ନୂଆଦିଲ୍ଲୀ: ପୁଲିସ ଦେଲା କଡ଼ା ପହରା, ବାହାହେଲା ହତ୍ୟା ଅଭିଯୁକ୍ତ । ହତ୍ୟା ଅଭିଯୋଗରେ ଆଜୀବନ କାରାଦଣ୍ଡ ଭୋଗୁଥିବା କଏଦୀର ହୋଇଛି ବାହାଘର । ଦିଲ୍ଲୀର ବ୍ୟବସାୟୀ ମୁସଲିମ ତ୍ୟାଗୀ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ହତ୍ୟା ଅଭିଯୋଗରେ ସଜ୍ଜା କାଟୁଥିବା ଅଭିଯୁକ୍ତ ଓ୍ବାଜିଦର ବିବାହ ହୋଇଛି । ଜନ୍ମସ୍ଥାନ ମିରଟରେ କଡ଼ା ସୁରକ୍ଷାରେ ପୁଲିସ ଉପସ୍ଥିତିରେ ହୋଇଛି ବିବାହ । କୋର୍ଟରୁ ସୀମିତ ସମୟର ପାରୋଲରେ ଆସିଥିବା ଓ୍ବିଜଦର ବିବାହ ହୋଇଛି । ଏହାପରେ ସେ ପୁଣିଥରେ ଜେଲରୁ ଚାଲିଯାଇଛି ।
ସୋମବାର ସକାଳରେ ଜେଲରୁ ବାହାରିଥିଲା ଅଭିଯୁକ୍ତ । କାଗଜପତ୍ର କାମ ସରିବା ପରେ ପୁଲିସ ତାକୁ ଦିଲ୍ଲୀରୁ ମିରଟ ଆଣିଥିଲା । ମଙ୍ଗଳବାର ୟାସଲିମଙ୍କ ସହ ତାର ବିବାହ ହୋଇଛି । ବିଶେଷ ଅତିଥୀ ଏବଂ ସମ୍ପର୍କୀୟମାନେ ଏହି ବିବାହ ଉତ୍ସବାରେ ଯୋଗ ଦେଇଥିଲେ । ସୁରକ୍ଷା ବଜାୟ ରଖିବା ପାଇଁ ପୁଲିସ କଡ଼ା ନଜର ରଖିଥିଲା । ଦିଲ୍ଲୀ ପୁଲିସ ସହ ସ୍ଥାନୀୟ ପୁଲିସ ମଧ୍ୟ ଏହି ବିବାହରେ ଉପସ୍ଥିତ ରହିଛି ସୁରକ୍ଷା ଉପରେ ଗୁରୁତ୍ବ ଦେଇଥିଲା ।
କହି ରଖୁଛୁ କି, ୧୦ ବର୍ଷ ପୂର୍ବେ ଅଭିଯୁକ୍ତ ଓ୍ବାଜିଦ ଦିଲ୍ଲୀର ଜଣାଶୁଣା ବ୍ୟବସାୟୀ ମୁସଲିମ ତ୍ୟାଗୀ ଏବଂ ତାଙ୍କ ପରିବାରର ୫ ଜଣଙ୍କୁ ହତ୍ୟା କରିଥିଲା । ହତ୍ୟା କରିବା ପରେ ମୃତଦେହ ଗୁଡ଼ିକୁ ବିଭିନ୍ନ ସ୍ଥାନରେ ଲୁଚାଇ ରଖିଥିଲା । ଯାହାକି ଏକ ବଡ଼ ଘଟଣା ହୋଇଥିଲା । ତେବେ ଏହି ମାମଲାରେ କୋର୍ଟ ତାକୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି । ସେ ଏକ ୧୦ ବର୍ଷରୁ ଅଧିକ ସମୟ ହେବ ଜେଲରେ ରହିଛି । ଏବେ ପାରୋଲରେ ଆସି ବିବାହ କରିଥିବାବେଳେ ପୁଣିଥରେ ଜେଲକୁ ଫେରିଯାଇଛି ।
ଏହାସହ ପଢ଼ନ୍ତୁ : Hardik Pandya: ମୁମ୍ବାଇ ଛାଡ଼ି CSKରେ ଯୋଗଦେବେ କି ହାର୍ଦ୍ଦିକ ପାଣ୍ଡ୍ୟା ? ଅଶ୍ବିନୀ କହିଲେ…