତି ଜୋ ବାଇଡ଼େନଙ୍କୁ ମହାକାଶଚାରୀଙ୍କୁ  ଉଦ୍ଧାର କରିବା ପାଇଁ ମହାକାଶ ଯାନ ପଠାଇବାକୁ ମନା କରିଥିବାରୁ ତାଙ୍କୁ ଦାୟୀ କରିଛନ୍ତି ।

 ଏହା ମଧ୍ୟ ପଢନ୍ତୁ- ମହାକାଶଚାରୀଙ୍କୁ ସୁସ୍ଥ ରଖିବେ ଅଣୁଜୀବ, ଅଧ୍ୟୟନ ରିପୋର୍ଟରେ ଦାବି

ଆଉ ଦାୟୀ କରିଛନ୍ତି ଯେ, ବାଇଡ଼େନଙ୍କ ୟୋଗୁଁ ମିଶନରେ ଅନାବାଶ୍ୟକ ଡ଼େରି ହୋଇଛି । ସେପଟେ   ମହାକାଶଚାକୀ ବୁଚ୍ ବିଲ୍ମୋର ମଧ୍ୟ ପ୍ରେସ କନଫରେନ୍ସ ସମୟରେ କହିଛନ୍ତି ଯେ, ମୁଁ କେବଳ ଏତିକି କହିପାରିବି କି, ଏଲନ ମସ୍କ ଯାହା କୁହନ୍ତି । ତାହା ତଥ୍ୟ ଉପରେ ଆଧାରିତ । ମୁଁ ତାଙ୍କ ଉପରେ ବିଶ୍ବାସ କରେ ।  ପ୍ରକାଶ ଥାଉକି, ଓ୍ବିଲିୟମ୍ସ ଓ ବୁଚ୍ ଓ୍ବିଲମୋର ୨୦୨୩ ଜୁନରେ ବୋଇଂ ଷ୍ଟାରଲାଇନର  କ୍ୟାପସୁଲରେ ଆଇଏସଏସ ପହଞ୍ଚିଥିଲେ । ଏହା ବୋଇଂର ପ୍ରଥମ ମାନବଯୁକ୍ତ ମିଶନ ଥିଲା । କିନ୍ତୁ ଯାନ୍ତ୍ରିକ ତ୍ରୁଟି ଯୋଗୁଁ  ନାସା ଏହାକୁ ବିପଦ ଭାବି ଖାଲି ପଠାଇ ଦେଇଥିଲା । 



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.