ଇସଲାମାବାଦ, ୨୩/୦୩: ପାକିସ୍ତାନ ସୁପର ଲିଗକୁ ବଡ଼ ଝଟକା । ମଧ୍ୟପ୍ରାଚ୍ୟ ଯୁଦ୍ଧ ନିଆଁରେ ଜଳିଯିବ ପାକିସ୍ତାନ କ୍ରିକେଟ୍ । ତୈଳ ସଂକଟରେ ପାଉଁଶ ହୋଇଯିବ ପିଏସଏଲ୍ । ଦେଶରେ ତେଲ ନଥିବାରୁ ଦୁଇଟି ଷ୍ଟାଡିୟମରେ ମ୍ୟାଚ୍ । ଖର୍ଚ୍ଚ କାଟ ପାଇଁ ଉଦଘାଟନୀ ସମାରୋହ ବି ରଦ୍ଦ । ପଡ଼ୋଶୀ ଭିକାରିସ୍ତାନର ଭିତିରି କଥା ଏବେ ସାମ୍ନାକୁ ଆସୁଛି । ମାଧ୍ୟପ୍ରାଚ୍ୟ ଯୁଦ୍ଧ ପାଇଁ ପାକିସ୍ତାନରେ ତୈଳ ସଂକଟ ଦେଖା ଦେଲାଣି । ଆଉ କିଛି ଦିନରେ ଭିତରେ ରାସ୍ତା ଉପରେ ଛିଡ଼ା ହୋଇଯିବ ଗାଡ଼ି ମୋଟର । ଚକଅଖ ସବୁକିଛି ଠପ୍ ହୋଇଯିବ । ଲୋକଙ୍କୁ ଘରୁ ବାହାରିବା ମୁସ୍କିଲ୍ ହୋଇଯିବ । ରାସ୍ତାରେ ଚାଲି ଚାଲି ଯିବାକୁ ପଡ଼ିବ ସମସ୍ତଙ୍କୁ । ଏହାର ପ୍ରଥମ ସୋପାନ ଏବେ ଆରମ୍ଭ ହୋଇଯାଇଛି । କାରଣ ଦେଶରେ ପେଟ୍ରୋଲ୍ ଡିଜେଲ ସାରି ଆସୁଥିବାରୁ ପାକିସ୍ତାନ ସୁପର ଲିଗ୍ ସିଜିନ୍ -୧୧ ସଙ୍କୁଚିତ ହୋଇଛି । ଚଳିତ ବର୍ଷ ଏହି କ୍ରିକେଟ୍ ଲିଗ୍ ମାତ୍ର ଦୁଇଟି ଭେନ୍ୟୁରେ ହେବ । ସେହିପରି ଓପନିଂ ସେରିମୋନିକୁ ମଧ୍ୟ ରଦ୍ଦ କରାଯାଇଛି । ଖର୍ଚ୍ଚ କମାଇବାକୁ ପାକିସ୍ତାନ କ୍ରିକେଟ୍ ବୋର୍ଡ ଏଭଳି ନିଷ୍ପତ୍ତି ନେଇଛି । ତୈଳ ସଂକଟ ଏବଂ ଖର୍ଚ୍ଚ କାଟ ପାଇଁ ଏହା ଜରୁରୀ । ତେବେ ପିସିବି ଏହି ନିଷ୍ପତ୍ତି, ଅନେକ ପ୍ରଶ୍ନ ଛିଡ଼ା କରିଛି ।
ସେପଟେ ପାକିସ୍ତାନ କ୍ରିକେଟ୍ ବୋର୍ଡ ଏଭଳି ନିଷ୍ପତ୍ତିକୁ ସୋସିଆଲ୍ ମିଡିଆ ଖୁବ୍ ଟ୍ରୋଲ୍ କରାଯାଉଛି । ସୋସିଆଲ୍ ମିଡିଆ ଫ୍ୟାନ୍ସ୍ ପାକିସ୍ତାନ ସୁପର ଲିଗକୁ ‘ପେଟ୍ରୋଲ୍ ସର୍ଟେଜ୍ ଲିଗ୍’ର ନାଁ ଦେଇଛନ୍ତି । ତୈଳ ସଂକଟରେ ପିସିଏଲର ହାଓ୍ବା ଟାଇଟ୍ ହୋଇଛି । ଯାହା ଟି-ଟ୍ବେଣ୍ଟି କ୍ରିକେଟ୍ ଛବିକୁ ଖରାପ କରୁଛି ବୋଲି କହି ଫ୍ୟାନ୍ସ ଟ୍ରୋଲ୍ କରୁଛନ୍ତି । ଚଳିତ ଥର ପିଏସଏଲର ମ୍ୟାଚ୍ ସିଡ୍ୟୁଲ୍ ସିଧା ଇଣ୍ଡିଆ ପ୍ରିମିୟର ଲିଗ୍ ବା ଆଇପିଏଲ ସହ ଟକ୍କର ନେଇଛି । କାରଣ ମେନ୍ସ ଟି-ଟ୍ବେଣ୍ଟି ଓ୍ବାର୍ଲ୍ଡକପ୍-୨୦୨୬ ପାଇଁ ଲିଗର ଠିକ୍ ସମୟରେ ଆୟୋଜନ ହୋଇପାରିଲା ନାହିଁ । ତେଣୁ ଏହା ମାର୍ଚ୍ଚ ୨୬ ତାରିଖରୁ ଆରମ୍ଭ ହେବ । ଏପଟେ ଆଇପିଏଲ୍ ମଧ୍ୟ ମାର୍ଚ୍ଚ ୨୮ ତାରିଖରୁ ଆରମ୍ଭ ହେଉଛି । ତେଣୁ ଅଧିକ ବିଦେଶୀ ଖେଳାଳି ପିଏସଏଲ୍ ଛାଡ଼ି ଆଇପିଏଲରେ ଯୋଗ ଦେଉଛନ୍ତି । ଅଧିକ ପାରିଶ୍ରମିକ ଏବଂ ଗ୍ଲୋବାଲ୍ ପରିଚୟ ପାଇଁ ବାହାର ଖେଳାଳଙ୍କ ପ୍ରଥମ ସପନ୍ଦ ହୋଇଛି ଇଣ୍ଡିଆ ପ୍ରିମିୟର ଲିଗ୍ ।
ସେପଟେ କିଛି ଦିନ ହେଲା ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିଛି । ପାକିସ୍ତାନ ସେନା ଏୟାର ଷ୍ଟ୍ରାଇକ୍ କରି ପ୍ରାୟ ୪ଶହରୁ ଅଧିକ ନୀରିହ ଲୋକଙ୍କ ମାରିଛି । ଯାହାକୁ ନେଇ ଆଫଗାନିସ୍ତାନ ଲୋକ ଏବଂ ସେଠାକାର ତାଲିବାନ ସରକାର ବଦଲା ନେବା ସୁଯୋଗ ଅପେକ୍ଷାରେ ରହିଛନ୍ତି । ଅନ୍ୟପଟେ ଆଫଗାନ-ପାକିସ୍ତାନ ମଧ୍ୟରେ ସିଜ୍ ଫାୟାର ସର୍ତ୍ତ ଶୀଘ୍ର ଶେଷ ହେଉଛି । ତେଣୁ ଆଫଗାନିସ୍ତାନ କେତେବେଳେ ବି ଆକ୍ରମଣ କରିପାରେ । ଯାହା ଖେଳାଳିଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଅଧିକ ପଢ଼ନ୍ତୁ-ଆଇପିଏଲକୁ ଆଉ ୫ ଦିନ...ଆରସିବିକୁ କୋହଲିଙ୍କ 'ବିରାଟ' ବାର୍ତ୍ତା, କହିଲେ ଟାଇଟଲ ବଜାୟ ରଖିବାକୁ ଆମକୁ ୧୨୦....
ଏପଟେ ପିଏସଏଲ୍ ଛାଡ଼ୁଥିବା ଖେଳାଳିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ପିସିବି ଚେୟାର ମ୍ୟାନ୍ ମୋହନିସ୍ ନକବୀ । ସେ କହିଛନ୍ତି, ପିଏସଏଲ୍ ବିଶ୍ବର ଦ୍ବିତୀୟ ବଡ଼ ଟି-ଟ୍ବେଣ୍ଟି କ୍ରିକେଟ୍ ଲିଗ୍ । ଏହା ଏବେ କଠିନ ସମୟ ଦେଇ ଗତି କରୁଛି । କମ୍ ଭେନ୍ୟୁ, ବିନା ଓପନିଂ ସେରିମୋନି, ଖାଲି ଷ୍ଟାଡିୟମ ଏବଂ ଖେଳାଳିଙ୍କ ପଳାୟନ ଲିଗର ଛବିକୁ ଖରାପ କରୁଛି । ଯାହାକୁ ନେଇ କ୍ରିକେଟ୍ ଫ୍ୟାନ୍ସ ପିଏସଏଲକୁ ନେଇ ବଡ଼ ଟ୍ରୋଲ୍ କରୁଛନ୍ତି ।