ପ୍ରମୂଖ ଖବର
  • ରାୟଗଡ଼ା : ଲାଞ୍ଚ ନେବା ବେଳ ଭିଜିଲାନ୍ସ ହାତରେ ଧରାପଡିଲେ ସିଡିପିଓ, କିରାଣୀ
  • ||
  • ବାଲେଶ୍ୱର : ସାପ କାମୁଡ଼ାରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ମୃତ
  • ||
  • ଖୋର୍ଦ୍ଧା : ବାଇକ୍‌ ପଛରେ ପିଟିହେଲା ମାଲବାହୀ ଟ୍ରକ୍‌; ମହିଳା ମୃତ, ଜଣେ ଆହତ
  • ||
  • ରଥ ଖଳା ହାଲ୍‌ଚାଲ୍... ରଥତ୍ରୟରେ ଲାଗିଲା ୧୨ ଦୁଆରଘଡ଼ା, କଳସ ଉଠି ଓଲଟ ଶୁଆ ସ୍ଥାପନ
  • ||
  • ୩ ବିଧାୟକଙ୍କୁ ବହିଷ୍କାର କଲା ସମାଜବାଦୀ ପାର୍ଟି, ଦଳ ବିରୋଧୀ କାର୍ଯ୍ୟ ପାଇଁ ଆକ୍ସନ
  • ||
  • ସୁନ୍ଦରଗଡ଼ : ବାଇକ୍‌କୁ ପଛରୁ ପିଟିଲା ଟ୍ରକ୍‌; ୨ ମୃତ, ଜଣେ ଗୁରୁତର
  • ||
  • ଅନବସର ତ୍ରୟୋଦଶୀ ତିଥି, ମହାପ୍ରଭୁଙ୍କୁ ଘଣା ଓ ଖଳି ପ୍ରସାଦ ଲାଗି ହେବ
  • ||
  • ସିରିଆର ଏକ ଚର୍ଚ୍ଚରେ ଆତ୍ମଘାତୀ ବିସ୍ଫୋରଣ, ୨୦ ମୃତ
  • ||
  • ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଯୁବ ଶକ୍ତି ସମାବେଶରେ ଦେବେ ଯୋଗ
  • ||
  • ୨୫ରେ ଆଉ ଏକ ଘୂର୍ଣ୍ଣିବଳୟ, ୨୭ଯାଏ ବର୍ଷା ସମ୍ଭାବନା: ଆଜି ୨୪ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||

ଠେମରା ବାଲିଘାଟକୁ ବିରୋଧ; ଏସଡିପିଓ ଅଫିସ ଘେରିଲେ ଗ୍ରାମବାସୀ

Published By : Gurupada Nath | May 16, 2025 11:05 PM

କଳାହାଣ୍ଡି,୧୬/୫(ସନ୍ତୋଷ ସିଂହଦେଓ) :   କଳାହାଣ୍ଡି ଜିଲ୍ଲା ସଦର ବ୍ଲକ ଠେମରା ବାଲିଘାଟକୁ ଦିର୍ଘ ବର୍ଷରୁ ଠେମରା ଗ୍ରାମବାସୀ ବିରୋଧ କରି ଆସୁଥିବା ବେଳେ ବାଲିଘାଟ ଲିଜ ନେଇଥିବା ବ୍ୟକ୍ତି ସେମାନଂକୁ ଭୟଭୀତ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଜିଲ୍ଲା ପ୍ରଶାସନ ସମାଧାନ ନକରିବା ଯାଏଁ ଘାଟରୁ ବାଲି ଉଠାଇବାକୁ  ଦିଆଯିବ ନାହିଁ ବୋଲି ଗ୍ରାମବାସୀ କହିବାରୁ   ଲିଜଧାରି ଅକାରଣରେ ଗ୍ରାମବାସୀଙ୍କ ମଧ୍ୟରୁ ୭ ଜଣଙ୍କ ନାଁରେ ମିଥ୍ୟା ଆଟ୍ରୋସିଟି କେସ୍ କରାଯାଇଛି। ସେମାନଂକୁ ପୋଲିସ ଉଠାଇ ଆଣିବାରୁ ଠେମରା ଗାଁର ଶତାଧିକ ଗ୍ରାମବାସୀ ଆଜି ଏସଡିପିଓ କାର୍ଯ୍ୟାଳୟ ଘେରାଉ କରି ମିଥ୍ୟା କେଶ୍ ପ୍ରତ୍ୟାହାର କରି ଅଟକ ମାନଂକୁ ଛାଡ଼ିବାକୁ ଦାବି କରିଥିଲେ।

ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ' ଭବାନୀପାଟଣା ବ୍ଳକ କଲମ ପଞ୍ଚାୟତ ଠେମରା ତେଲନଦୀ ବାଲିଘାଟରୁ ପୂର୍ବରୁ ବେଆଇନ ବାଲି ଚୋରା ଚାଲାଣ ହୋଇଆସୁଥିଲା। ତାହାକୁ ଗ୍ରାମବାସୀ ବିରୋଧ କରିଥିଲେ। ତାହା ବନ୍ଦ୍ ହୋଇଥିଲା। ପରବର୍ତ୍ତୀ ସମୟରେ କଳାହାଣ୍ଡି ତହସିଲ ପକ୍ଷରୁ ଏହାର ଟେଣ୍ଡର କରି ଦିଆଗଲା। ମାତ୍ର ଠେମରା ବାଲିଘାଟ ଟେଣ୍ଡର ବାତିଲ କରିବାକୁ ଗ୍ରାମବାସୀ ବାରମ୍ଵାର ଜିଲ୍ଲା ପ୍ରଶାସନକୁ ଅନୁରୋଧ କରୁଥିଲେ। ଜିଲ୍ଲା ପ୍ରଶାସନ ନଶୁଣିବାରୁ ଘାଟରୁ ବାଲି ଉଠାଣକୁ ଗ୍ରାମବାସୀ ସମ୍ପୁର୍ଣ୍ଣ ବିରୋଧ କରିଆସୁଛନ୍ତି। ଯାହାକୁ ନେଇ ଘାଟ ଲିଜଧାରି ଓ ଗ୍ରାମବାସୀଙ୍କ ମଧ୍ୟରେ ବିବାଦ ଲାଗି ରହିଛି। ତେବେ ତେଲ ନଦୀ ଠେମରା ଘାଟ ଉପରେ ଗ୍ରାମବାସୀ ନିର୍ଭର କରୁଛନ୍ତି। ସେହି ସ୍ଥାନରୁ ବାଲି ଉଠାଇବା ଦ୍ବାରା ନଦୀ କୂଳ ଖାଇବା ସହ ଗ୍ରାମବାସୀଙ୍କ ଚାଷ ଜମି ନଷ୍ଟ ହେଉଛି। ଗାଁର ମୁଖ୍ୟ ଯାତାୟାତ ରାସ୍ତା ଖରାପ ହେଉଛି ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ମାତ୍ର ବାଲିଘାଟରେ ନିୟୋଜିତ ଠିକା ସଂସ୍ଥା ଗ୍ରାମବାସୀଙ୍କୁ ଭୟଭୀତ କରୁଥିବା ସେମାନେ ଅଭିଯୋଗ କରିଛନ୍ତି। ଗତ ତିନି ଦିନ ତଲେ ଗାଁର ନିର୍ଦ୍ଧିଷ୍ଟ ୭ ଜଣ ନିତ୍ୟାନନ୍ଦ ସା, ପବିତ୍ର ସା, ସୁରେଶ ସା, ଦୟାମତି ଶବର, ମଞ୍ଜୁରୀ ସା, ଚିତ୍ରୁ ଶବର, ଜଳଧର ଶବର ନାମରେ ଆଟ୍ରୋସିଟି କେଶ୍ କରାଯାଇଛି। ତେବେ ବାଲି ଉଠାଣକୁ ସଂପୂର୍ଣ୍ଣ ଗାଁ ବିରୋଧ କରୁଛି। ମାତ୍ର ଗାଁର ଅନ୍ୟ ଲୋକଂକ ଉପରେ ଏହି ମାମଲା ଯେହେତୁ ହୋଇପାରିବ ନାହିଁ ତେଣୁ ସମସ୍ତଙ୍କୁ ଭୟଭୀତ କରିବାକୁ ଏହି ସାତ ଜଣଙ୍କ ନାଁରେ ମିଥ୍ୟା ମାମଲା କରାଯାଇଅଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଆମ ସହ ପ୍ରଶାସନ ଆଲୋଚନା ନକରି ପୁଲିସ କେସ କରିବା, ବିନା ପଚରାଉଚରା କରି ଲୋକଙ୍କୁ ଉଠାଇ ଆଣିବା ସନ୍ଦେହ ସୃଷ୍ଟି କରୁଛି। କେସ ପ୍ରତ୍ୟାହାର ସହ ଟେଣ୍ଡର ବାତିଲ ନକରିବା ଯାଏଁ ଏସଡିପିଓ ଅଫିସ ସମ୍ମୁଖରେ ଧାରଣାରେ ବସି ରହିବୁ ବୋଲି ଗ୍ରାମବାସୀ କହିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.