ପ୍ରମୂଖ ଖବର
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

'ପୁଷ୍ପା ୨: ଦ ରୁଲ' ର ଆସିଲା ରିଭ୍ୟୁ, ବ୍ଲକବ୍ଲଷ୍ଟର କହିଲେ ଫ୍ୟାନ୍ସ

Published By : Anindita Ratha | December 5, 2024 2:08 PM

ମୁମ୍ବାଇ,୦୫/୧୨: ଅଲ୍ଲୁ ଅର୍ଜୁନଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ 'ପୁଷ୍ପା ୨: ଦ ରୁଲ'। ଦୀର୍ଘ ଦିନର ଅପେକ୍ଷାରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି । ଏନେଇ ଫ୍ୟାନ୍ସଙ୍କ ମଧ୍ୟରେ ଦେଖିବାକୁ ମିଳିଛି କ୍ରେଜ । ଫିଲ୍ମଟି ଆଜି ରିଲିଜ ହୋଇଥିବା ବେଳେ ଆଜି ଭୋରୁ ଜମିଛି ଫ୍ୟାନ୍ସଙ୍କ ଭିଡ଼ ।  ତେବେ  ପୁଷ୍ପା-୨ ଆଡଭାନ୍ସ ବୁକିଂରେ କରି ବିପୁଳ ଅର୍ଥ ଅର୍ଜନ କରିଥିବା ବେଳେ  ପ୍ରଥମ ଦିନ ପାଇଁ ଫିଲ୍ମ ହାଉସଫୁଲ ରହିଛି । ଏଥିସହ ଫିଲ୍ମ ଦେଖି ଲୋକେ ଫିଲ୍ମକୁ ନେଇ ଦେଉଛନ୍ତି ନିଜ ପ୍ରତିକ୍ରିୟା  । 

ସୋସିଆଲ ମିଡିଆରେ 'ପୁଷ୍ପା ୨' କୁ ନେଇ ଦର୍ଶକଙ୍କ ମଧ୍ୟରେ ଭିନ୍ନ କ୍ରେଜ ଦେଖିବାକୁ ମିଳିଛି । ଟ୍ରେଡ ଆନାଲିଷ୍ଟ ଠାରୁ ସେଲିବ୍ରିଟି ଏବଂ ଫ୍ୟାନ୍ସ ଫିଲ୍ମ ନେଇ ନିଜ ପ୍ରତିକ୍ରିୟା ଦେଇଛନ୍ତି । କେହି ଏହି ଫିଲ୍ମକୁ ବ୍ଲକବ୍ଲଷ୍ଟର ଟ୍ୟାଗ ଦେଇଛି ତ କେହି ଏହାକୁ ଅଲୁ ଅର୍ଜୁନଙ୍କ ସ୍ୱତନ୍ତ୍ର ନାଟକ ବିଶ୍ୱରୂପୀ ଅବତାରକୁ ବହୁତ ପସନ୍ଦ କରିଛନ୍ତି । ସେହିପରି ଅନ୍ୟମାନେ ଏହି ଚଳଚ୍ଚିତ୍ରକୁ କେବଳ ଆକ୍ସନ୍ ନୁହେଁ ବରଂ ଭାବପ୍ରବଣ, ରୋମାଣ୍ଟିକ୍ ଏବଂ ପାରିବାରିକ ଡ୍ରାମା ବୋଲି ମଧ୍ୟ କହୁଛନ୍ତି । ଅନ୍ୟପଟେ ଚଳଚ୍ଚିତ୍ର ବିଷୟରେ ରିଭ୍ୟୁ ସେୟାର କରି ଜଣେ ଫ୍ୟାନ୍ ଲେଖିଛନ୍ତି, ଅଲ୍ଲୁ ଅର୍ଜୁନ - ଭଗବାନ ସ୍ତରର କଳାକାର । ପୁଣି ଜାତୀୟ ପୁରସ୍କାର ହାତେଇବ ଫିଲ୍ମ । ଆଉ ଜଣେ ଲେଖିଛନ୍ତି, 'ସ୍ୱାଗ,ଏହାକୁ ଆଉ କେହି ଭଲ କରିପାରିବେ ନାହିଁ । କିମ୍ବଦନ୍ତୀ ପୁଣି ରାଜତ୍ୱ କରିବାକୁ ପ୍ରସ୍ତୁତ । ଅନ୍ୟ ଜଣେ ଲେଖିଛନ୍ତି, 'ପ୍ରଥମାର୍ଦ୍ଧ: ବ୍ଲକବଷ୍ଟର ପ୍ରଥମାର୍ଦ୍ଧ। 

ପ୍ରକାଶ ଥାଉକି, ନିର୍ଦ୍ଦେଶକ ସୁକୁମାରଙ୍କ 'ପୁଷ୍ପା ୨: ଦ ରୁଲ' ଆଜି କାଧିକ ଭାଷାରେ ମୁକ୍ତିଲାଭ କରିଛି । ଗତକାଲି ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଏବଂ ବେଙ୍ଗାଲୁରୁର ବିଭିନ୍ନ ପ୍ରେକ୍ଷାଳୟରେ ପ୍ରିମିୟର ସୋ ’ଧାର୍ଯ୍ୟ କରାଯାଇଥିଲା । 'ପୁଷ୍ପା ୨' 'ପୁଷ୍ପା: ଦ ରାଇଜ'ର ସିକ୍ବେଲ ଅଟେ । ଯାହା ୨୦୨୧ ଡିସେମ୍ବରରେ ମୁକ୍ତିଲାଭ କରିବା ପରେ ବକ୍ସ ଅଫିସ୍‌ରେ ଧମାକା କରିଥିଲା । ଏହି ଚଳଚ୍ଚିତ୍ର ବେଶ ଲୋକପ୍ରିୟତା ହାସଲ କରିବା ସହ ବ୍ଲକବ୍ଲଷ୍ଟର ହୋଇଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.