ମାଲକାନଗିରି,୫/୧୨ : ରିଲିଜ ହୋଇଛି ଅଲ୍ଲୁ ଅର୍ଜୁନ ଅଭିନୀତ ବହୁ ପ୍ରତିକ୍ଷୀତ ଫିଲ୍ମ ‘ପୁଷ୍ପା ୨’ । ଏହାକୁ ନେଇ ସବୁଠି ଅଲ୍ଲୁଙ୍କ ଫ୍ୟାନ୍ସଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ । ଏଥିରୁ ବାଦ୍ ପଡ଼ିନି ମାଲକାନଗିରି ଜିଲ୍ଲା । ସଦର ମହକୁମା ସିନେମା ହଲରେ ପୁଷ୍ପା ୨ ସିନେମାକୁ ନେଇ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ସନ୍ଧ୍ୟାରେ ସହରର ଅନେକ ଯୁବ ପିଢି ସିନେମା ହଲ ସମ୍ମୁଖରେ ପୁଷ୍ପା ପୋଷ୍ଟର ନିକଟରେ କେକ କାଟି ନିଜ ନିଜ ମଧ୍ୟରେ ଅଭିର ଖେଳିବା ସହ ବାଣ ଫୁଟାଇ ଖୁସି ମନାଇଥିଲେ।

ସିନେମାର କିଛି ଅଂଶ ମାଲକାନଗିରି ଜିଲ୍ଲାରେ ଶୁଟିଂ ହୋଇଥିବାବେଳେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସିନେମା ଦେଖିବାକୁ ବେଶ ଆଗ୍ରହ ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି। ଦିନକୁ ୫ଟି ଲେଖା ଶୋ ହେଉଥିଲେ ମଧ୍ୟ ଆସନ୍ତା ୪ଦିନ ପର୍ଯ୍ୟନ୍ତ ଟିକେଟ ଅଗ୍ରିମ କଟା ସରିଥିବାର ଜଣା ପଡିଛି ।