ପ୍ରମୂଖ ଖବର
  • ମତ୍ସ୍ୟ ସେବାରେ ୨୧୭ ନୂତନ ପଦବୀ ଏବଂ ଉଦ୍ୟାନ କୃଷି ସେବାରେ ୬୭ ନୂତନ ପଦବୀ ସୃଷ୍ଟି
  • ||
  • ଦିଗପହଣ୍ଡି ଓସ୍ତାପଲ୍ଲୀରେ ବ୍ୟାପୁଛି ଝାଡାବାନ୍ତି, ମୃତ୍ୟୁ ସଂଖ୍ୟା ୨ରେ ପହଞ୍ଚିଲା
  • ||
  • ପ୍ରସିଦ୍ଧ ୟୁଟ୍ୟୁବର ମନୀଷ କଶ୍ୟପ ‘ଜନ ସୁରାଜ’ ପାର୍ଟିରେ ସାମିଲ
  • ||
  • ପ୍ରକାଶ ପାଇଲା ଯୁକ୍ତ ୨ ପ୍ରଥମ ମେଧା ତାଲିକା, କାଲିଠୁ ଆରମ୍ଭ ହେବ ନାମଲେଖା: ୨୪ରୁ ଏକାଦଶ ଶ୍ରେଣୀ ପାଠପଢ଼ା
  • ||
  • ସୁରକ୍ଷା ବାହିନୀକୁ ବଡ଼ ସଫଳତା, ଏନକାଉଣ୍ଟରରେ PLGA ବାଟାଲିୟନ ଡେପୁଟି କମାଣ୍ଡର ନିହତ
  • ||
  • ରାଜଧାନୀରୁ ୨୬୫ ଗ୍ରାମ ବ୍ରାଉନ ସୁଗର ଜବତ, ଅଭିଯୁକ୍ତ ଗିରଫ
  • ||
  • ଢେଙ୍କାନାଳ : ଫାର୍ମହାଉସ୍‌ରୁ ଶ୍ରମିକଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ତଦନ୍ତ କରୁଛି ପୁଲିସ
  • ||
  • IT ଅଫିସରେ ହାଜର ହେଲେ ବିଶାଳ ଦାସ, କିଛି ଦିନ ପୂର୍ବରୁ ହୋଇଥିଲା ଚଢାଉ
  • ||
  • ଭଦ୍ରକ : ବିପଦ ସଂକେତ ତଳେ ବୈତରଣୀରେ ବନ୍ୟା ଜଳ, ୧୮.୦୭ ମିଟରରେ ପ୍ରବାହିତ
  • ||
  • ଅଧରପଣା ପାଇ ତୃପ୍ତ ହେବେ ଦେବାଦେବୀଙ୍କ ସମେତ ଯୋଗିନୀଗଣ, ପଣା ସଂଗ୍ରହ ଉପରେ ଲାଗିଲା କଟକଣା
  • ||
  • ଢେଙ୍କାନାଳ : ୪୦ ଟିକିଆ ହାତୀପଲ ନଦୀ ପାର ବେଳେ ଅଘଟଣ, ବ୍ରାହ୍ମଣୀ ନଦୀରେ ଭାସିଗଲେ ୩ ହାତୀ, ଦୀର୍ଘ ସମୟର ପରେ ଉଦ୍ଧାର
  • ||
  • ରଥାରୂଢ଼ ଠାକୁରଙ୍କୁ ଅଧର ପଣା ଭୋଗ ଅର୍ପଣ ନୀତି, ଆଜି ପାର୍ଶ୍ୱଦେବାଦେବୀ ଓ ଅଶରୀରଙ୍କୁ ହେବ ସମର୍ପଣ
  • ||
  • ବାଲେଶ୍ୱର : ବାଗୁଡ଼ି ଯୋଡ଼ାମ୍ବ ଛକ SBI ଏଟିଏମ୍‌ରୁ ଲୁଟ୍, ଗ୍ୟାସ୍‌ କଟରରେ ଏଟିଏମ୍‌ କାଟି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ବଙ୍ଗୋପସାଗରେ ଲଘୁଚାପ ସକ୍ରିୟ; ଆଜି ୭ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଅରେଞ୍ଜ, ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ଓଡ଼ିଆ ଫିଲ୍ମରେ ଦୁର୍ଯ୍ୟୋଧନ, ଅର୍ଦ୍ଧେନ୍ଦୁଙ୍କୁ ଚ୍ୟାଲେଞ୍ଜ ଦେବେ ପୁନିତ ଇସର

Published By : Prameya | July 7, 2025 12:05 PM

ଭୁବନେଶ୍ୱର,୦୭/୦୭: ଦିନେ ତାଙ୍କୁ ଆମେ ଛୋଟ ପରଦାରେ ଦେଖିଥିଲେ । ଖତରନାକ୍‌ ଚେହେରା ସହ ବଳିଷ୍ଠ ସ୍ୱର । ତାଙ୍କର ଗୋଟିଏ ସଂଳାପ ଛାତି ଥରାଇଦେଉଥିଲା ।  ୮୦ଦଶକର ଲୋକପ୍ରିୟ ପୌରାଣିକ  ହିନ୍ଦୀ ଧାରାବାହିକ ‘ମହାଭାରତ’ରେ  ଦୁର୍ଯ୍ୟୋଧନ ଭୂମିକାରେ ଆସି ସମସ୍ତଙ୍କ ପସନ୍ଦର ଖଳନାୟକ ପାଲଟିଥିଲେ । ବହୁ  ହିନ୍ଦୀ, ତେଲୁଗୁ, ତାମିଲ ସହ ଭୋଜପୁରୀ  ଫିଲ୍ମରେ ଅଭିନୟ କରିବା ପରେ ଏବେ  ଓଡ଼ିଆ ଫିଲ୍ମରେ ନଜର ଆସିବେ  ଅଭିନେତା ପୁନିତ ଇସର୍‌ ।  




ଅଭିନେତା ଅର୍ଦ୍ଧେନ୍ଦୁ ସୁନ୍ଦର ସାହୁଙ୍କ  ଆଗାମୀ ଚଳଚ୍ଚିତ୍ର ‘ଚ୍ୟାଲେଞ୍ଜ’ରେ ପୁନିତ ଦମ୍‌ଦାର ଭୂମିକାରେ ଅଭିନୟ  କରିବାକୁ ଯାଉଛନ୍ତି । ଓଡ଼ିଶା ଆସି  ନିଜେ ପୁନିତ ଏହି ସୂଚନା ଦେଇଛନ୍ତି ।  ପ୍ରଥମ ଥର ପାଇଁ ପୁନିତ ଏକ ଓଡ଼ିଆ  ଫିଲ୍ମ କରିବାକୁ ଯାଉଥିବାରୁ ତାଙ୍କର  ଶୁଭେଚ୍ଛୁମାନେ ଉତ୍ସାହିତ ହୋଇପଡ଼ିଛନ୍ତି ।  ନିକଟରେ ଚ୍ୟାଲେଞ୍ଜର ଫାଷ୍ଟଲୁକ୍‌ ପୋଷ୍ଟର  ମଧ୍ୟ ରିଲିଜ୍‌ ହୋଇଛି । ପୋଷ୍ଟରରେ  କେବଳ ପୁନିତ ରହିଛନ୍ତି । ପାଟିରେ ଏକ  ଜ୍ୱଳନ୍ତ ସିଗାରେଟ୍‌ ସହ ମୁହଁରେ ରକ୍ତ  ଲାଗିଥିବା ପୁନିତଙ୍କ ଲୁକ୍‌ ମଧ୍ୟ ଭୟଙ୍କର  ଲାଗୁଛି । ଓଡ଼ିଆ ଦର୍ଶକମାନେ ଏହାକୁ  ଖୁବ୍‌ ପସନ୍ଦ କରିଛନ୍ତି । 

ପ୍ରକାଶ ଥାଉକି,  ଆଗାମୀ ଦଶହରାକୁ ଆଖିଆଗରେ ରଖି  ‘ଚ୍ୟାଲେଞ୍ଜ’ ପ୍ରସ୍ତୁତ କରାଯାଉଛି । ଏହାର  ପ୍ରଯୋଜକ ଆଦିକନ୍ଦ ସାହୁ ରହିଥିବା  ବେଳେ ସାଇକିରଣ ମଙ୍ଗରାଜ ନିର୍ଦ୍ଦେଶନା  ଦେଇଛନ୍ତି । ସେହିପରି ପୁନିତଙ୍କ ପୂର୍ବରୁ  ବଲିଉଡ୍‌ର ବ୍ୟାଡ୍‌ମ୍ୟାନ୍‌ ରଣଜିତ୍‌, ରଜା  ମୁରଦ, ଜ୍ୟାକି ସ୍ରଫ୍‌, ଶକ୍ତି କାପୁର,  ସଦାଶିବ ଅମ୍ରାପୁର୍କର, ରାହୁଲ ଦେବ,  ଆଶିଷ ବିଦ୍ୟାର୍ଥୀ, ପ୍ରଦୀପ ରାୱତ, ମୁକେଶ ରିଶିଙ୍କ ଭଳି ଅଭିନେତା ଓଡ଼ିଆ ଫିଲ୍ମରେ  ଖଳ ଭୂମିକାରେ ନଜର ଆସି ସଫଳତା ଓ  ଭଲ ପାଇବା ସାଉଁଟିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.