ସାଧାରଣ ପ୍ରଶାସନ ଏହି ନୀତି ଉପରେ କାର୍ଯ୍ୟ କରେ ଯେ, ରାଜ୍ୟ ଏକ ସ୍ୱେଚ୍ଛାସେବୀ ସଂଘ, ଯେଉଁଠାରେ ବ୍ୟକ୍ତିମାନେ ସୁରକ୍ଷା ଏବଂ ସମୃଦ୍ଧି ପାଇଁ କିଛି ଅଧିକାର ପରିତ୍ୟାଗ କରନ୍ତି । ଗଣତାନ୍ତ୍ରିକ ଶାସନ ଆଇନର ଶାସନକୁ ବଜାୟ ରଖିବା ଏବଂ ଏକ ନ୍ୟାୟପୂର୍ଣ୍ଣ ସମାଜ ସୃଷ୍ଟି କରିବା ପାଇଁ ରଚନା କରାଯାଇଛି । ଶାସନର ମୂଳରେ ମାନବ କଲ୍ୟାଣ ରହିଛି । ଯେଉଁ ସମାଜରେ ବ୍ୟକ୍ତିମାନେ ସାମାନ୍ୟ ମାତ୍ରାରେ ପରୋପକାର ପ୍ରଦର୍ଶନ କରନ୍ତି, ସେଗୁଡ଼ିକ ଶାସନର ପ୍ରଭାବକୁ ଯଥେଷ୍ଟ ବୃଦ୍ଧି କରିପାରିବେ ଏବଂ ବିଶ୍ୱକୁ ଏକ ଉତ୍ତମ ସ୍ଥାନକୁ ନେବାରେ ଯୋଗଦାନ ଦେଇପାରିବେ ।
(ପ୍ରଶାସନିକ ସେବାର ଜଣେ ବରିଷ୍ଠ ଅଧିକାରୀ)
ଗୃହ ଏବଂ ନଗର ଉନ୍ନୟନ ବିଭାଗର ପ୍ରଶାସନିକ ମୁଖ୍ୟ ଭାବରେ, ମୁଁ ବର୍ତ୍ତମାନ ସରକାରୀ ଜମି ଜବରଦଖଲ ସହିତ ଜଡ଼ିତ ଭୁବନେଶ୍ୱରର ପ୍ରାୟ ୭୦୦ ମାମଲା ପରିଚାଳନା କରୁଛି । ଯେତେବେଳେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ କିମ୍ବା ଭୁବନେଶ୍ୱର ମହାନଗର ନିଗମ ଜବରଦଖଲ ଉଚ୍ଛେଦ ନୋଟିସ୍ ଜାରି କରନ୍ତି, ପ୍ରଭାବିତ ପକ୍ଷ ପ୍ରାୟତଃ ଏକ ଆବେଦନ ଦାଖଲ କରନ୍ତି । ଯଦିଓ କିଛି ମାମଲାର ପ୍ରକୃତ ଯୋଗ୍ୟତା ଥାଏ, ଯାହାକୁ ଅଧିକାରୀ ଆବେଦନକାରୀଙ୍କ ଯଥାର୍ଥ ଦାବିକୁ ଠିକ୍ଭାବେ ବୁଝିପାରିନଥାନ୍ତି । ମାତ୍ର ଅଧିକାଂଶ ମାମଲାରେ ପକ୍ଷମାନେ ବିଭିନ୍ନ ଉପାୟରେ ଜବରଦଖଲ ଜମିକୁ ବଜାୟ ରଖିବାକୁ ଚେଷ୍ଟା କରନ୍ତି । ଆଇନଗତ ବିଚାରାଧୀନତା ଆବେଦନକାରୀଙ୍କୁ ଲାଭ ପହଞ୍ଚାଉଥିବା ହେତୁ ଏହି ମାମଲାଗୁଡ଼ିକ ପ୍ରାୟ ଦୀର୍ଘ ସମୟ ପାଇଁ ସମାଧାନ ହୋଇପାରିନଥାଏ ।
ଏହା ନୁହେଁ ଯେ, କର୍ତ୍ତୃପକ୍ଷ ଜନସାଧାରଣଙ୍କ ପାଇଁ ହେଉଥିବା ଅସୁବିଧା ବିଷୟରେ ଅଜ୍ଞ, କିନ୍ତୁ ବ୍ୟକ୍ତିଗତ ସ୍ୱାର୍ଥ ପ୍ରାୟତଃ ବ୍ୟାପକ ଭାବରେ ଜନସାଧାରଣଙ୍କ ହିତ ଉପରେ ପ୍ରାଧାନ୍ୟ ବିସ୍ତାର କରିଥାଏ । ସହରାଞ୍ଚଳରେ ଡ୍ରେନ୍, ଜଳାଶୟ ଏବଂ ରାସ୍ତାଗୁଡ଼ିକୁ ପ୍ରାୟ ବ୍ୟାପକ ଭାବେ ଜବରଦଖଲ କରାଯାଏ । ଯେଉଁମାନେ କି ସମ୍ବଳ ଏବଂ ଶକ୍ତି ସହାୟତାରେ ଅନଧିକୃତ ଲାଭ ଉପଭୋଗ କରିବା ଜାରି ରଖନ୍ତି । ଅନ୍ୟପକ୍ଷରେ, ବାସସ୍ଥାନ କିମ୍ବା ଜୀବିକା ପାଇଁ ଜମି ଜବରଦଖଲ କରୁଥିବା ଅବହେଳିତ ବ୍ୟକ୍ତିମାନେ ପ୍ରାୟତଃ ନ୍ୟସ୍ତସ୍ୱାର୍ଥ ଥିବା ଗୋଷ୍ଠୀ ଦ୍ୱାରା ଶୋଷଣର ଶିକାର ହୁଅନ୍ତି । ଏପରି ସମସ୍ୟାର ସମାଧାନ ଖୋଜିବା ଜଟିଳ । ପ୍ରଭାବିତ ବ୍ୟକ୍ତି ଏବଂ ସରକାର ଉଭୟଙ୍କ ଠାରୁ ଆପୋସ ନିଷ୍ପତ୍ତି ନେବା ଆବଶ୍ୟକ । ଉଦାହରଣ ସ୍ୱରୂପ, ବସ୍ତି ପୁନଃବିକାଶ ପ୍ରକଳ୍ପରେ ଜବରଦଖଲକାରୀମାନେ ଜମି ଖାଲି କରିବାକୁ ଇଚ୍ଛୁକ ହେବା ଆବଶ୍ୟକ । ସେହିପରି ସରକାର ମଧ୍ୟ ପରିବାର ପାଇଁ ଉନ୍ନତ ପୁନର୍ବାସ ସୁବିଧା ସୁନିଶ୍ଚିତ କରିବା ଆବଶ୍ୟକ । ଯଦିବି ଏଥିରେ କିଛି ବ୍ୟକ୍ତିଗତ ଅସୁବିଧା ହୁଏ, ଶେଷରେ ସମାଜର ସାମୂହିକ କଲ୍ୟାଣ ପାଇଁ ସହଯୋଗ ଆବଶ୍ୟକ ।
ଭାରତରେ, ଜନଜୀବନର ଅନେକ କ୍ଷେତ୍ରରେ ଜନସ୍ୱାର୍ଥର ସାଲିସ୍ ସ୍ପଷ୍ଟ । ଏକ ସହଜ ଉଦାହରଣ ହେଉଛି, ଅଳିଆ ଆବର୍ଜନାର ଅନୁପଯୁକ୍ତ ନିଷ୍କାସନ । ଅନେକ ବ୍ୟକ୍ତି ନିର୍ଦ୍ଦିଷ୍ଟ ଡବା ବ୍ୟବହାର କରିବା ପରିବର୍ତ୍ତେ ରାସ୍ତାରେ ଅଳିଆ ଆବର୍ଜନା ପକାଇ ଦିଅନ୍ତି । ଟ୍ରାଫିକ୍ ଉଲ୍ଲଙ୍ଘନ କିମ୍ବା ଜମି ଜବରଦଖଲ କ୍ଷେତ୍ରରେ ଆଇନର ଶାସନକୁ ପ୍ରାୟତଃ ଅଣଦେଖା କରାଯାଏ । ଯେତେବେଳେ ଉଲ୍ଲଙ୍ଘନକାରୀମାନଙ୍କୁ ପ୍ରୋତ୍ସାହିତ କରାଯାଏ ଏବଂ ଦାୟିତ୍ୱ ଦୁର୍ବଳ ଥାଏ, ସେତେବେଳେ ଜନସ୍ୱାର୍ଥକୁ ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ ନିୟମାବଳୀ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୁଏ। ବ୍ୟକ୍ତିଗତ ସ୍ୱାର୍ଥ ଉପରେ ଜନସ୍ୱାର୍ଥକୁ ଚିହ୍ନଟ କରିବା ସର୍ବଦା ସରଳ ନୁହେଁ । ଏହା ପ୍ରଶାସକମାନଙ୍କ ପାଇଁ ଏକ ନିରନ୍ତର ଦ୍ୱନ୍ଦ୍ୱ ସୃଷ୍ଟିକରେ । ପ୍ରାୟତଃ, ବ୍ୟକ୍ତିଗତ ସ୍ୱାର୍ଥକୁ ସାର୍ବଜନୀନ ସ୍ୱାର୍ଥ ରୂପେ ଛଦ୍ମଭାବେ ବ୍ୟବହାର କରାଯାଏ । କ୍ଷମତାରେ ଥିବା ଲୋକମାନେ ସାଧାରଣ କଲ୍ୟାଣକୁ ଦେଖାଇ ମୁଖ୍ୟତଃ ବ୍ୟକ୍ତିଗତ ସ୍ୱାର୍ଥ ସେବା କରୁଥିବା କିଛି ନିର୍ଦ୍ଦିଷ୍ଟ ପ୍ରକଳ୍ପ ପାଇଁ ପ୍ରବର୍ତ୍ତନ କରନ୍ତି । ଏକ ଉଦାହରଣ ହେଉଛି, ସାର୍ବଜନୀନ ବ୍ୟବହାର ପାଇଁ ସମ୍ପ୍ରଦାୟ କୋଠା ନିର୍ମାଣ, କିନ୍ତୁ ଶେଷରେ କିଛି ନିର୍ଦ୍ଦିଷ୍ଟ ଗୋଷ୍ଠୀ ଦ୍ୱାରା ଏହାକୁ ଏକଚାଟିଆ ବ୍ୟବହାର କରାଯାଏ ।
ଶାସନରେ, ସାର୍ବଜନୀନ ସ୍ୱାର୍ଥ ନିଷ୍ପତ୍ତି ଗ୍ରହଣ କରିବା ପ୍ରାଥମିକ ମାନଦଣ୍ଡ ହେବା ଉଚିତ । ଘରୋଇ କ୍ଷେତ୍ରରେ ଯଦି ଆଇନଗତ ଅନୁପାଳନ ବଜାୟ ରଖାଯାଏ ବ୍ୟକ୍ତିଗତ ସ୍ୱାର୍ଥକୁ ଗୁରୁତ୍ୱ ଦେବା ନୀତି ସ୍ୱୀକାରଯୋଗ୍ୟ । ବିପରୀତରେ, ବ୍ୟକ୍ତିଗତ ଅଧିକାରକୁ ଲଙ୍ଘନ ନକରି ସାଧାରଣ ସ୍ୱାର୍ଥକୁ ବଜାୟ ରଖିବା ପାଇଁ ସରକାର ଦାୟୀ । ଏହା ଦୃଢ଼ ତଦାରଖ ବ୍ୟବସ୍ଥା ଏବଂ ସ୍ୱଚ୍ଛ ଶାସନର ଗୁରୁତ୍ୱକୁ ଗୁରୁତ୍ୱ ଦିଏ । ‘ଟଙ୍କାର ମୂଲ୍ୟ' ଏବଂ କଠୋର ପ୍ରକଳ୍ପ ମୂଲ୍ୟାଙ୍କନ ଭଳି ଧାରଣାଗୁଡ଼ିକ ସରକାରୀ ନିଷ୍ପତ୍ତିଗୁଡ଼ିକୁ ଜନକଲ୍ୟାଣ ସହିତ ସମନ୍ୱିତ କରିବା ନିଶ୍ଚିତ ହେବା ଦରକାର ।
ସାର୍ବଜନୀନ ସ୍ୱାର୍ଥ ଉପରେ ଆଲୋଚନା କେବଳ ଭୌତିକ ଭିତ୍ତିଭୂମି ପର୍ଯ୍ୟନ୍ତ ସୀମିତ ନୁହେଁ, ଏହା ନୀତି ନିର୍ଦ୍ଧାରଣ ଏବଂ ମାନବ ସମ୍ବଳ ପରିଚାଳନାକୁ ମଧ୍ୟ ବିସ୍ତାର କରେ । ମୁଁ ଅତୀତରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟରେ କାର୍ଯ୍ୟ କରିଥିଲି । ବିମାନ ଚଳାଚଳ କ୍ଷେତ୍ରରେ, ପୂର୍ବ ୫/୨୦ ନୀତି ଅନୁଯାୟୀ ବିମାନ କମ୍ପାନୀଗୁଡ଼ିକୁ ପାଞ୍ଚବର୍ଷ ପାଇଁ ଘରୋଇ ଭାବରେ କାର୍ଯ୍ୟ କରିବାକୁ ଏବଂ ଅନ୍ତର୍ଜାତୀୟ ରୁଟ୍ ପାଇଁ ଯୋଗ୍ୟ ହେବା ପୂର୍ବରୁ ଅତି କମ୍ରେ ୨୦ଟି ବିମାନର ଏକ ଫ୍ଲିଟ୍ ବଜାୟ ରଖିବାକୁ ବାଧ୍ୟ କରାଯାଇଥିଲା । ଉଲ୍ଲେଖିତ ଯଥାର୍ଥତା ଥିଲା ଘରୋଇ କାର୍ଯ୍ୟକୁ ମଜବୁତ କରିବା ଏବଂ ଭାରତୀୟ ନାଗରିକମାନଙ୍କୁ ଲାଭ ପହଞ୍ଚାଇବା । ତଥାପି ସମାଲୋଚକମାନେ ଯୁକ୍ତି ଦିଅନ୍ତି ଯେ, ନୀତିଟି ଅନ୍ତର୍ଜାତୀୟ ରୁଟ୍ ଉପରେ ଏକ ପ୍ରତିଷ୍ଠିତ ବିମାନ କମ୍ପାନୀର ଏକାଧିକାରକୁ ସୁରକ୍ଷା ଦେବାପାଇଁ ଡିଜାଇନ୍ କରାଯାଇଥିଲା । ଏହି ନୀତି ଶେଷରେ ଏକ ଅଧିକ ପ୍ରଗତିଶୀଳ ଢାଞ୍ଚା ସପକ୍ଷରେ ବାତିଲ କରାଯାଇଥିଲା । ସେହିପରି ସରକାରୀ ମାନବ ସମ୍ବଳ ପରିଚାଳନାରେ କର୍ମଚାରୀ ସୁବିଧା ପ୍ରାୟତଃ ଜନସାଧାରଣଙ୍କ ଆବଶ୍ୟକତା ଅପେକ୍ଷା ପ୍ରାଧାନ୍ୟ ପାଏ । କେତେକ ସମୟରେ ସେବା ପ୍ରଦାନର ଖର୍ଚ୍ଚରେ ‘ପ୍ରଶାସନିକ ସୁବିଧା' ପାଇଁ ପସନ୍ଦର ଫଳସ୍ୱରୂପ କିଛି ଚୟନିତ କର୍ମଚାରୀ ବାରମ୍ବାର ପୋଷ୍ଟିଂ ପାଇଥାନ୍ତି ।
ବିଦ୍ୟାଳୟ ଏବଂ ଗଣଶିକ୍ଷା ସଚିବ ଭାବରେ, ଆଦିବାସୀ ଅଞ୍ଚଳରେ ପଦୋନ୍ନତିରେ ପ୍ରଧାନଶିକ୍ଷକଙ୍କୁ ସ୍ଥାନାନ୍ତର କରି ଖାଲି ପଦବି ପୂରଣ କରିବାକୁ ଚେଷ୍ଟା କରିବା ସମୟରେ ମୁଁ ବ୍ୟକ୍ତିଗତ ଭାବରେ ଏହି ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥିଲି । ମୋର ଉଦ୍ଦେଶ୍ୟ ଥିଲା ଯେ, ପଦୋନ୍ନତି ପରେ ଅତି କମ୍ରେ କିଛି ଶିକ୍ଷକ ଦୂରଦୂରାନ୍ତରେ ସେବା କରିବେ । ତଥାପି, ଏହାର ପ୍ରତିକ୍ରିୟା ତୁରନ୍ତ ହୋଇଥିଲା- ଦୂରଦୂରାନ୍ତରେ କାର୍ଯ୍ୟରତ କର୍ମଚାରୀମାନେ ସମ୍ମୁଖୀନ ହେଉଥିବା ଅସୁବିଧା ବିଷୟରେ ଏକ ଅସନ୍ତୋଷ ପ୍ରକାଶ ପାଇଥିଲା । ବହୁତ ସମୟ ପୂର୍ବରୁ ଅନେକଙ୍କୁ ସେମାନଙ୍କର ପସନ୍ଦର ପଦବିରେ ପୁନଃନିଯୁକ୍ତ କରାଯାଇଥିଲା, ଗୁଣାତ୍ମକ ଶିକ୍ଷାରୁ ବଞ୍ଚିତ ଛାତ୍ରମାନଙ୍କ ପ୍ରତି ଧ୍ୟାନ ଦିଆଯାଇନଥିଲା । ଏହା ମୌଳିକ ପ୍ରଶ୍ନ ଉଠାଇଥାଏ: ଆମେ ବ୍ୟକ୍ତିଗତ ଏବଂ ସାଧାରଣ ସ୍ୱାର୍ଥ ମଧ୍ୟରେ ସନ୍ତୁଳନ କେମିତି ଆଣିବା ।
ସାଧାରଣ ପ୍ରଶାସନ ଏହି ନୀତି ଉପରେ କାର୍ଯ୍ୟ କରେ ଯେ, ରାଜ୍ୟ ଏକ ସ୍ୱେଚ୍ଛାସେବୀ ସଂଘ ଯେଉଁଠାରେ ବ୍ୟକ୍ତିମାନେ ସୁରକ୍ଷା ଏବଂ ସମୃଦ୍ଧି ପାଇଁ କିଛି ଅଧିକାର ପରିତ୍ୟାଗ କରନ୍ତି । ଗଣତାନ୍ତ୍ରିକ ଶାସନ ଆଇନର ଶାସନକୁ ବଜାୟ ରଖିବା ଏବଂ ଏକ ନ୍ୟାୟପୂର୍ଣ୍ଣ ସମାଜ ସୃଷ୍ଟି କରିବା ପାଇଁ ରଚନା କରାଯାଇଛି । ହିନ୍ଦୁ ଦର୍ଶନରେ ମଧ୍ୟ ‘ମତ୍ସ୍ୟ ନ୍ୟାୟ', ଯେଉଁଠାରେ ଦୁର୍ବଳଙ୍କ ଉପରେ ସବଳର ଶକ୍ତି ପ୍ରୟୋଗ, ଶୃଙ୍ଖଳା ଏବଂ ନ୍ୟାୟ ସ୍ଥାପନ କରିବା ପାଇଁ ‘ଧର୍ମ' ଦ୍ୱାରା ବଦଳାଯାଇଥିଲା । ବିକାଶ ଅର୍ଥନୀତିଜ୍ଞମାନେ ଯୁକ୍ତି ଦିଅନ୍ତି ଯେ ସେମାନଙ୍କର ବ୍ୟକ୍ତିଗତ ସ୍ୱାର୍ଥକୁ ଅନୁସରଣ କରୁଥିବା ବ୍ୟକ୍ତିମାନେ ସାମଗ୍ରିକ ଜନକଲ୍ୟାଣରେ ଯୋଗଦାନ ଦେଇପାରିବେ । ତଥାପି, ସମାନ କ୍ଷେତ୍ର ବିନା, ସୁବିଧାପ୍ରାପ୍ତ ଗୋଷ୍ଠୀଗୁଡ଼ିକ ଅସମାନ ଭାବରେ ଲାଭ ପାଇପାରନ୍ତି । ତେଣୁ ଜନସ୍ୱାର୍ଥ ସୁରକ୍ଷାରେ ସରକାରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି । ଶାସନର ମୂଳରେ ମାନବ କଲ୍ୟାଣ ରହିଛି । ଯେଉଁ ସମାଜରେ ବ୍ୟକ୍ତିମାନେ ସାମାନ୍ୟ ମାତ୍ରାରେ ପରୋପକାର ପ୍ରଦର୍ଶନ କରନ୍ତି, ସେଗୁଡ଼ିକ ଶାସନର ପ୍ରଭାବକୁ ଯଥେଷ୍ଟ ବୃଦ୍ଧି କରିପାରିବେ ଏବଂ ବିଶ୍ୱକୁ ଏକ ଉତ୍ତମ ସ୍ଥାନକୁ ନେବାରେ ଯୋଗଦାନ ଦେଇପାରିବେ ।