ପ୍ରମୂଖ ଖବର
  • ବଲାଙ୍ଗୀର : ବାଇକ୍‌କୁ ଧକ୍କା ଦେଲା ଟ୍ରକ୍: ଜଣେ ମୃତ, ଜଣେ ଆହତ
  • ||
  • ବିଧାନସଭାରେ ସ୍ବାଭାବିକ ଚାଲିଛି ପ୍ରଶ୍ନକାଳ, ଗୃହ ବାହାରେ ଗଙ୍ଗାପାଣି ଛିଞ୍ଚି ଅଭିନବ ପ୍ରତିବାଦ କଲା ବିଜେଡି
  • ||
  • ମୟୂରଭଞ୍ଜ : ଅନ୍ଵେଷା ହଷ୍ଟେଲରେ ଛାତ୍ରୀଙ୍କ ମୃତ୍ୟୁ ଘଟଣା, ବିଳମ୍ଵିତ ରାତିରେ ହଷ୍ଟେଲ ଛାଡ଼ିଲେ ଅନ୍ତେବାସୀ
  • ||
  • ଦେବଗଡ଼ : ଅଧୁରା ରହିଗଲା ଚାକିରି ସ୍ୱପ୍ନ, ଦୌଡ଼ିବା ବେଳେ ଟଳି ପଡ଼ିଲେ ହୋମଗାର୍ଡ ଆଶାୟୀ
  • ||
  • ଆଇପିଏଲ୍‌ ୨୦୨୫: ଆଜି ସନରାଇଜର୍ସ-ସୁପରଜାଏଣ୍ଟସ ମଧ୍ୟରେ ଲଢ଼େଇ, ବିସ୍ଫୋରକ ବ୍ୟାଟିଂ ମୁଖ୍ୟ ଆକର୍ଷଣ
  • ||
  • ରାୟଗଡ଼ା : ମୁକୁନ୍ଦପୁର ଘାଟିରେ ଓଲଟିଲା ବସ୍‌, ୩ ଗୁରୁତର
  • ||
  • ସରକାରଙ୍କ ବିରୋଧରେ କଂଗ୍ରେସର ରଣ ହୁଙ୍କାର, ଆଜି ବିଧାନସଭା ଘେରିବ, ରାଜ ରାସ୍ତାରେ ଗର୍ଜିବ
  • ||
  • ରାଜ୍ୟରେ ଉପରମୁହାଁ ତାତି, ୨୯ରୁ ପୁଣି ଜଳାଇବ ଖରା: ପଶ୍ଚିମ, କେନ୍ଦ୍ରୀୟ ଓଡ଼ିଶାରେ ୪୦ ଡିଗ୍ରୀ ଟପିବ
  • ||

ପଞ୍ଚାୟତିରାଜ ଦିବସ ପାଳନ ତାରିଖ ପରିବର୍ତ୍ତନ କରିବା ନିଷ୍ପତ୍ତିକୁ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ତରଫରୁ ଦୃଢ଼ ନିନ୍ଦା, ଜିଲ୍ଲାବ୍ୟାପୀ ପ୍ରତିବାଦ ସଭା

Published By : Prameya | March 6, 2025 8:41 PM

ମାଲକାନଗିରି : ଆଜି ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ତରଫରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖ ସ୍ଥିତ ପୁଷ୍କରଣୀ ହୁଡ଼ାରେ ପ୍ରତିଷ୍ଠିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ମାନସ ମାଡକାମୀଙ୍କ ନେତୃତ୍ୱରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇ ଯାଇଛି। ଆଜିର ପ୍ରତିବାଦ ସଭାରେ ବିଜୁ ଜନତା ଦଳର ସମସ୍ତ ବିଜୁ ପ୍ରେମୀ ଓ ବିଜେଡି ପ୍ରେମୀ ନେତା ମାନେ ପ୍ରତିବାଦ କରିବା ସହ ଦୃଢ ନିନ୍ଦା କରିଛନ୍ତି। 

 ପଞ୍ଚାୟତିରାଜ ବ୍ୟବସ୍ଥା ଲାଗୁ କରିବାରେ ଓଡିଶା ଦେଶର ପ୍ରଥମ ରାଜ୍ୟ ,ବିଜୁଙ୍କ କୃତୀକୁ ମଳିନ କରିବାକୁ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି। ରାଜ୍ୟରେ ପଞ୍ଚାୟତିରାଜ ଦିବସ ଗତ ପ୍ରାୟ ୩ ଦଶନ୍ଧି ଧରି ମାର୍ଚ୍ଚ ୫ରେ ପାଳିତ ହୋଇ ଆସୁଥିବା ବେଳେ, ବର୍ତ୍ତମାନର ରାଜ୍ୟ ବିଜେପି ସରକାର ଏହାକୁ ମାର୍ଚ୍ଚ ୫ ପରିବର୍ତ୍ତେ ଏପ୍ରିଲ ୨୪ ତାରିଖରେ ପାଳନ କରିବା ନିଷ୍ପତ୍ତି ଦୁର୍ଭାଗ୍ୟଜନକ ଓ ରାଜ୍ୟ ସରକାରଙ୍କ ସଂକୀର୍ଣ୍ଣ ମନୋଭାବର ପରିଚୟ ବୋଲି ଆଜି ବିଜୁ ଜନତା ଦଳ ତରଫରୁ କୁହାଯାଇଛି। 

ମାର୍ଚ୍ଚ ୫ ତାରିଖରେ ବିଜୁବାବୁଙ୍କ ଜୟନ୍ତୀ ରାଜ୍ୟବ୍ୟାପୀ ବିଜେଡି ତରଫରୁ ପାଳିତ ହୋଇଥିବା ବେଳେ ଓ ମାର୍ଚ୍ଚ ୬ ତାରିଖ ଦିନ ବିଜେଡି ତରଫରୁ ରାଜ୍ୟବ୍ୟାପୀ ପ୍ରତିବାଦ ସଭା ପାଳୁଛି। ଦେଶରେ ପଞ୍ଚାୟତିରାଜ ବ୍ୟବସ୍ଥାକୁ ଲାଗୁ କରିବାରେ ଓଡିଶା ଅଗ୍ରଣୀ ରାଜ୍ୟର ଭୂମିକା ନିର୍ବାହ କରିଛି। ୧୯୯୧ ମସିହାରେ ବିଜୁ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଉଥିବା ବେଳେ, ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ଲାଗୁ କରିବା ଲକ୍ଷ୍ୟରେ ଜିଲ୍ଲାପରିଷଦ, ପଞ୍ଚାୟତିରାଜ ଓ ପଞ୍ଚାୟତ ସମିତି ଗଠନ ପାଇଁ ଓଡିଶା ବିଧାନସଭାରେ ବିଲ୍ ପାରିତ ହୋଇଥିଲା। ଦେଶରେ ପଞ୍ଚାୟତିରାଜ ବ୍ୟବସ୍ଥାକୁ ଲାଗୁ କରିବାରେ ଓଡିଶା ଅଗ୍ରଗାମୀ ଭୂମିକା ନିର୍ବାହ କରିଥିବା ବେଳେ ଏହାର ପରବର୍ଷ ଅର୍ଥାତ ୧୯୯୨ ମସିହାରେ, ଦେଶର ସମ୍ବିଧାନର ୭୩ତମ ଓ ୭୪ତମ ସଂଶୋଧନ ଆଣି ଏହି ବ୍ୟବସ୍ଥାକୁ ପ୍ରାବଧାନ କରାଯାଇ ଥିଲା।

ଏଥିରୁ ସ୍ପଷ୍ଟ ହୁଏ ଯେ, ପଞ୍ଚାୟତିରାଜ ବ୍ୟବସ୍ଥା ଲାଗୁ କରି କ୍ଷମତାର ବିକେନ୍ଦ୍ରୀକରଣ କରି ତୃଣମୂଳସ୍ତର ପର୍ଯ୍ୟନ୍ତ ପହଞ୍ଚାଇବା ଭଳି ଐତିହାସିକ କାର୍ଯ୍ୟ ବିଜୁ ପଟ୍ଟନାୟକଙ୍କ ଭଳି ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତିଙ୍କ ଯୋଗୁଁ ସମ୍ଭବ ହୋଇ ପାରି ଥିଲା। କ୍ଷମତା ରାଜନୀତିରେ ମହିଳାଙ୍କୁ ସଶକ୍ତ ନକରି ସମାଜର ପୂର୍ଣାଙ୍ଗ ବିକାଶ ପରିକଳ୍ପନା ସମ୍ଭବ ନୁହେଁ ବୋଲି ବିଚାର କରି, ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ଏକ ତୃତୀୟାଂଶ ମହିଳାଙ୍କ ପାଇଁ ସରଂକ୍ଷିତ କରାଯାଇ ଥିଲା। 

ପଞ୍ଚାୟତିରାଜ ବ୍ୟବସ୍ଥା ଲାଗୁ କରିବା ଓ ମହିଳାଙ୍କ ପାଇଁ ଆସନ ସଂରକ୍ଷିତ କରିବା କ୍ଷେତ୍ରରେ, ବିଜୁ ପଟ୍ଟନାୟକଙ୍କ ପଦକ୍ଷେପ ପାଇଁ ଓଡିଶା ସାରା ଦେଶ ପାଇଁ ମାର୍ଗଦର୍ଶକ ସାଜି ଥିଲା। ବାସ୍ତବିକ ଏହା ଥିଲା ଓଡ଼ିଆ ଅସ୍ମିତା। ଏହା ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ମୁଖ୍ୟମନ୍ତ୍ରୀତ୍ଵ ସମୟରେ ହୋଇ ପାରି ଥିବାରୁ ବିଜୁ ବାବୁଙ୍କ ଜନ୍ମ ଦିବସରେ ପଞ୍ଚାୟତିରାଜ ଦିବସ ପାଳନ ପାଇଁ ତତ୍କାଳୀନ ରାଜ୍ୟ ସରକାର ନିଷ୍ପତ୍ତି ନେଇ ଥିଲେ। ୯୦ ଦଶକରୁ ବିଜୁ ପଟ୍ଟନାୟକଙ୍କ ଜନ୍ମ ଦିନରେ ଓଡ଼ିଶାରେ ପଞ୍ଚାୟତିରାଜ ଦିବସ ରାଜ୍ୟ ସରକାରଙ୍କ ଦ୍ଵାରା ପାଳିତ ହୋଇ ଆସୁଛି।

ଅପରପକ୍ଷରେ, ଏହା ୧୯୯୪ ମସିହା ଏପ୍ରିଲ ୨୪ ତାରିଖ ଦିନ କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ହୋଇଥିଲା। ଏହାର ୧୬ ବର୍ଷ ପରେ ଅର୍ଥାତ ୨୦୧୦ ମସିହା ଏପ୍ରିଲ ୨୪ ତାରିଖ ଦିନ କେନ୍ଦ୍ର ସରକାର ଏହି ଦିନଟିକୁ ଦେଶରେ ପଞ୍ଚାୟତିରାଜ ଦିବସ ଭାବେ ପାଳନ କରିବା ନିଷ୍ପରି ନେଇଥିଲେ। କେନ୍ଦ୍ର ସରକାର ପଞ୍ଚାୟତିରାଜ ଦିବସ ପାଳିବାର ଯଥେଷ୍ଟ ପୂର୍ବରୁ ଓଡିଶା ମାର୍ଚ୍ଚ ୫ ତାରିଖରେ ପଞ୍ଚାୟତିରାଜ ଦିବସ ପାଳି ଆସୁଛି। ଏହି ପରିପ୍ରେକ୍ଷୀରେ, ବର୍ତ୍ତମାନର ବିଜେପି ସରକାର ଏହି ନିଷ୍ପତ୍ତିକୁ ବଦଳେଇ ଦେଇ ଓଡ଼ିଶାର ଗୌରବକୁ କ୍ଷୁଣ୍ଣ କରିଛନ୍ତି। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଓଡ଼ିଆ ଅସ୍ମିତା ପ୍ରତି କୁଠାରଘାତ। ଏହି ନିଷ୍ପତ୍ତି ପଛରେ, ରାଜ୍ୟ ସରକାରଙ୍କ ଅସୂୟା ଭାବ ସ୍ପଷ୍ଟ ପରିଲକ୍ଷିତ ହେଉଛି। ରାଜ୍ୟ ବିଜେପି ସରକାର କ୍ଷମତାକୁ ଆସିବା ଦିନ ଠାରୁ, ବିଜୁ ପଟ୍ଟନାୟକଙ୍କ କୃତୀକୁ ସୁଚିନ୍ତିତ ଉପାୟରେ ମଳିନ କରିବାକୁ ଅପଚେଷ୍ଟା କରୁଛନ୍ତି । 

ଉଦାହରଣ ସ୍ୱରୂପ, ବିଜୁ ବାବୁଙ୍କ ଦ୍ବାରା ଆରମ୍ଭ କରାଯାଇଥିବା ସମ୍ମାନଜନକ ଆନ୍ତର୍ଜାତୀୟ କଳିଙ୍ଗ ପୁରସ୍କାରକୁ କେନ୍ଦ୍ର ସରକାର ଅନୁଦାନ ଦେବାକୁ ମନା କରିଦେବା ପରେ, ଏହା ବନ୍ଦ ହେବାକୁ ଯାଉଛି। ଏହାକୁ ନେଇ, ବିଜେଡିର ବିଧାୟକମାନେ ବିଧାନସଭାରେ ଉତଥାପନ କରିଥିଲେ ହେଁ ରାଜ୍ୟ ସରକାର ନିରବ ଅଛନ୍ତି । ସେହିପରି, ବିଜୁ ବାବୁଙ୍କ ଜୟନ୍ତୀ ସମୟରେ ରାଜ୍ୟ ସରକାରଙ୍କ ଦ୍ଵାରା ଏକ ସପ୍ତାହବ୍ୟାପୀ ଉଦ୍ୟୋକ୍ତା ସମ୍ମିଳନୀ ହୋଇ ଆସୁଥିଲା, ଯେଉଁଥିରେ ଉଦ୍ୟୋଗପତି ମାନେ ଯୋଗ ଦିଅନ୍ତୁ ଓ ସେମିନାର ଏବଂ କର୍ମଶାଳା ଇତ୍ୟାଦି ଆୟୋଜନ କରାଯାଇ ଆସୁଥିଲା । କିନ୍ତୁ, ତାକୁ ମଧ୍ୟ ଏ ବର୍ଷ ଆୟୋଜନ କରାଯାଉ ନାହିଁ। ରାଜ୍ୟ ବିଜେପି ସରକାରଙ୍କ ଏହି କାର୍ଯ୍ୟ ତାଙ୍କ ହୀନମନ୍ୟତାକୁ ଦର୍ଶାଉଛି। ବିଜୁ ଜନତା ଦଳ ରାଜ୍ୟ ସରକାରଙ୍କ ଏହି କାର୍ଯ୍ୟକୁ ଦୃଢ଼ ନିନ୍ଦା କରୁଛି। 

ଆଜିର ପ୍ରତିବାଦ ସଭାରେ ଅନ୍ୟମାନଙ୍କ ମଧ୍ୟରେ ବିଜେଡି ବରିଷ୍ଠ ନେତା  ଗୋପାଳ କୃଷ୍ଣ ପଣ୍ଡା ,ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରି ତାଙ୍ଗୁଲ ,କାର୍ଯ୍ୟକାରୀ ସଭାପତି ଦୂର୍ଗା ତ୍ରିପାଠୀ , ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପତିତପାବନ ବୈଦ୍ୟ ,ପୌର ଅଧ୍ୟକ୍ଷ ମନୋଜ ବାରିକ ,ପୌର ଉପାଧ୍ୟକ୍ଷା କବିତା ମହନ୍ତ ,ବ୍ଲକ ଅଧ୍ୟକ୍ଷା  ଗୌରୀ ପଡ଼ିଆମୀ ,ଜିଲ୍ଲା ପରିଷଦ ସଭ୍ୟା କୁନି ଭୂମିଆ , ଜିଲ୍ଲା ପରିଷଦ ସଭ୍ୟ ମୁକା ମାଡକାମୀ ,ଜିଲ୍ଲା ଯୁବ ଉପ ସଭାପତି କଣ୍ଟେଶ ପୋଟଲା , ବିଜେଡି ରାଜ୍ୟ ଯୁବ ସମ୍ପାଦକ ରବି ରାଜେଶ ,ଜିଲ୍ଲା ଓକିଲ ସଂଘ ସଭାପତି ପ୍ରୀତପଲ ସିଂ ,ବିଜେଡି ନିର୍ବାଚନ ଅଧିକାରୀ ଘନଶ୍ୟାମ ମାଡକାମୀ, ଶଙ୍କର ଚନ୍ଦ୍ର ସାହା , ଯୁବ ନେତା କେ ରାହୁଲ ,ସର୍ବ ବିଶୋଇ ,ଡମ୍ବରୁ ବାଘ , ଯୁବ ସମ୍ପାଦକ ବସନ୍ତ ନାୟକ ,ଶରତ ଚନ୍ଦ୍ର ବିଶ୍ୱାଳ , ରୁଦ୍ର ପାତ୍ର ,ଡନେଲ ପୋଟଲା, ଗାନ୍ଧୀ ପଣ୍ଡା ,ବି .କମେଶ୍ୱର ରାଓ , ଅଖିଳ ମଣ୍ଡଳ , ପ୍ରଶାନ୍ତି ଲତା ବିଶୋଇ ,ଦହନା ତାଙ୍ଗୁଲ ପ୍ରମୁଖଙ୍କ ସହ ବିଜୁ ଜନତା ଦଳର ବହୁ ବିଜୁ ପ୍ରେମୀ ଉପସ୍ଥିତ ଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.