ନୂଆଦିଲ୍ଲୀ,୦୭/୦୩:   ଖୁବଶୀଘ୍ର ଫେରିବାକୁ ଯାଉଛନ୍ତି  ଭାରତୀୟ ବଶୋଂଦ୍ଭବ ମହିଳା ମହାକାଶଚାରୀ  ସୁନୀତ ଓ୍ବିଲିୟମ୍ସ  ଓ ବୁଚ୍‌ ବିଲ୍ମୋର । ଏନେଇ ଘୋଷଣା କରିଛନ୍ତି  ଆମେରିକା ରାଷ୍ଟ୍ରପତି ଡ଼ୋନାଲ୍ଡ଼ ଟ୍ରମ୍ପ । ସୁନୀତ ଓ୍ବିଲିୟମ୍ସ ବୁଚ୍ ଓ୍ବିଲମୋରଙ୍କ ସହ ଗତ ୯ ମାସ ଧରି  ମହାକାଶରେ ଅଛନ୍ତି । 

ତେବେ ଓବଲ ଅଫିସରେ ପତ୍ରକାରଙ୍କୁ ସମ୍ବୋଧିତ କରି ଟ୍ରମ୍ପ କହିଛନ୍ତି ଯେ, 'ଆମେ ଆପଣଙ୍କୁ ଭଲ ପାଉଛୁ  ଓ ଖୁବଶୀଘ୍ର ଆପଣଙ୍କୁ ଆଣିବାକୁ ଯାଉଛୁ ।  ରାଷ୍ଟ୍ରପତି ଆହୁରି ମଧ୍ୟ କହିଛନ୍ତି ଯେ, ଯେତେବେଳେ ୨ ମହାକାଶଚାରୀ ଫେରିବେ ସେତେବେଳେ ସେ ତାଙ୍କର ସ୍ବାଗତ କରିବା ପାଇଁ ପ୍ରସ୍ତୁତ ରହିବେ ।' ଅନ୍ୟପଟେ ଟ୍ରମ୍ପ ବାଇଡ଼େନ୍ ପ୍ରଶାସନକୁ ମଧ୍ୟ କଟାକ୍ଷ କରି କହିଛନ୍ତି ଯେ,ଆପଣଙ୍କୁ ଏତେ ସମୟ ଧରି ସେଠାରେ ରହିବାର ନ ଥିଲା । ଆମର ଇତିହାସରେ ସବୁଠୁ ଅକ୍ଷମ ରାଷ୍ଟ୍ରପତି ଆପଣଙ୍କ ସହ ଏଭଳି ହେବାକୁ ଦେଲେ । କିନ୍ତୁ ମୁଁ ଏଭଳି ହେବାକୁ ଦେବିନି । ଏହାପୂର୍ବରୁ ସ୍ପେସଏକ୍ସ ସିଇଓ ଏଲନ ମସ୍କ ମଧ୍ୟ ପୂର୍ବ ରାଷ୍ଟ୍ରପତି ଜୋ ବାଇଡ଼େନଙ୍କୁ ମହାକାଶଚାରୀଙ୍କୁ  ଉଦ୍ଧାର କରିବା ପାଇଁ ମହାକାଶ ଯାନ ପଠାଇବାକୁ ମନା କରିଥିବାରୁ ତାଙ୍କୁ ଦାୟୀ କରିଛନ୍ତି ।

 ଏହା ମଧ୍ୟ ପଢନ୍ତୁ- ମହାକାଶଚାରୀଙ୍କୁ ସୁସ୍ଥ ରଖିବେ ଅଣୁଜୀବ, ଅଧ୍ୟୟନ ରିପୋର୍ଟରେ ଦାବି

ଆଉ ଦାୟୀ କରିଛନ୍ତି ଯେ, ବାଇଡ଼େନଙ୍କ ୟୋଗୁଁ ମିଶନରେ ଅନାବାଶ୍ୟକ ଡ଼େରି ହୋଇଛି । ସେପଟେ   ମହାକାଶଚାକୀ ବୁଚ୍ ବିଲ୍ମୋର ମଧ୍ୟ ପ୍ରେସ କନଫରେନ୍ସ ସମୟରେ କହିଛନ୍ତି ଯେ, ମୁଁ କେବଳ ଏତିକି କହିପାରିବି କି, ଏଲନ ମସ୍କ ଯାହା କୁହନ୍ତି । ତାହା ତଥ୍ୟ ଉପରେ ଆଧାରିତ । ମୁଁ ତାଙ୍କ ଉପରେ ବିଶ୍ବାସ କରେ ।  ପ୍ରକାଶ ଥାଉକି, ଓ୍ବିଲିୟମ୍ସ ଓ ବୁଚ୍ ଓ୍ବିଲମୋର ୨୦୨୩ ଜୁନରେ ବୋଇଂ ଷ୍ଟାରଲାଇନର  କ୍ୟାପସୁଲରେ ଆଇଏସଏସ ପହଞ୍ଚିଥିଲେ । ଏହା ବୋଇଂର ପ୍ରଥମ ମାନବଯୁକ୍ତ ମିଶନ ଥିଲା । କିନ୍ତୁ ଯାନ୍ତ୍ରିକ ତ୍ରୁଟି ଯୋଗୁଁ  ନାସା ଏହାକୁ ବିପଦ ଭାବି ଖାଲି ପଠାଇ ଦେଇଥିଲା ।