ଭୁବନେଶ୍ଵର, ୧୧/୧୧ : ନୂଆପଡ଼ା କୁଳିଆବନ୍ଧ ୩୬ ନଂ ବୁଥ୍ର ପ୍ରିଜାଇଡିଂ ଅଫିସର ଧନଞ୍ଜୟ ମଲ୍ଲିକ ସସ୍ପେଣ୍ଡ। ଭୋଟ୍ର ଗୋପନୀୟତା ଉଲ୍ଲଙ୍ଘନ କରିବାରୁ କାର୍ଯ୍ୟାନୁଷ୍ଠାନ। ପ୍ରେସମିଟ୍ କରି ସୂଚନା ଦେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ।
ସିଇଓ କହିଛନ୍ତି ଯେ, ଶାନ୍ତି ଶୃଙ୍ଖଳାର ସହ ଭୋଟିଂ ଚାଲିଛି। ସିସିଟିଭିରେ ମନିଟର କରାଯାଉଛି। ସକାଳ ୭ଟାରୁ ଭୋଟିଂ ପ୍ରକ୍ରିୟା ଆରମ୍ଭ ହୋଇଛି। ୯ଟା ସୁଦ୍ଧା ୧୪.୯୯% ଭୋଟିଂ ହୋଇଛି। ୮ଟି ବୁଥ୍ରେ ଅପରାହ୍ନ ୪ଟାରେ ଭୋଟିଂ ସରିବ। ବାକି ସ୍ଥାନରେ ଅପରାହ୍ନ ୫ଟା ଯାଏଁ ଭୋଟିଂ ଚାଲିବ।