ଭୁବନେଶ୍ୱର,୦୪/୦୧: ଜନତା ମଇଦାନରେ ମେଗା ସୋ । ଆସନ୍ତା ୮ରେ ଜନତା ମଇଦାନରେ  ଅନୁଷ୍ଠିତ ହେବ ୧୮ତମ ପ୍ରବାସୀ ଭାରତୀୟ  ସମ୍ମିଳନୀ । ଏହା ୧୦ ଯାଏଁ ଚାଲିବ । ଏହି ମେଗା  ଆୟୋଜନରେ ଦେଶ ବିଦେଶର ପ୍ରାୟ ୭ ହଜାର  ପ୍ରତିନିଧି ସାମିଲ ହେବେ । ସମ୍ମିଳନୀକୁ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଉଦ୍‌ଯାପନୀ  ଉତ୍ସବରେ ସାମିଲ ହେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ  କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ  ଯୋଗଦେବେ ତ୍ରିନିଦାଦ ଓ ଟୋବାଗୋ ରାଷ୍ଟ୍ରପତି  କ୍ରିଷ୍ଟାଇନ୍‌ କାର୍ଲ କାଙ୍ଗାଲୁ ।

ପ୍ରବାସୀ ଭାରତୀୟ ଦିବସ ମେଗା ଉଦ୍‌ଘାଟନୀ ସମାରୋହରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିପାଇଁ ଆସନ୍ତା ୮ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାତି ୮ଟାରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ । ଏହାପରେ ରାଜଭବନରେ ରାତ୍ରୀଯାପନ କରିବେ । ଆଉ ତାପର ଦିନ ମାନେ ୯ ତାରିଖରେ ପ୍ରବାସୀ ଭାରତୀୟ କାର୍ଯ୍ୟକ୍ରମରେ ସାମିଲ ହେବେ । ଏହାପରେ ଦିଲ୍ଲୀ ଫେରିଯିବେ।ସେହିଭଳି ୧୦ ତାରିଖ ଉଦ୍‌ଯାପନୀ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ  ମୁର୍ମୁ ଯୋଗଦେବେ।