ଭୁବନେଶ୍ବର ୨୦/୩:ପ୍ରିୟଦର୍ଶନୀ ମାର୍କେଟ୍ କମ୍ପ୍ଲେକ୍ସରେ ଭୟାବହ ଅଗ୍ନିକାଣ୍ଡ। ଧୂଆଁମୟ ହେଲା ସିଆର୍ପି ଛକ ଅଞ୍ଚଳ। ଦେଖୁ ଦେଖୁ ମାକେର୍ଟ କମ୍ପ୍ଲେକ୍ସରେ ଥିବା ପ୍ରଥମ ମହଲାରେ ଥିବା ଏକାଧିକ ଦୋକାନରେ ନିଆଁ ବ୍ୟାପି ଯାଇଥିଲା। ଭିତରେ ଥିବା ସମସ୍ତ ଦୋକାନୀ ବାହାରକୁ ଦୌଡ଼ିଥିଲେ। ଏନେଇ ଅଗ୍ନିଶମ ବାହିନୀ ଖବର ଦିଆଯାଇଥିଲା। ଘଟଣାସ୍ଥଳରେ ୫ଟି ଦମକ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରୁଥିବା ଜଣାପଡିଛି। ଫାୟାର ଫାଇଟ୍ ଟିମ୍ ନିଆଁକୁ ଆୟତ୍ତ କରିବକୁ ଉଦ୍ୟମ ଜାରି ରଖିଛି। ମାର୍କେଟ୍ କମ୍ପ୍ଲେକ୍ସ କିଛି ଗୋଦାମ ଘର ଥିବା ଜୋରଦାର ନିଆଁ ଲାଗିଥିବା ଜଣାପଡ଼ିଛି।
ସୂଚନା ଅନୁଯାୟ, ଶୁକ୍ରବାର ପ୍ରାୟ ସାଢ଼େ ୧୦ଟାରୁ ୧୧ଟା ମଧ୍ୟରେ ସିଆର୍ପି ଅଞ୍ଚଳରେ ଥିବା ପ୍ରିୟଦର୍ଶିନୀ ମାର୍କେଟ କମ୍ପ୍ଲେକ୍ସରେ ହଠାତ୍ ନିଆଁ ଲାଗିଯାଇଥିଲା। ମାର୍କେଟ କମ୍ପ୍ଲେକ୍ସରେ ଥିବା ଗିଫ୍ଟ ଦୋକାନରୁ ନିଆଁ ଲାଗିବା ସ୍ଥାନୀୟଲୋକ ସୂଚନା ଦେଇଛନ୍ତି। ଅଗ୍ନିକାଣ୍ଡର ସଠିକ୍ କାରଣ ଜଣାପଡିନଥିବା ବେଳେ ସର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ନିଆଁ ଯୋଗୁଁ ପୂରା ମାର୍କେଟ କମ୍ପ୍ଲେକ୍ସ ଧୂଆଁମୟ ହୋଇଯାଇଛି। ଘଟଣାସ୍ଥଳରେ ଫାୟାର ଷ୍ଟେସନ୍, କଳ୍ପନା ଛକ, ସଚିବାଳୟ ଦମକଳରୁ ପ୍ରଥମେ ଟି ଦମକଳ ଗାଡ଼ି ପହଞ୍ଚିଲା। ଘଟଣାସ୍ଥଳରେ ଫାୟାର ଫାଇଟର ଟିମ ପାଇଁ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ। ମାକେର୍ଟ କମ୍ପ୍ଲେକ୍ସ ଭିତରକୁ ପାଣି ମାଡ଼ କରିଥିଲେ। ଧୂଆଁକୁ ନିର୍ଗତ କରିବା ପାଇଁ ଉଦ୍ୟମ କରିବା ସହ ଭିତର ପଶି ଆଗ୍ନିକମାନେ ନିଆଁ ଲିଭାଇବାକୁ ଉଦ୍ୟମ କରୁଛନ୍ତି। ମାକେର୍ଟ କମ୍ପ୍ଲେକ୍ସ କାଚ ଭାଙ୍ଗି ଭିତକୁ ପାଣି ମାଡ଼ କରିଥିଲେ। ତେବେ ମାକେର୍ଟ କମ୍ପ୍ଲେକ୍ସରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ଥିଲା କି ନାହିଁ ଜଣାପଡିନାହିଁ। ତଦନ୍ତ ପରେ ନିଆଁ ଲିଭାର କାରଣ ଜଣାପଡ଼ିବ।