ନୂଆଦିଲ୍ଲୀ : ପୁଣି ଆସିଲା ଲଜ୍ଜା ଖବର । ମହାରାଷ୍ଟ୍ରରୁ ପୁଣେରୁ ଆସିଲା ଏଭଳି ଏକ ଖବର । ଜଣେ ୨୫ ବର୍ଷୀୟ ସିକ୍ୟୁରିଟି ଗାର୍ଡ ଧମକ ଦେଇ ୧୫ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ କରୁଥିବା ଅଭିଯୋଗ ହୋଇଛି । ନାବାଳିକା ଜଣକ ୬ ମାସର ଗର୍ଭବତୀ ଥିବା ଡାକ୍ତରଙ୍କ ପକ୍ଷରୁ ସୂଚନା ମିଳିବା ପରେୀ ଅଭିଯୁକ୍ତ ଶୈଳେଶକୁ ଅଟକ ରଖି ପଚରାଉଚରା କରୁଛି ପୁଲିସ । ଏବେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ ଅଭିଯୁକ୍ତ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ।

ପୁଲିସ ସୂତ୍ରରୁ ମିଳିଥିବା ଖବର ଅନୁସାରେ ନାବାଳିକାଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହୋଇଥିଲା । ପରିବାର ଲୋକେ ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ । ଡାକ୍ତର ଯେତେବେଳେ କହିଥିଲେ ସେ ୬ ମାସର ଗର୍ଭବତୀ ବୋଲି ସେତେବେଳେ ପରିବାର ଲୋକଙ୍କ ପାଦତଳୁ ମାଟି ଖସିଯାଇଥିଲା । ସେମାନେ ଚିନ୍ତାରେ ପଡ଼ିଯାଇଥିଲେ । ଆଉ କେମିତି ହେଲା ବୋଲି ପଚାରିବା ପରେ ଝିଅଟି ଡରି ଡରି ସବୁ ସତ କହିଥିଲା ।

ନାବାଳିକା ଜଣକ କହିଛନ୍ତି କି, ତଳ ମହଲାରେ ରହୁଥିବା ଶୈଳେଶ ପ୍ରକୃକ୍ତ ଅଭିଯୁକ୍ତ । ସେ ମୋ ସହ ଜୋର ଜବରଦସ୍ତ ଖରାପ ସମ୍ପର୍କ ରଖିଥିଲା । ମୋ ଭିଡିଓ କରିଥିବାବେଳେ ଭାଇରାଲ କରାଇ ଦେବାକୁ ଧମକ ଦେଇଥିଲା । ଦୀର୍ଘ ୮ ମାସ ହେବ ବାରମ୍ବାର ଖରାପ ସମ୍ପର୍କ ରଖି ଆସୁଥିଲା । ଏମିତିକି କାହାକୁ କହିଲେ ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦେଉଥିଲା । ଯେଉଁ ଭୟରେ କାହାକୂ କିଛି ଜଣାଇନଥିଲି । ପୁଲିସ ଏ କଥା ଜାଣିବା ପରେ ଅଭିଯୁକ୍ତ ବିରୁଦ୍ଧରେ ମାମଲା ରୁଜୁ କରିଛି । ସେପଟେ ପୀଡ଼ିତାଙ୍କ ମା କହିଛନ୍ତି ଆମକୁ ଉଚିତ୍ ନ୍ୟାୟ ମିଳୁ । ଅଭିଯୁକ୍ତ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।

ଏହାସହ ପଢ଼ନ୍ତୁ : KKR ଆଗରେ ୧୫୬ ରନର ବିଜୟ ଲକ୍ଷ୍ୟ ରଖିଲା ରାଜସ୍ଥାନ