ସୁନ୍ଦରଗଡ,୦୫/୧୦: ଏନଟିପିସି ମେଗା ପାୱାର ପ୍ଲାଣ୍ଟ ସମ୍ମୁଖରେ ଗଣଧାରଣା। ଆନ୍ଦୋଳନ ଡାକରା ଦେଇଛି ଜିଲ୍ଲା ବିଜେପି। ଫଳରେ ଏନଟିପିସିକୁ ପରିବହନ ବନ୍ଦ ହୋଇଛି । ଏନଟିପିସିରୁ ଫ୍ଲାଏ-ଆସ୍ ପରିବହନ ଯୋଗୁଁ ହେଉଥିବା ପ୍ରଦୂଷଣକୁ ବିରୋଧ କରି ସ୍ଥାନୀୟ ଲୋକଙ୍କ ସହ ବିଜେପି କର୍ମୀ ଏହି ଧାରଣା ଦେଇଛନ୍ତି। 

ସୂଚନା ମୁତାବକ,ପାୱାର ପ୍ଲାଣ୍ଟରୁ ଫ୍ଲାଏ-ଆସ୍ ପରିବହନ ଯୋଗୁଁ ଆଖପାଖ ଅଞ୍ଚଳରେ ବାୟୁ ପ୍ରଦୂଷଣ ହେଉଛି।  ପରିବହନରେ ସଂଶ୍ଳିଷ୍ଟ କିଛି ମାଫିଆ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଗାଁରେ ବେଆଇନ ଫ୍ଲାଏ-ଆସ୍ ଡମ୍ପିଂ କରି ଚାଷ ଜମି, ନଦୀ, ପୋଖରୀକୁ ପ୍ରଦୂଷିତ କରୁଛନ୍ତି। ଏନେଇ ସ୍ଥାନୀୟ ଲୋକେ ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ ପାୱାର ପ୍ଲାଣ୍ଟ କତ୍ତୃପକ୍ଷ କୌଣସି ପଦକ୍ଷେପ ନେଉନାହାନ୍ତି। ଯାହାକୁ ନେଇ ଆଜି ସ୍ଥାନୀୟ ଲୋକେ ଧାରଣା ଦେଇଛନ୍ତି। ଏନଟିପିସି ପାୱାର ପ୍ଲାଣ୍ଟକୁ ସମସ୍ତ ଯାନବାହାନ ଚଳାଚଳ ବନ୍ଦ କରିବା ସହ ଏନଟିପିସି ପାୱାର ପ୍ଲାଣ୍ଟ ଗେଟ୍ ସମ୍ମୁଖରେ ବିରୋଧ ପ୍ରଦର୍ଶନ କରିଛନ୍ତି  ।