ପ୍ରମୂଖ ଖବର
  • ଆସନ୍ତା ୨୧ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି
  • ||
  • କଂଗ୍ରେସର ଓଡ଼ିଶା ବନ୍ଦ ଡାକରା, ଶାନ୍ତି ଶୃଙ୍ଖଳାରେ ବନ୍ଦକୁ ସମର୍ଥନ କରିବାକୁ ଭକ୍ତଙ୍କ ଅପିଲ୍
  • ||
  • ମୟୂରଭଞ୍ଜ : ଅନ୍ଧ ବିଶ୍ୱାସ ଓ ତନ୍ତ୍ର ପୂଜା ପାଇଁ ଘରେ ରଖିଥିଲେ ବାଘ ଛାଲ, ୭ ଅଭିଯୁକ୍ତ ଗିରଫ
  • ||
  • ଗୁରୁବାର ମହାପ୍ରଭୁଙ୍କର ବନକଲାଗି ନୀତି, ସନ୍ଧ୍ୟା ସାଢେ ୬ଟାରୁ ରାତି ୧୧ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ
  • ||
  • ଜଳେଶ୍ବର: ବିଜୁ ଜନତା ଦଳ ପକ୍ଷରୁ ବାଲେଶ୍ୱର ଜିଲ୍ଲା ବନ୍ଦ ଡାକରା, ଦିନ ୨ଟା ପର୍ଯ୍ୟନ୍ତ ଚକଅଖ ବନ୍ଦ
  • ||
  • ନୂଆପଡ଼ା: ମର୍ଣ୍ଣିଙ୍ଗ ୱାକ କରିବା ବେଳେ ଅଘଟଣ; ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ,୨ ଗୁରୁତର
  • ||
  • ମୟୂରଭଞ୍ଜ: ରକ୍ତ ସମ୍ପର୍କରେ ରକ୍ତ ଛିଟା; ବୃଦ୍ଧ ବାପା ଓ ମାଆଙ୍କୁ ହତ୍ୟାକଲା ମଦ୍ୟପ ପୁଅ
  • ||
  • ଗଞ୍ଜାମ : ଭାରସାମ୍ୟ ହରାଇ ଘରେ ପଶିଲା କାର୍; ଜଣେ ମୃତ, ୪ଆହତ
  • ||
  • ଓଡ଼ିଶା ବନ୍ଦ ପାଇଁ ଟିଏଲ୍‌ଟି ନିଯୁକ୍ତି ପରୀକ୍ଷା ସ୍ଥଗିତ, ୧୮ରେ ହେବ ପରୀକ୍ଷା
  • ||
  • ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା, ୧୯ ଯାଏ ଢାଳିବ
  • ||
  • ଆମେରିକାର ଟାରିଫ୍‌ ଛାଟରେ ଚିନ୍ତାରେ ଏସୀୟ ଦେଶ : ପୋଷାକ ରପ୍ତାନିରେ ଲାଭ ଉଠାଇପାରିବ ଭାରତ
  • ||
  • ନୂଆପଡ଼ା : ମର୍ଣ୍ଣିଙ୍ଗ ୱାକ କରିବା ବେଳେ ଅଘଟଣ; ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ,୨ ଗୁରୁତର
  • ||

ମହାକାଶଚାରୀଙ୍କୁ ସୁସ୍ଥ ରଖିବେ ଅଣୁଜୀବ, ଅଧ୍ୟୟନ ରିପୋର୍ଟରେ ଦାବି

Published By : Anindita Ratha | March 7, 2025 1:56 PM

ନୂଆଦିଲ୍ଲୀ,୦୭/୦୩: ବର୍ତ୍ତମାନ ମଣିଷ ଜାତିର ଏକ ବଡ଼ ସ୍ୱପ୍ନ ହୋଇଛି ମହାକାଶରେ ବସବାସ କରିବା । ଏଥିପାଇଁ ବହୁ ବୈଜ୍ଞାନିକ, ଅଧ୍ୟୟନକାରୀଙ୍କ ସମେତ ଅନେକ ଅରବପତି ଲାଗିଛନ୍ତି ବିଭିନ୍ନ ମିଶନରେ। ପୃଥିବୀର ନିମ୍ନ କକ୍ଷପଥରେ ଇଣ୍ଟରନ୍ୟାସନାଲ ସ୍ପେସ୍‌ ଷ୍ଟେଶନରେ କେତେକ ମହାକାଶଚାରୀ ଏହି ସ୍ୱପ୍ନକୁ ବଞ୍ଚୁଥିଲେ ହେଁ ମହାକାଶରେ ମଣିଷ ରହିବା ଭଳି ଅନୁକୂଳ ପରିବେଶ କରିବା ଲାଗି ଆହୁରି ଅନେକ କିଛି କରାଯିବା ବାକି ଅଛି । ସ୍ପେସ୍‌ ଷ୍ଟେଶନରେ ମହାକାଶଚାରୀମାନେ ବହୁ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥାନ୍ତି । ମହାକାଶରେ କ୍ଷତିକାରକ ବିକିରଣ ଯୋଗୁଁ ସେମାନଙ୍କ ସ୍ୱାସ୍ଥ୍ୟ ପ୍ରଭାବିତ ହେଉଥିବାବେଳେ ଏହା ବୈଦ୍ୟୁତିକ ଉପକରଣକୁ ମଧ୍ୟ ହାନି ପହଞ୍ଚାଇଥାଏ । 

ଏଥିସହ ମହାକାଶରେ ମାଧ୍ୟାକର୍ଷଣ ବଳ ଅନୁଭୂତ ନ ହେବା ଯୋଗୁ ମଧ୍ୟ ଏହାର ପ୍ରଭାବ ମହାକାଶଚାରୀଙ୍କ ସ୍ୱାସ୍ଥ୍ୟ ଉପରେ ପଡ଼ିଥାଏ । ସେମାନେ ଉଭୟ ଶାରୀରିକ ଏବଂ ମାନସିକ ଭାବେ ପ୍ରଭାବିତ ହୋଇଥାନ୍ତି । ସ୍ପେସ୍‌ରେ ମହାକାଶଚାରୀ ଭୋଗୁଥିବା ଏହି ସମସ୍ୟାଗୁଡ଼ିକ ଭିତରୁ ଅନେକକୁ ଅଣୁଜୀବମାନେ ସମାଧାନ କରିପାରିବେ ବୋଲି ନିକଟରେ ଏକ ଅଧ୍ୟୟନରୁ ଜଣାପଡ଼ିଛି ।  ‘ସେଲ୍‌ ପ୍ରେସ୍‌’ରେ ପ୍ରକାଶିତ ଏକ ନୂଆ ଅଧ୍ୟୟନ ରିପୋର୍ଟ ଅନୁସାରେ, ମହାକାଶଚାରୀଙ୍କ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହେବା, ଚର୍ମରେ ସଂକ୍ରମଣ ଏବଂ ଅନ୍ୟ ସଂକ୍ରାମକ ସ୍ୱାସ୍ଥ୍ୟଗତ ସମସ୍ୟା କାରଣ ମୁଖ୍ୟତଃ ଅଣୁଜୀବଙ୍କ ଅନୁପସ୍ଥିତି ଯୋଗୁ ହୋଇପାରେ । ପୃଥିବୀରେ ମାନବ ଅନୁକୂଳ ପରିବେଶ ତୁଳନାରେ ସ୍ପେସ୍‌ ଷ୍ଟେଶନରେ ଅଣୁଜୀବଙ୍କ ଉପସ୍ଥିତି ତଥା ସେମାନଙ୍କ ବିବିଧତା ଯଥେଷ୍ଟ କମ୍‌ । ସେଠାରେ ଥିବା ଅଣୁଜୀବଙ୍କ ମଧ୍ୟରୁ ଅଧିକାଂଶ ମଣିଷ ଦ୍ୱାରା ପୃଥିବୀରୁ ଯାଇଛି ।

ସେହିଭଳି ପ୍ରାକୃତିକ ଅଣୁଜୀବଙ୍କ ଅଧିକ ମାତ୍ରାରେ ଉପସ୍ଥିତି ମହାକାଶରେ ମଣିଷର ଶରୀର ପ୍ରତି ବହୁମାତ୍ରାରେ ଉପଯୋଗୀ ହୋଇପାରେ । ସାନ୍‌ ଡିଏଗୋ ସ୍ଥିତ କାଲିଫର୍ଣ୍ଣିଆ ୟୁନିଭର୍ସିଟିର ରୋଡୋଲ୍ଫୋ ସାଲିଡୋ କହିଛନ୍ତି, ସ୍ପେସ୍‌ ଷ୍ଟେଶନ ସମେତ ମହାକାଶରେ ଭବିଷ୍ୟତରେ ନିର୍ମାଣ ହେବାକୁ ଥିବା ବାତାବରଣରେ ଅଣୁଜୀବ ଏବଂ ସେମାନଙ୍କ ବିବିଧତା ବୃଦ୍ଧିକୁ ପ୍ରୋତ୍ସାହିତ କରାଯିବା ବେଶ୍‌ ଲାଭଦାୟକ ହୋଇପାରେ ।  ଏହି ଅଧ୍ୟୟନ ଲାଗି ବୈଜ୍ଞାନିକମାନେ ମହାକାଶଚାରୀଙ୍କ ସହ ମିଶି କାମ କରିଥିଲେ । ସେମାନେ ଅନ୍ତର୍ଜାତୀୟ ସ୍ପେସ୍‌ ଷ୍ଟେଶନର ୮୦୩ ଭିନ୍ନ ଭିନ୍ନ ସ୍ଥାନରୁ ନମୁନା ସଂଗ୍ରହ କରିଥିଲେ । 

ପ୍ରତ୍ୟେକ ନମୁନାରେ ରିସର୍ଚ୍ଚରମାନେ କିଛି ବ୍ୟାକ୍ଟେରିଆ ଏବଂ ରସାୟନିକ ପଦାର୍ଥ ପାଇଥିଲେ । ୩-ଡି ମ୍ୟାପ୍‌ ମାଧ୍ୟମରେ ସେମାନେ ଜାଣିବାକୁ ଚେଷ୍ଟା କରିଥିଲେ ଯେ ମହାକାଶକୁ ଏହି ଜୀବାଣୁ କିପରି ଆସିଲା ଏବଂ ରସାୟନିକ ପଦାର୍ଥଗୁଡ଼ିକ ପରସ୍ପର ସହ କିପରି ପ୍ରତିକ୍ରିୟା କରୁଥିଲେ । ସେଥିମଧ୍ୟରୁ କେତେକ ଅଣୁଜୀବ ଶିଳ୍ପ ପରିବେଶ, ହସ୍ପିଟାଲ ଏବଂ ମଣିଷ ବସବାସ କରୁଥିବା ପରିବେଶରେ ଉପସ୍ଥିତ ଅଣୁଜୀବଙ୍କ ସହ ମିଶୁଥିବା ଅଧ୍ୟୟନକାରୀ ଜାଣିବାକୁ ପାଇଥିଲେ । ମଣିଷ ଉପଯୋଗୀ ପରିବେଶରେ ଥିବା ଅଣୁଜୀବ ମହାକାଶରେ ମିଳିବା ଏକ ଭଲ କଥା ଏବଂ ମହାକାଶଚାରୀଙ୍କ ସ୍ୱାସ୍ଥ୍ୟକୁ କ୍ଷତି ନ ପହଞ୍ଚାଇ ଏଭଳି ଅଣୁଜୀବଙ୍କ ଉପସ୍ଥିତି ବୃଦ୍ଧି କରିବା ଦିଗରେ ବିଚାର କରାଯିବାର ଆବଶ୍ୟକତା ରହିଛି ବୋଲି ଅଧ୍ୟୟନ ରିପୋର୍ଟରେ କୁହାଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.