ପ୍ରମୂଖ ଖବର
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ପର୍ତ୍ତୁଗାଲରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ 'Key of Honour'

Published By : Ankita S | April 8, 2025 10:06 AM

ଲିସବନ୍,୮/୦୪: ଦ୍ବିରାଷ୍ଟ୍ରୀୟ ବିଦେଶ ଗସ୍ତରେ ଅଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପ୍ରଥମେ ପର୍ତ୍ତୁଗାଲରେ ପହଞ୍ଚିଛନ୍ତି । ଫିଗୋ ମାଡୁରୋରେ ଭାରତୀୟ ରାଷ୍ଟ୍ରଦୂତ ପୁନିତ କୁଣ୍ଡଲ ଓ ପର୍ତ୍ତୁଗାଲ ରାଷ୍ଟ୍ରଦୂତ ଜୋଆଓ ରିବେଲୋ ଆଲମେଡ଼ିଆ ତାଙ୍କୁ ସ୍ବାଗତ କରିଥିଲେ । ଭାରତ-ପର୍ତ୍ତୁଗାଲ କୂଟନୈତିକ ସମ୍ପର୍କରେ ୫୦ବର୍ଷ ପୂର୍ତ୍ତି ଅବସରରେ ଲିସ୍‌ବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସ୍ମାରକୀ ଡାକଟିକେଟ ଉନ୍ମୋଚନ କରିଛନ୍ତି ।

ଲିସବନ୍‌ରେ କାର୍ଯ୍ୟକ୍ରମକୁ ସମ୍ବୋଧନ କରି ରାଷ୍ଟ୍ରପତି କହିଛନ୍ତି, ''ଭାରତ ଓ ପର୍ତ୍ତୁଗାଲ ମଧ୍ୟରେ ସାଂସ୍କୃତିକ ସମ୍ପର୍କ ବହୁ ପୁରୁଣା । ପର୍ତ୍ତୁଗାଲ ୟୁରୋପିୟନ ୟୁନିୟନ ଓ ଲୁସୋଫୋନ ଦେଶ ସହିତ ସମ୍ପର୍କ ବଢ଼ାଇବା ଦିଗରେ ଭାରତର ଏକ ମହତ୍ତ୍ବପୂର୍ଣ୍ଣ ସହଯୋଗୀ ରହିଛି । ୨୦୪୭ ସୁଦ୍ଧା ଭାରତ ଏକ ବିକଶିତ ଦେଶ ହେବ । 'ବିକଶିତ ଭାରତ' ବନାଇବାକୁ ପଦକ୍ଷେପ ନିଆଯାଉଛି । ଯାହା ଏକ ସମୃଦ୍ଧ, ସମାବେଶୀ ଏବଂ ବିକଶିତ ସମାଜ ହେବ । ଯାହାର ମାନବ-କେନ୍ଦ୍ରୀତ ଦୃଷ୍ଟିକୋଣ ହେବ ।''

ଦୀର୍ଘ ୨୭ ବର୍ଷ ପରେ କୌଣସି ଭାରତୀୟ ରାଷ୍ଟ୍ରପତିଙ୍କର ଏହା ପ୍ରଥମ ପର୍ତ୍ତୁଗାଲ ଗସ୍ତ । ଭାରତ-ପର୍ତ୍ତୁଗାଲ ମଧ୍ୟରେ କୂଟନୈତିକ ସମ୍ପର୍କ ସ୍ଥାପନର ୫୦ ବର୍ଷ ପୂର୍ତ୍ତି ଅବସରରେ ରାଷ୍ଟ୍ରପତି ମୁର୍ମୁଙ୍କ ଗସ୍ତକୁ ସେଠାରେ ସ୍ବାଗତ କରାଯାଇଛି । ପର୍ତ୍ତୁଗାଲ ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସ୍ଲୋଭାକିଆ ଗସ୍ତରେ ଯିବେ ବୋଲି ବିଦେଶ ମନ୍ତ୍ରଣାଳୟ ସୂତରୁ ଜଣାପଡ଼ିଛି । ଦ୍ରୌପଦୀ ମୁର୍ମୁଙ୍କ ପୂର୍ବରୁ ୧୯୯୮ରେ ରାଷ୍ଟ୍ରପତି କେ ଆର ନାରାୟାଣନ ପର୍ତ୍ତୁଗାଲ ଗସ୍ତ କରିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.