ଭୁବନେଶ୍ୱର,୨୦/୦୬; ରାଷ୍ଟ୍ରପତିଙ୍କ ଗାଁ ପରିଦର୍ଶନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦିଙ୍କୁ ଗାଁ ବୁଲାଉଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପାହାଡପୁର ଗୋଷାଣୀ ପୀଠରେ ପୂଜାର୍ଚ୍ଚନା କରିଛନ୍ତି ପ୍ରଧାନମନ୍ତ୍ରୀ-ରାଷ୍ଟ୍ରପତି । ଆଦିବାସୀ ପରମ୍ପରାରେ ପୂଜା କରିଛନ୍ତି ପ୍ରଧାନମନ୍ତ୍ରୀ । ରାଷ୍ଟ୍ରପତିଙ୍କ ସହ ମିଶି ଏକିଠା ପୂଜା କରିଛନ୍ତି । ପ୍ରଧାନମନ୍ତ୍ରୀ ପୂଜାର୍ଚ୍ଚନା କରିଥିବା ଗୋଷାଣୀ ପୀଠ ହେଉଛି ସାନ୍ତାଳୀଙ୍କ ପବିତ୍ର ପୀଠ ଜାହିରା ।

ଓଡ଼ିଶା ପାଇଁ ଆଜି ସ୍ମରଣୀୟ ଦିନ । ଗୋଟିଏ ସ୍ଥାନରେ ଗୋଟିଏ ମଞ୍ଚରେ ଏକାଠି ହୋଇଛନ୍ତି ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତି । ପ୍ରଥମ ଥର ମୟୂରଭଞ୍ଜରେ ଏକାଠି ହୋଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମଦିନ । ଗତକାଲି ନିଜ ଜନ୍ମମାଟିରେ ପହଞ୍ଚିଥିଲେ ମହାମହିମ । ଆଜି ଜନ୍ମମାଟିରେ ଜନ୍ମଦିନ ପାଳିବା ସହିତ କୁନି କୁନି ପିଲାଙ୍କୁ ଚକୋଲଟ୍ ବାଣ୍ଟିଥିଲେ ରାଷ୍ଟ୍ରପତି । ଆଜି ପୂର୍ବାହ୍ନରେ ମୟୂରଭଞ୍ଜର ପାହାଡପୁରରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାପରେ ରାଷ୍ଟ୍ରପତି ମୋଦିଙ୍କ ତାଙ୍କ ଗାଁ ବୁଲାଇଥିଲେ ।

ଆଦିବାସୀଙ୍କ ଧର୍ମପୀଠରେ ପୂଜାର୍ଚ୍ଚନା କରିବା ସହିତ ରାଷ୍ଟ୍ରପତିଙ୍କ ଗାଁରେ ବୃକ୍ଷରୋପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପାହାଡ଼ପୁର ଗୋଷାଣୀ ପୀଠରେ ରାଷ୍ଟ୍ରପତିଙ୍କ ସହ ମିଶି ଏକାଠି କରିଛନ୍ତି ପୂଜାର୍ଚ୍ଚନା । ପ୍ରଧାନମନ୍ତ୍ରୀ ପୂଜାର୍ଚ୍ଚନା କରିଥିବା ଗୋଷାଣୀ ପୀଠ ହେଉଛି ସାନ୍ତାଳୀଙ୍କ ପବିତ୍ର ପୀଠ ଜାହିରା । ଏସ୍ଏଲ୍ଏସ୍ ସ୍କୁଲକୁ ଯାଇ ପିଲାଙ୍କ ସହ ଭାବର ଆଦାନ ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ସ୍କୁଲର ନାଁକୁ ରାଷ୍ଟ୍ରପତିଙ୍କ ପରଲୋକଗତ ସ୍ୱାମୀ ଓ ଦୁଇ ପୁଅଙ୍କ ନାଁରେ ନାମିତ କରାଯାଇଛି । ପାହାଡ଼ପୁର ସ୍କୁଲରେ ପିଲାଙ୍କ ସହ କିଛି ସମୟ ବିତାଇଛନ୍ତି ପ୍ରଧାନମନ୍ତ୍ରୀ । ହାତ ମିଳାଇବା ସହିତ ଭାବ ବିନିମୟ କରିଛନ୍ତି ପ୍ରଧାନମନ୍ତ୍ରୀ । ଦକ୍ଷତା ବିକାଶ କେନ୍ଦ୍ର ଯାଇ ବି ପରୀକ୍ଷଣ କରିଛନ୍ତି । ସେ ଦକ୍ଷତା ବିକାଶ କେନ୍ଦ୍ରରେ ହିତାଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ସମୃଦ୍ଧ ଆଦିବାସୀ ପରମ୍ପରା ନେଇ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀଙ୍କୁ ବୁଝାଇଛନ୍ତି ।

ଏହା ବି ପଢନ୍ତୁ...Droupadi murmu Birthday: ଜନ୍ମମାଟିରେ ଜନ୍ମଦିନ ପାଳିଲେ ମହାମହିମ, ଛୋଟ ପିଲାଙ୍କୁ ଚକଲେଟ ବାଣ୍ଟି ଖୁସି ସାଉଁଟିଲେ ରାଷ୍ଟ୍ରପତି