ପ୍ରମୂଖ ଖବର
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ପ୍ରାଥମିକ ଶିକ୍ଷକଙ୍କ ବଦଳି ପ୍ରକ୍ରିୟା, ମାର୍ଚ୍ଚ ୧୭ରୁ ଅନ୍‌ଲାଇନ୍ ଆବେଦନ

Published By : Prameya | February 1, 2025 10:50 AM

ଭୁବନେଶ୍ୱର,୦୧/୦୨: ଆସନ୍ତା  ମାର୍ଚ୍ଚ ୧ ତାରିଖରୁ ଆରମ୍ଭ ହେବ  ପ୍ରାଥମିକ ଶିକ୍ଷକ ବଦଳି ପ୍ରକ୍ରିୟା ।  ମାର୍ଚ୍ଚ ୧୭ ତାରିଖରୁ ଅନ୍‌ଲାଇନ୍‌ ଆବେଦନ ଆରମ୍ଭ ହେବ । ଏପ୍ରିଲ୍‌ ୧ ତାରିଖ ମଧ୍ୟରେ ଆବେଦନ କରିବାର ସୁଯୋଗ ମିଳିବ । ଡିଇଓ ଓ ବିଇଓଙ୍କ ଦ୍ୱାରା ଆବେଦନ ପତ୍ର ଯାଞ୍ଚଠୁ ଆରମ୍ଭ  କରି ଡାକ୍ତରୀ ପରୀକ୍ଷା ସବୁ ହେବ । ଶିକ୍ଷକ ବଦଳି ନିର୍ଦ୍ଦେଶ ବାହାରିବା ପରେ ପୋଷ୍ଟିଂ ସହ ସମସ୍ତ ପ୍ରକ୍ରିୟା ଜୁନ୍‌ ୨୧ ସୁଦ୍ଧା ଶେଷ ହେବ। ଏନେଇ ପ୍ରାଥମିକ  ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଓସେପା  ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ସମସ୍ତ ଜିଲ୍ଲା  ଶିକ୍ଷା ଅଧିକାରୀଙ୍କୁ ଚିଠି କରାଯାଇଛି । 

ଗତ ୨୯ ତାରିଖରେ ନିର୍ଦ୍ଦେଶାଳୟ  ପକ୍ଷରୁ ବଦଳି ଆବେଦନ ନେଇ ଚିଠି  ହୋଇଛି । ମାର୍ଚ୍ଚ ୧ରୁ ୧୬ ତାରିଖ  ଯାଏ ଶିକ୍ଷକଙ୍କ ପ୍ରୋଫାଇଲ୍‌ ଅପଡେଟ୍‌  କରାଯିବ । ମାର୍ଚ୍ଚ ୧୭ରୁ ଏପ୍ରିଲ ୧ ଯାଏ  ବଦଳି ପାଇଁ ଆବେଦନ କରାଯିବ ।  ଏପ୍ରିଲ ୨ରୁ ୧୧ ତାରିଖ ମଧ୍ୟରେ  ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ ଶିକ୍ଷା  ଅଧିକାରୀଙ୍କ ଦ୍ୱାରା ଆବେଦନପତ୍ର  ଯାଞ୍ଚ ହେବ । ମେଡିକାଲ ମାମଲାରେ ଆବେଦନ କରିଥିବା ଶିକ୍ଷକଙ୍କ ପାଇଁ ଯାଞ୍ଚପତ୍ର ୧୫ରୁ ୧୯ ତାରିଖ ମଧ୍ୟରେ  ମେଡିକାଲ ବୋର୍ଡକୁ ଦିଆଯିବ । ଏହାପରେ ମେ ୯ରେ ବୋର୍ଡ ପକ୍ଷରୁ  ରିପୋର୍ଟ ପ୍ରକାଶ, ୧୪ରେ ମେଡିକାଲ  ସାର୍ଟିଫିକେଟ ଅପଲୋଡ୍‌ ହେବ । ୨୮ରୁ  ୨୯ ମଧ୍ୟରେ ବଦଳି ନିର୍ଦ୍ଦେଶ ପ୍ରକାଶ ପାଇବ । ଜୁନ୍‌ ୬ ତାରିଖ ସୁଦ୍ଧା ବଦଳି ଶିକ୍ଷକଙ୍କ ନୂଆ ସ୍କୁଲରେ ପୋଷ୍ଟିଂ ଓ  ପୁରୁଣା ସ୍କୁଲରୁ ରିଲିଭ୍‌ ହେବେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.