ଆନନ୍ଦପୁର, ୧୮/୧୦- ଆନନ୍ଦପୁର ଉପଖଣ୍ଡ ହାଟଡିହି ତହସିଲର କରଗୋଳା ଗାଁ ନିକଟ ବୈତରଣୀ ବାଲି ଶଯ୍ୟାରୁ ବେଆଇନ ବାଲି ଚାଲାଣକୁ ବିରୋଧ ।  ଶନିବାର ବି ଗ୍ରାମବାସୀ ଆନନ୍ଦପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧାରଣା ଦେଇଛନ୍ତି l ଯୁବ ନେତା ଯଜ୍ଞ ପ୍ରସାଦ ସାହୁଙ୍କ ନେତୃତ୍ୱରେ ଶୁକ୍ରବାର ରାତି ପ୍ରାୟ ଟା ପର୍ଯ୍ୟନ୍ତ ଗ୍ରାମବାସୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ l ଉପଜିଲ୍ଲାପାଳ ଓ ଖଣି ବିଭାଗ ଗ୍ରାମବାସୀଙ୍କୁ ପ୍ରତିଶୃତି ଦେଇ ଧାରଣା ପ୍ରତ୍ୟାହୃତ କରିବାକୁ ପ୍ରୟାସ କରିଥିଲେ l ପରବର୍ତୀ ସମୟରେ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠି ଗ୍ରାମବାସୀଙ୍କ ସମର୍ଥନରେ ସାମିଲ ହୋଇ ମନୋବଳକୁ ସୁଦୃଢ କରିଥିଲେ l

ଶୁକ୍ରବାର ରାତିରେ ଧାରଣରୁ ଓହରିଥିବା ଗ୍ରାମବାସୀ ଶନିବାର ପୁନର୍ବାର ପ୍ରଶାସନର ପ୍ରତିଶୃତି ପୂର୍ବକ କାର୍ଯ୍ୟାନୁଷ୍ଠାନ ଦାବିରେ ଧାରଣାରେ ବସି ରହିଛନ୍ତି l ଏପରିକି ବାଲି ଉତ୍ତୋଳନ ବାବଦକୁ ବାଲି ମାଫିଆଙ୍କ ଠାରୁ ଉତ୍ତୋଳନ ହୋଇଥିବା ବାଲିକୁ ଅଟକଳ କରାଯାଇ ରାଜସ୍ବ ଆୟ ବାବଦକୁ ଜରିମାନା ଆଦାୟ ଦାବି କରିଛନ୍ତି l