ଭୁବନେଶ୍ୱର,୦୧/୦୨: ଆସନ୍ତା  ମାର୍ଚ୍ଚ ୧ ତାରିଖରୁ ଆରମ୍ଭ ହେବ  ପ୍ରାଥମିକ ଶିକ୍ଷକ ବଦଳି ପ୍ରକ୍ରିୟା ।  ମାର୍ଚ୍ଚ ୧୭ ତାରିଖରୁ ଅନ୍‌ଲାଇନ୍‌ ଆବେଦନ ଆରମ୍ଭ ହେବ । ଏପ୍ରିଲ୍‌ ୧ ତାରିଖ ମଧ୍ୟରେ ଆବେଦନ କରିବାର ସୁଯୋଗ ମିଳିବ । ଡିଇଓ ଓ ବିଇଓଙ୍କ ଦ୍ୱାରା ଆବେଦନ ପତ୍ର ଯାଞ୍ଚଠୁ ଆରମ୍ଭ  କରି ଡାକ୍ତରୀ ପରୀକ୍ଷା ସବୁ ହେବ । ଶିକ୍ଷକ ବଦଳି ନିର୍ଦ୍ଦେଶ ବାହାରିବା ପରେ ପୋଷ୍ଟିଂ ସହ ସମସ୍ତ ପ୍ରକ୍ରିୟା ଜୁନ୍‌ ୨୧ ସୁଦ୍ଧା ଶେଷ ହେବ। ଏନେଇ ପ୍ରାଥମିକ  ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଓସେପା  ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ସମସ୍ତ ଜିଲ୍ଲା  ଶିକ୍ଷା ଅଧିକାରୀଙ୍କୁ ଚିଠି କରାଯାଇଛି । 

ଗତ ୨୯ ତାରିଖରେ ନିର୍ଦ୍ଦେଶାଳୟ  ପକ୍ଷରୁ ବଦଳି ଆବେଦନ ନେଇ ଚିଠି  ହୋଇଛି । ମାର୍ଚ୍ଚ ୧ରୁ ୧୬ ତାରିଖ  ଯାଏ ଶିକ୍ଷକଙ୍କ ପ୍ରୋଫାଇଲ୍‌ ଅପଡେଟ୍‌  କରାଯିବ । ମାର୍ଚ୍ଚ ୧୭ରୁ ଏପ୍ରିଲ ୧ ଯାଏ  ବଦଳି ପାଇଁ ଆବେଦନ କରାଯିବ ।  ଏପ୍ରିଲ ୨ରୁ ୧୧ ତାରିଖ ମଧ୍ୟରେ  ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ ଶିକ୍ଷା  ଅଧିକାରୀଙ୍କ ଦ୍ୱାରା ଆବେଦନପତ୍ର  ଯାଞ୍ଚ ହେବ । ମେଡିକାଲ ମାମଲାରେ ଆବେଦନ କରିଥିବା ଶିକ୍ଷକଙ୍କ ପାଇଁ ଯାଞ୍ଚପତ୍ର ୧୫ରୁ ୧୯ ତାରିଖ ମଧ୍ୟରେ  ମେଡିକାଲ ବୋର୍ଡକୁ ଦିଆଯିବ । ଏହାପରେ ମେ ୯ରେ ବୋର୍ଡ ପକ୍ଷରୁ  ରିପୋର୍ଟ ପ୍ରକାଶ, ୧୪ରେ ମେଡିକାଲ  ସାର୍ଟିଫିକେଟ ଅପଲୋଡ୍‌ ହେବ । ୨୮ରୁ  ୨୯ ମଧ୍ୟରେ ବଦଳି ନିର୍ଦ୍ଦେଶ ପ୍ରକାଶ ପାଇବ । ଜୁନ୍‌ ୬ ତାରିଖ ସୁଦ୍ଧା ବଦଳି ଶିକ୍ଷକଙ୍କ ନୂଆ ସ୍କୁଲରେ ପୋଷ୍ଟିଂ ଓ  ପୁରୁଣା ସ୍କୁଲରୁ ରିଲିଭ୍‌ ହେବେ ।