ନୂଆଦିଲ୍ଲୀ,୩୦/୧୨: ପଞ୍ଜାବରେ ଆଜି ଚାଷୀ ବନ୍ଦ ଡାକରା ଦେଇଛନ୍ତି । ପଞ୍ଜାବ ବନ୍ଦ ଡାକରା ଦେଇଛନ୍ତି କିସାନ । ଜନଜୀବନ ଉପରେ ଏହାର ବଡ ପ୍ରଭାବ ପଡିଛି । ୨୦୦ ସ୍ଥାନର ରୋଡ ଜାମ ହୋଇଛି । ମୋହାଲି ଏୟାରପୋର୍ଟ ରୋଡ ବ୍ଲକ ହୋଇଛି । ୧୬୦ରୁ ଅଧିକ ଟ୍ରେନ ବାତିଲ ହୋଇଛି । ୧୯ଟି ଟ୍ରେନ ବିଳମ୍ବରେ ଚାଲୁଛି ।
ଫସଲ ଉପରେ ଏମଏସିପ ଗ୍ଯାରେଣ୍ଟୀ ଆଇନ ସମେତ ୧୩ ଦାବି କରି ପଞ୍ଜାବ ବନ୍ଦ ଡାକରା ଦେଇଛନ୍ତି ଚାଷୀ । ଆଜି ସକାଳ ୭ଟାରୁ ସଂନ୍ଧ୍ୟା ୬ଟା ଯାଏ ଦେଶବ୍ୟାପୀ ବନ୍ଦ ଡାରକା ଦେଇଛନ୍ତି ଏକାଧିକ କୃଷକ ସଂଗଠନ । ଯାହର ବଡ ପ୍ରଭାବ ପଡିଛି । ଚାଷୀ ଆନ୍ଦୋଳନରେ ଜନଜୀବନ ସମସ୍ୟାରେ ପଡିଛନ୍ତି । ଚାଷୀ ଆଜି ସକାଳ ୭ଟାରୁ ହାଇୱେ ବନ୍ଦ କରି ଦେଇଛନ୍ତି । ଶତାଧିକ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଜଲନ୍ଦର- ଦିଲ୍ଲୀ ଜାତୀୟ ରାଜପଥ ଏବଂ ଅମୃତସର-ଦିଲ୍ଲୀ ହାଇୱେର ଆନ୍ଦୋଳନରେ ବସିଛନ୍ତି ଚାଷୀ । ପଞ୍ଜାବରେ ୨୦୦ ସ୍ଥାନରେ ରୋଡ ଜାମ ହୋଇଛି । ମୋହାଲି ଏୟାରପୋର୍ଟ ରୋଡ ବ୍ଲକ କରି ଦିଆଯାଇଛି ।
ଏହା ସହିତ ୧୫ ଟ୍ରେନ ବିଳମ୍ବରେ ଚାଲୁଥିବା ବେଳେ ୯ଟି ଟ୍ରେନ ଅଟକା ଯାଇଛି । ଡିଆରଏସ ଫିରୋଜପୁର ଅଧିକାରୀ କହିଛନ୍ତି, ରେଳକର୍ମଚାରୀଙ୍କୁ ପ୍ରଭାବିତ ଟ୍ରେନ ନେଇ ସୂଚନା ମିଳିବ । ଏ ନେଇ ଷ୍ଟେସନରେ ହେଲ୍ପଲାଇନ ବ୍ୟବସ୍ଥା ହୋଇଛି । ପବ୍ଲିକ ଏଣ୍ଟ୍ରାସ ସିଷ୍ଟମ ମାଧ୍ୟମରେ ସୂଚନା ଦିଆଯିବ । ୨୨୧ ଟ୍ରେନ ପ୍ରଭାବିତ ହୋଇଛି । ୧୬୦ରୁ ଅଧିକ ଟ୍ରେନ ବାତିଲ ହୋଇଛି । ୧୯ଟି ଟ୍ରେନ ବିଳମ୍ବରେ ଚାଲୁଛି । ଆନ୍ଦୋଳନରେ ଯେପରି କିଛି ସମସ୍ୟା ନ ହୁଏ ଶୃଙ୍ଖଳା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ୬୦୦ ପୋଲିସକର୍ମୀ ନିୟୋଜିତ ହୋଇଛନ୍ତି ।
ସେପଟେ ଚାଷୀ ନେତା ଜଗଜିତ୍ ସିଂହଙ୍କ ଅଶସନ ଜାରି ରହିଛି । ଗତ ୩୪ ଦିନ ହେବ ସେ ଅନଶନରେ ବସିଛନ୍ତି । ତାଙ୍କ ସ୍ବାସ୍ଥ୍ୟରେ ଅବନତୀ ଘଟୁଛି । ପଞ୍ଜାବ ସରକାର ମନେଇବାକୁ ଚେଷ୍ଟା କରୁଥିଲେ ବି ସେ ରାଜି ହୋଇନାହାନ୍ତି । ସେ ଗାନ୍ଧୀବାଦୀ ନୀତି ଆପଣେଇଛନ୍ତି ଦାବି ପୂରଣ ନହେଲେ ଆଗମୀ ଦିନରେ ଅନଶନ ଜାରି ରଖିବେ ବୋଲି କହିଛନ୍ତି ଚାଷୀ ସଂଗଠନ ।