ନୂଆଦିଲ୍ଲୀ, ୯/୦୪ : ପୁଡୁଚେରୀ ବିଧାନସଭା ନିର୍ବାଚନରେ ରୋଚକ ଦୃଶ୍ୟ। ଭୋଟରଙ୍କୁ ୱେଲକମ୍ କରୁଛି ଏଆଇ ରୋବଟ୍ ନୀଲା। ମତଦାତାଙ୍କୁ ୱେଲକମ୍ କରିବା ସହ ରୋବଟ୍ ଫୁଲ ବି ଦେଉଛି। ଭଏସ୍ ଫିଚର ସହ ଏହି ହାଇ-ଟେକ୍ ରୋବଟ୍ ପାରମ୍ପରିକ ଅନ୍ଦାଜରେ ଲୋକଙ୍କୁ ଅଭିବାଦନ କରୁଛି। ନିର୍ବାଚନ ବେଳେ ଟେକ୍ନୋଲୋଜିର ବ୍ୟବହାର ମତଦାନ କେନ୍ଦ୍ରରେ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି।
ସୂଚନାନୁଯାୟୀ, ପୁଡୁଚେରୀର ବିଓସି ସରକାରୀ ସ୍କୁଲରେ ଏହି ରୋବଟ୍ ନିୟୋଜିତ ହୋଇଛି। ରୋବୋ ମିରର କମ୍ପାନୀର କୌଶିକ ଏହି ରୋବଟ୍ ବିଷୟରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ନୀଲା ଏକ ଇଭେଣ୍ଟ ଆଧାରିତ ରୋବଟ୍। ଏହାକୁ ବିଶେଷ କରି ବିବାହ, କାର୍ଯ୍ୟାଳୟରେ ଏବଂ ନିର୍ବାଚନ ଭଳି କାର୍ଯ୍ୟକ୍ରମ ଅବସରରେ ନିୟୋଜିତ କରାଯାଉଛି। ଏହି ରୋବଟ୍ କୋୟମ୍ବଟୁରରୁ ଏଠାକୁ ଅଣାଯାଇଛି। ନୀଲା ରୋବଟ୍ ରେ ବହୁ ଅତ୍ୟାଧୁନିକ ସୁବିଧା ରହିଛି। ଏଥିରେ ଭଏସ୍ ଫିଚର୍ ଅଛି। ଫଳରେ ରୋବଟ୍ କଥା କହି ପାରୁଛି। ଏଥିରେ ପୂର୍ବରୁ କମାଣ୍ଡ୍ ଫିଡ୍ କରାଯାଉଛି।
ଏହି ଭିଡିଓରେ ନୀଲା ଏକ ପାରମ୍ପରିକ ପୋଷାକ ପିନ୍ଧି ହାତରେ ଫୁଲ ଧରି ମତଦାତାଙ୍କୁ ସ୍ଵାଗତ କରୁଛି। ରୋବଟ୍ କୁ ଦେଖିବାକୁ ମତଦାନ କେନ୍ଦ୍ରରେ ଭିଡ଼ ଜମିଛି। ଲୋକମାନେ ଉତ୍ସାହିତ ହୋଇ ଭୋଟ୍ ଦେବାକୁ ପହଞ୍ଚୁଛନ୍ତି।
ଏହି ଖବରଟିକୁ ପଢନ୍ତୁ- ଛତିଶଗଡ଼ ସରକାରଙ୍କ ବଡ଼ ଘୋଷଣା, ଧ୍ୟାନ ଲାଗି କର୍ମଚାରୀଙ୍କୁ ମିଳିବ ଛୁଟି