ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ମମତା ବାନାର୍ଜୀଙ୍କ ସହ ଆଲୋଚନା ପରେ ଆମରଣ ଅନଶନରୁ ଓହରିଲେ କନିଷ୍ଠ ଡାକ୍ତର

Published By : Tapas Panda | October 21, 2024 11:33 PM

Image Courtesy: indiatvnews

ନୂଆଦିଲ୍ଲୀ: ସୋମବାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଆଲୋଚନା ପରେ କନିଷ୍ଠ ଡାକ୍ତର ଆମରଣ ଅନଶନରୁ ଓହରିଛନ୍ତି ।  କୋଲକାତା ଆରଜି କର ମେଡିକାଲ କଲେଜ ମାମଲାରେ ଜୁନିୟର ଡାକ୍ତର ୧୬ ଦିନ ପରେ ଆମରଣ ଅନଶନ ଶେଷ କରିଛନ୍ତି । ଆଜି ରାତିରେ ନବାନ୍ନରେ ଦୀର୍ଘ ସମୟ ଧରି ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବା ପରେ ଏହି ନିଷ୍ପତ୍ତି ନେଇଛନ୍ତି କନିଷ୍ଠ ଡାକ୍ତର । ଉଲ୍ଲେଖଯୋଗ୍ୟ ଯେ, ଅକ୍ଟୋବର ୫ରୁ କନିଷ୍ଠ ଡାକ୍ତର ଧର୍ମତଲ୍ଲାରେ ଆମଣର ଅନଶନରେ ବସିଥିଲେ । ୧୦ ଦଫା ଦାବି ନେଇ ଡାକ୍ତରମାନେ ଆମରଣ ଅନଶନରେ ବସିଥିଲେ । 

ସୋମବାର ସନ୍ଧ୍ୟାରେ ରାଜ୍ୟ ସଚିବାଳୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ କନିଷ୍ଠ ଡାକ୍ତରଙ୍କ ମଧ୍ୟରେ ପ୍ରାୟ ଦୁଇ ଘଣ୍ଟା ବୈଠକ ହୋଇଥିଲା । ଏଥିରେ କନିଷ୍ଠ ଡାକ୍ତରଙ୍କ ବିଭିନ୍ନ ଦାବି ଉପରେ ଚର୍ଚ୍ଚା ହୋଇଥିଲା । ଏହି ଦାବି ଭିତରେ ରାଜ୍ୟର ହସ୍ପିଟାଲରେ ଧମକ କଥା ମଧ୍ୟ ସାମିଲ ରହିଛି । ଆମରଣ ଅନଶନର ୧୭ତମ ଦିନରେ ନବନ୍ନା (ସଚିବାଳୟ)ରେ ଆୟୋଜିତ ବୈଠକର ପ୍ରଥମ ଥର ଲାଇଭ୍ ଷ୍ଟ୍ରିମିଂ କରାଯାଇଥିଲା । 

ବୈଠକରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କନିଷ୍ଠ ଡାକ୍ତରଙ୍କୁ ଅନଶନରୁ ଓହରିବା ପାଇଁ ଅପିଲ୍ କରିଥିଲେ । ମମତା କହିଥିଲେ ଯେ, ଅଧିକାଂଶ ଦାବିର ସମାଧାନ କରାଯାଇଛି, ତେବେ ରାଜ୍ୟର ସ୍ୱାସ୍ଥ୍ୟ ସଚିବଙ୍କୁ ହଟାଯିବା ଦାବିକୁ ଗ୍ରହଣ କରାଯାଇ ନାହିଁ । ସ୍ୱାସ୍ଥ୍ୟ ସଚିବଙ୍କୁ ହଟାଯିବା ଦାବି ଉପରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବିନା କୌଣସି ପ୍ରମାଣରେ ତାଙ୍କୁ ଅଭିଯୁକ୍ତ କହିବା ଭୁଲ ହେବ । ଏହା ଉପରେ ଡାକ୍ତର ଜବାବ ଦେଇ କହିଥିଲେ, ଆଇନ ଅନୁସାରେ କୌଣସି ବ୍ୟକ୍ତିକୁ ସେପର୍ଯ୍ୟନ୍ତ ଅଭିଯୁକ୍ତ କୁହାଯାଇପାରିବ, ଯେପର୍ଯ୍ୟନ୍ତ ସେ ଦୋଷୀ ସାବ୍ୟସ୍ତ ହୋଇନାହାନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.