ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ମହାକୁମ୍ଭର ପବିତ୍ର ଜଳରେ ସ୍ନାନ କରିବାକୁ ମିଳିଲା ସୌଭାଗ୍ୟ, ହଜାରେ କଏଦୀଙ୍କ ପାଇଁ ବନ୍ଦୋବସ୍ତ କଲେ ଜେଲ୍ ଅଧୀକ୍ଷକ

Published By : Rasmita Pradhan | February 18, 2025 8:55 AM

ଉନ୍ନାଓ, ୧୮/୦୨ : ମହାକୁମ୍ଭର ପବିତ୍ର ଜଳରେ ସ୍ନାନ କଲେ କଏଦୀ। ପ୍ରୟାଗରାଜ ଯାଇ ନପାରିଲେ କଣ ହେଲା ସେମାନଙ୍କ ନିକଟକୁ ଆସିଲା ସଙ୍ଗମ ଜଳ। ଉନ୍ନାଓ ଜେଲ୍‌ରେ ବନ୍ଦୀ ଥିବା ହଜାର ହଜାର ମହିଳା ଏବଂ ପୁରୁଷ ବନ୍ଦୀ ପବିତ୍ର କୁମ୍ଭ ଜଳରେ ସ୍ନାନ କରିଛନ୍ତି। ସଙ୍ଗମ ଜଳରେ ସ୍ନାନ କରି ସେମାନେ ନିଜକୁ ଧନ୍ୟ ମନେ କରୁଛନ୍ତି। କାରଣ ଜେଲ୍‌ରେ ଥିବା ଯୋଗୁଁ ବୁଡ଼ ପକାଇବା ସେମାନଙ୍କ ପକ୍ଷରେ ସମ୍ଭବ ନଥିଲା। କେବଳ ଜେଲ୍ ଅଧୀକ୍ଷକଙ୍କ ପ୍ରୟାସ ଯୋଗୁଁ ଏହା ସଫଳ ହୋଇପାରିଲା। 

ଉନ୍ନାଓ ଜେଲ୍ ଅଧୀକ୍ଷକ ପବନ ସିଂହ କହିଛନ୍ତି ଯେ, ସେ ଫେବୃଆରୀ ୧୪ରେ ମହାକୁମ୍ଭରେ ବୁଡ଼ ପକାଇବାକୁ ଯାଇଥିଲେ। ୧୫ ତାରିଖରେ ଫେରି ଆସିଥିଲା। ଆସିବା ସମୟରେ ନିଜ ସହ କୁମ୍ଭ ଜଳ ନେଇ ଆସିଥିଲେ। ଜେଲ୍‌ରେ କଏଦୀଙ୍କ ପାଇଁ ଥିବା ପାଣି ଟାଙ୍କିରେ ଏହି ପବିତ୍ର ଜଳକୁ ମିଶାଇ ଦେଇଥିଲେ। ଏହାପରେ ଉକ୍ତ ଟାଙ୍କିକୁ ଫୁଲ ମାଳରେ ସଜା ଯାଇଥିଲା। କଏଦୀମାନେ ଗଙ୍ଗା ମାତା କି ଜୟ ନାରା ଦେଇ ପବିତ୍ର ଜଳରେ ସ୍ନାନ କରିଥିଲେ। ଏହାଦ୍ଵାରା ସେମାନଙ୍କ ମନରେ ଥିବା ସମସ୍ତ ନକାରତ୍ମକତା ଦୂର ହେବ ବୋଲି ସେ କହିଛନ୍ତି।

ପ୍ରୟାଗରାଜରେ ଜମୁଛି ମହାକୁମ୍ଭ। ଦିନକୁ କୋଟିଏ ପାର୍ କରୁଛି ଶ୍ରଦ୍ଧାଳୁଙ୍କ ସଂଖ୍ୟା। ଏଯାବତ୍ ୫୩ କୋଟିରୁ ଉର୍ଦ୍ଧ୍ଵ ଶ୍ରଦ୍ଧାଳୁ ବୁଡ଼ ପକାଇ ସାରିଲେଣି। ଫେବୃଆରୀ ୨୬ ସୁଦ୍ଧା ଏହି ସଂଖ୍ୟା ଆହୁରି ବଢିବ। ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନିକ ଅଧିକାରୀଙ୍କ ଛୁଟି ଅବଧି ଫେବୃଆରୀ ୨୭ ଯାଏଁ ବୃଦ୍ଧି କରାଯାଇଛି।

ଏହି ଖବରଟିକୁ ପଢନ୍ତୁ-ପରୀକ୍ଷା ପାଇଁ ବିଳମ୍ବ ହେଉଥିଲା; ଟ୍ରାଫିକ ସମସ୍ୟାରୁ ମୁକୁଳିବାକୁ ଏମିତି କଲେ ଛାତ୍ର

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.