ନୂଆଦିଲ୍ଲୀ : ପ୍ରିୟାଂଶ ଆର୍ଯ୍ୟ ଏବଂ କୁପର କୋନଲିଙ୍କ ଦମଦାର ପାଳି । ଲକ୍ଷ୍ନୌ ଆଗରେ ୨୫୫ ରନର ବିଜୟ ଲକ୍ଷ୍ୟ ରଖିଲା ପଞ୍ଜାବ। ୭ ଓ୍ବିକେଟ ବିନିମୟରେ ୨୫୪ ରନର ବିଶାଳ ସ୍କୋର କରିଛି । ପ୍ରୀୟାଂଶ ଆର୍ଯ୍ୟ ୩୭ ବଲରୁ ୯୩ କରିଥିବାବେଳେ କୁପର କୋନଲି ୪୬ ବଲରୁ ୮୭ ରନ କରିଛନ୍ତି ।
ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଲକ୍ଷ୍ନୌ । ପଞ୍ଜାବକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ଦଳର ଓପନର ବ୍ୟାଟ୍ସମ୍ୟାନ ପ୍ରୀୟାଂଶ ଆର୍ଯ୍ୟ ପ୍ରଥମରୁ ଆକ୍ରମଣାତ୍ମକ ଢ଼ଙ୍ଗରେ ଖେଳ ଆରମ୍ଭ କରିଥିଲେ । ସାଥୀ ଖେଳାଳି ପ୍ରଭସିମରନ ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇଥିଲେ । ପରେ କୁପର କୋନଲି ସାଥ ଦେଇଥିଲେ । ଶେଷ ସମୟରେ ଶଶାଙ୍କ ସିଂହ ୬ ବଲରେ ୧୭ ରନ କରିଥିଲେ ।
ଦଳର ବାକି ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଶ୍ରେୟସ ଆୟାର ୬, ନେହାଲ ଓ୍ବାଦେରା ୧୩ ଏବଂ ଷ୍ଟୋଇନିସ୍ ୨୯ ରନ କରିଛନ୍ତି । ଲକ୍ଷ୍ନୌ ପକ୍ଷରୁ ସିଦ୍ଧାର୍ଥ ଏବଂ ପ୍ରୀନ୍ସ ଯାଦବ ୨ଟି ଲେଖାଏଁ ଓ୍ବିକେଟ ନେଇଥିବାବେଳେ ସାମି ଏବଂ ମହସିନ ଗୋଟିଏ ଲେଖାଏଁ ଓ୍ବିକେଟରେ ସନ୍ତୁଷ୍ଟ ହୋଇଛନ୍ତି ।