ପ୍ରମୂଖ ଖବର
  • ବିଜେଡିର ୬ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା, ଭୁବନେଶ୍ୱର ଦାୟିତ୍ୱରେ ଅଶୋକ ପଣ୍ଡା
  • ||
  • ବୌଦ୍ଧ : ବାଇକ୍‌କୁ ଧକ୍କା ଦେଲା ପିକଅପ୍ ଭ୍ୟାନ: ବାପା ମୃତ, ପୁଅ ଗୁରୁତର
  • ||
  • ମାଲକାନଗିରି : ସେୟାର ମାର୍କେଟରେ ଟ୍ରେଡିଂ ନାଁରେ ୮୦ ଲକ୍ଷ ଲୁଟ୍‌, ଅଭିଯୁକ୍ତ ଗିରଫ
  • ||
  • ଭୁବନେଶ୍ୱର : ପୂର୍ବ ଶତ୍ରୁତାରୁ ଭିଣୋଇକୁ କଟୁରୀରେ ହାଣିଲା ଶାଳକ ଆକ୍ରମଣ, ଥାନାରେ ଅଭିଯୁକ୍ତର ଆତ୍ମ ସମର୍ପଣ
  • ||
  • ଅନୁଗୁଳ : ୨୬ ତାରିଖରୁ ନିଖୋଜ ହୋଇଥିଲେ ଯୁବତୀ, ଗାଁ ପାଖ ବିଲରୁ ମିଳିଲା ମୃତଦେହ
  • ||
  • ନିଟ୍‌-ୟୁଜି ଦେଲେ ୨୦.୮ ଲକ୍ଷ ଶିକ୍ଷାର୍ଥୀ, ୩ ବର୍ଷ ହେଲା ବଢ଼ୁଛି ପଞ୍ଜୀକରଣ
  • ||
  • ସୁବର୍ଣ୍ଣପୁର : ବ୍ରିଜ୍‌ ନିର୍ମାଣ କାମ କରିବା ବେଳେ ଅଘଟଣ, ବିଦ୍ୟୁତ ସଂସ୍ପର୍ଶରେ ଆସି ଶ୍ରମିକଙ୍କ ମୃତ୍ୟୁ
  • ||

ଘୋଷଯାତ୍ରା ୨୦୨୫; ପୁରୀ ଏସ୍‌ପିଙ୍କ ସମୀକ୍ଷା, ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ଗୁରୁତ୍ୱ

Published By : Ankita S | May 6, 2025 1:56 PM

ପୁରୀ,୦୬/୦୫ : ପବିତ୍ର ଘୋଷଯାତ୍ରା ପାଇଁ ସାହି ଅଞ୍ଚଳ ଦର୍ଶନ ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଛନ୍ତି ପୁରୀ ଏସ୍‌ପି । ଆସନ୍ତା ରଥଯାତ୍ରାକୁ ଶାନ୍ତିପୂର୍ଣ୍ଣ ଓ ସୁସଂଗଠିତ ଭାବରେ ଭକ୍ତମାନେ ଯାତ୍ରା କରିପାରିବେ ବୋଲି ନିଶ୍ଚିତ କରିବାକୁ ପୁରୀ ଏସ୍‌ପି ବିନିତ ଅଗ୍ରୱାଲ, ଆଇପିଏସ ଆଜି ମସାଣିଚଣ୍ଡୀ ଛକ, ମାର୍କଣ୍ଡଶ୍ୱର ମନ୍ଦିର, ପାଣ୍ଡେ ଜାଗା ଦେଇ ଗଡ଼ନ୍ତିଛକରେ ପହଞ୍ଚିଥିଲେ ।

ଏହି ଗ୍ରସ୍ତରେ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ସେମାନଙ୍କ ଅଭିଯୋଗଗୁଡ଼ିକୁ ଗ୍ରହଣ କରିଛନ୍ତି । ସେମାନଙ୍କ ମୁଖ୍ୟ ଅଭିଯୋଗଗୁଡ଼ିକ ମଧ୍ୟରେ ରହିଛି, ରାସ୍ତା ମଧ୍ୟରେ ପର୍ଯ୍ୟାପ୍ତ ଦିଗ୍ଦର୍ଶନ ସାଇନବୋର୍ଡ ନଥିବା, ଭକ୍ତମାନେ ନିର୍ଦ୍ଦିଷ୍ଟ ମାର୍ଗ ଜାଣିନଥିବାରୁ ସମସ୍ୟା। ଏସ୍‌ପି  ସ୍ଥାନୀୟ ଅଭିଯୋଗକୁ ଗମ୍ଭୀରତା ସହିତ ଗ୍ରହଣ କରି ସମୟ ମଧ୍ୟରେ ସମାଧାନ କରାଯିବ ବୋଲି ନିଶ୍ଚିତ ଆଶ୍ୱାସନ ଦେଇଛନ୍ତି ।

ଏହି ଗ୍ରସ୍ତରେ ଏସ୍‌ପି ରଥଯାତ୍ରା, ବାହୁଡା ଯାତ୍ରା ଓ ସୁନାବେଶ ୨୦୨୫ ପାଇଁ ଭକ୍ତମାନଙ୍କ ଗୁଡିକୁ ଲେନ୍‌ ଭିତିକ ଆଗମନ କେମିତି ବଡଦଣ୍ଡକୁ ପ୍ରବେଶ କରାଯିବ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ। ଅଧିକାରୀମାନେ ହେଲେ ଅତିରିକ୍ତ ଏସ୍‌ପି ସୌମ୍ୟ ରଞ୍ଜନ ମଲ୍ଲିକ, ଟାଉନ୍ ଆଇଆଇସି ଗୋକୁଳ ରଞ୍ଜନ ଦାସ, ଟ୍ରାଫିକ୍ ଆଇଆଇସି ଜୟଦୀପ ମହାନ୍ତି, ବସେଲିସାହି ଆଇଆଇସି ଶ୍ରୀ ବିକ୍ରମ କିଶୋର ଜେନା, ମନ୍ଦିର ଏସି  ଘନଶ୍ୟାମ ହେମ୍ବ୍ରମ, ମନ୍ଦିର ଏସି  ବିଜୟ ନନ୍ଦ  ।

ଏସ୍‌ପି ସମସ୍ତ ଅଧିକାରୀଙ୍କୁ ସମ୍ବେଦନଶୀଳ ଏବଂ ଭିଡ଼ ଅଞ୍ଚଳ ଚିହ୍ନଟ କରି ମାଇକ୍ରୋ ଯୋଜନା ପ୍ରସ୍ତୁତି ନିମିତ୍ତେ ନିର୍ଦ୍ଦେଶ ଦେଇଛନ୍ତି । ସେ ମନ୍ଦିର ପ୍ରଶାସନ, ପୋଲିସ ଓ ସେଠାକାର ଲୋକମାନଙ୍କ ସହ ସମନ୍ୱୟ ରଖି ଭକ୍ତମାନଙ୍କ ପାଇଁ ସୁରକ୍ଷା  ଉପରେ ଗୁରୁତ୍ୱ ଦେଇଛନ୍ତି । ପୁରୀ ପୋଲିସ ପକ୍ଷରୁ ଜନସାଧାରଣଙ୍କ ସୁବିଧା ଓ ସୁରକ୍ଷା ପାଇଁ ସଂକଳ୍ପବଦ୍ଧ ପ୍ରୟାସ ଜାରି ରହିଛି । 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.