ପ୍ରମୂଖ ଖବର
  • ଲାଞ୍ଚ ନେଉଥିବା ବେଳେ ମହିଳା କନିଷ୍ଠ କିରାଣୀଙ୍କୁ ଧରିଲା ଭିଜିଲାନ୍ସ,୧୦ ହଜାର ଟଙ୍କା ଜବତ
  • ||
  • କୋରାପୁଟ : ADEOଙ୍କୁ ଗିରଫ କଲା ଭିଜିଲାନ୍ସ, ଜବତ ହେଲା ନଗଦ ୨ ଲକ୍ଷ ୪୫ ହଜାର ଟଙ୍କା ସହ ୨୮୫ ଗ୍ରାମ୍ ସୁନା
  • ||
  • କଟକ : ବେଲେଶ୍ୱର ଡବଲ ମର୍ଡର ଘଟଣା: ୫ ବର୍ଷ ପରେ ଅଭିଯୁକ୍ତ ଗିରଫ
  • ||
  • ଆଠଗଡ଼ : ଟ୍ରେନ୍‌ରୁ ପାଲ ଚୋରି କରୁଥିଲେ, ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ଯୁବକଙ୍କ ଜୀବନ
  • ||
  • ରାଜସ୍ଥାନ: ଟ୍ରେଲରକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ଦୁର୍ଘଟଣାରେ ଚାଲିଗଲା ୩ ଜୀବନ, ଏକାଧିକ ଆହତ
  • ||
  • ବେଆଇନ ଭାବେ ଅନ୍ୟ ଦେଶରେ ରହିବା ଆଇନଗତ ଅଧିକାର ନୁହେଁ । ବେଆଇନ ଭାବେ ରହୁଥିବା ଲୋକଙ୍କୁ ଭାରତ ନେବାକୁ ପ୍ରସ୍ତୁତ: ମୋଦି
  • ||
  • ବିଧାନସଭା ବଜେଟ୍ ଅଧିବେଶନର ଦ୍ବିତୀୟ ଦିନ, ପ୍ରଶ୍ନକାଳକୁ ଅଚଳ କରିଦେଲେ ବିରୋଧି, ଦିନ ୧୨ଟା ଯାଏ ଗୃହ ମୁଲତବୀ ଘୋଷଣା
  • ||
  • କଳାହାଣ୍ଡି : କାର୍‌ ଧକ୍କାରେ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଡ୍ରାଇଭର ଅଟକ
  • ||
  • ଆଜି ବିଜେପିର କୋର କମିଟି ବୈଠକ: ଅଧ୍ୟକ୍ଷତା କରିବେ ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ସଭାପତି ଚୟନ ନେଇ ଆଲୋଚନା
  • ||
  • ଗରମରୁ ସାମାନ୍ୟ ଆଶ୍ୱସ୍ତି: ଆଜିଠୁ କମିବ ରାତି ତାପମାତ୍ରା,୧୬ରୁ ପୁଣି ବଢ଼ିବ ତାତି
  • ||

ଚିଲକୁର ବାଲାଜୀଙ୍କୁ ଦର୍ଶନ କଲେ ପ୍ରିୟଙ୍କା, ରାଜାମୌଲିଙ୍କ ଆଗାମୀ ଫିଲ୍ମରେ ଆସିବା ନେଇ ଚର୍ଚ୍ଚା

Published By : Anindita | January 22, 2025 12:16 PM

ମୁମ୍ବାଇ, ୨୨/୦୧: ବଲିଉଡ଼ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ବର୍ତ୍ତମାନ ଅଛନ୍ତି ଭାରତ ଗସ୍ତରେ। ଏନେଇ ରାଜାମୌଲିଙ୍କ 'SSMB29'  ଫିଲ୍ମରେ ପ୍ରିୟଙ୍କାଙ୍କୁ  ମହେଶ ବାବୁଙ୍କ ବିପକ୍ଷରେ କାଷ୍ଟ କରାଯାଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି। ତେବେ ଏହି ଚର୍ଚ୍ଚା ମଧ୍ୟରେ ସେ ହାଇଦ୍ରାବାଦ ନିକଟସ୍ଥ ପ୍ରସିଦ୍ଧ ଚିଲକୁର ବାଲାଜୀ ମନ୍ଦିର ପରିଦର୍ଶନ କରିଛନ୍ତି ।ଯାହାର ଫଟୋ  ଅଭିନେତ୍ରୀ ତାଙ୍କ ଫଟୋ ସୋସିଆଲ ମିଡିଆରେ ସେୟାର କରି ନୂଆ ଅଧ୍ୟାୟ ଆରମ୍ଭ ବୋଲି ଲେଖିଛନ୍ତି । ଯାହା ପରେ ସେ ରାଜାମୌଲିଙ୍କ ଫିଲ୍ମରେ ନଜର ଆସିବା ନେଇ ତାଙ୍କ ପ୍ରଶଂସକ ଏବଂ ଗଣମାଧ୍ୟମ ମଧ୍ୟରେ ଆଲୋଚନାର ବିଷୟ ପାଲଟିଛି । 

ତେବେ ସେ ଏହି ପୋଷ୍ଟରେ ରାମ ଚରଣଙ୍କ ପତ୍ନୀ ଉପାସନା କୋନିଡେଲାଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି, ଯିଏ ତାଙ୍କୁ ମନ୍ଦିର ଦର୍ଶନ କରିବାକୁ ପରାମର୍ଶ ଦେଇଥିଲେ । ସୋସିଆଲ ମିଡିଆରେ ଚିଲକୁର ବାଲାଜୀ ଗସ୍ତ ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରି ପ୍ରିୟଙ୍କା ପୋଷ୍ଟ ସେୟାର କରି ଲେଖିଛନ୍ତି , ଯେଉଁଥିରେ ସେ ତାଙ୍କ ଜୀବନର ଏକ "ନୂତନ ଅଧ୍ୟାୟ" ଆରମ୍ଭ କରୁଛନ୍ତି ବୋଲି ଉଲ୍ଲେଖ କରିଛନ୍ତି । ଏଥିସହ ସେ କ୍ୟାପସନରେ  ଲେଖିଛନ୍ତି "ଶ୍ରୀ ବାଲାଜୀଙ୍କ ଆଶୀର୍ବାଦରେ ଏକ ନୂତନ ଅଧ୍ୟାୟ ଆରମ୍ଭ ହେଉଛି । ଆମେ ସମସ୍ତେ ଆମ ହୃଦୟରେ ଶାନ୍ତି ଏବଂ ଆମ ଚାରିପାଖରେ ସମୃଦ୍ଧି ଏବଂ ପ୍ରାଚୁର୍ଯ୍ୟ ପାଇବା ଉଚିତ । ଈଶ୍ୱରଙ୍କ କୃପା ଅସୀମ । ଓମ୍ ନମୋ ନାରାୟଣାୟ । ଧନ୍ୟବାଦ ଉପସାନା କାମିନେନିକୋନିଡେଲା ।'' ମହେଶ ବାବୁ 'SSMB 29'ରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ ବୋଲି ସ୍ପଷ୍ଟ ହୋଇଛି  । ସେହିପରି ତାଙ୍କ ବିପକ୍ଷରେ ପ୍ରିୟଙ୍କା ଚୋପ୍ରା ଓ ପୃଥ୍ବୀରାଜ ସୁକୁମାରନ୍ ମଧ୍ୟ ଏହି କଳାକାରଙ୍କ ସହ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । କିନ୍ତୁ ଏନେଇ ନିର୍ମାତା କୌଣସି ଘୋଷଣା କରିନାହାଁନ୍ତି ।  ସୂତ୍ର ଅନୁସାରେ, ପ୍ରିୟଙ୍କା ଏସ୍ ଏସ୍ ରାଜମୌଲିଙ୍କ ସହ ଫିଲ୍ମକୁ ନେଇ ଛଅ ମାସରୁ ଅଧିକ ସମୟ ଧରି ଆଲୋଚନା କରୁଥିଲେ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.