ପ୍ରମୂଖ ଖବର
  • ନୂଆପଡା : ୨ ବାଇକ ମଧ୍ୟରେ ଧକ୍କା , ନାବାଳିକା ସମତେ ୫ ମୃତ
  • ||
  • ପିପିଲି ଓଭରବ୍ରିଜ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ବସ୍ ଧକ୍କାରେ ୩ ଯୁବତୀ ମୃତ
  • ||
  • ପୁରୀରେ ପରିବାର ସହ ଆଦାନୀ ଗ୍ରୁପ ଅଧ୍ୟକ୍ଷ ଗୌତମ ଆଦାନୀ, ରଥରେ ମହାପ୍ରଭୁଙ୍କୁ କଲେ ଦର୍ଶନ
  • ||
  • ସୁନ୍ଦରଗଡ଼ : ପାରିବାରିକ କଳହରୁ ଗଡ଼ିଲା ମୁଣ୍ଡ, ପତ୍ନୀଙ୍କୁ ପିଟିପିଟି ହତ୍ୟା କଲା ନୃଶଂସ ସ୍ୱାମୀ
  • ||
  • ଗଞ୍ଜାମ : ଅଟୋ ଓଲଟି ଜଣେ ମୃତ,୧୦ ଗୁରୁତର
  • ||
  • ଦ୍ଵିତୀୟ ଦିନରେ ଆରମ୍ଭ ହେଲା ରଥ ଟଣା, ଘଣ୍ଟଘଣ୍ଟା, ହରିବୋଲରେ ଉଛୁଳି ପଡ଼ୁଛି ବଡ଼ଦାଣ୍ଡ
  • ||
  • ଭଦ୍ରକ : ଅନହରପୁର ଗାଁରେ ଅଘଟଣ, ଡିଜେ ଗାଡ଼ି ଓଲଟି ନାବାଳକ ମୃତ
  • ||
  • ଅଭିନେତ୍ରୀ ଶେଫାଳି ଜରିୱାଲାଙ୍କ ବିୟୋଗ, ୪୨ ବର୍ଷରେ ହୃଦଘାତରୁ ଚାଲିଗଲା ଜୀବନ
  • ||
  • ଶନିବାର ଆଉ ଏକ ଲଘୁଚାପ, ଜୁଲାଇ ୩ ଯାଏ ବର୍ଷିବ; ୧୬ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୱାର୍ଣ୍ଣିଂ ଜାରି
  • ||

ପଶ୍ଚିମ ଦେଶ ଉପରେ ପୁଟିନ ଆଣିଲେ ଅଭିଯୋଗ; ନାଟୋକୁ ନେଇ କଲେ ଟାର୍ଗେଟ

Published By : Bijay Swain | June 28, 2025 10:25 PM

ବେଲାରୁଷ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପଶ୍ଚିମ ଦେଶମାନଙ୍କ ଉପରେ ରୁଷିଆ ମଧ୍ୟରେ ବିଚ୍ଛିନ୍ନତାବାଦକୁ ପ୍ରୋତ୍ସାହନ ଦେବା ଏବଂ ଆତଙ୍କବାଦ ଦ୍ୱାରା ରୁଷିଆକୁ ଦୁର୍ବଳ କରିବା ପାଇଁ ଯୋଜନା କରୁଥିବା ନେଇ ଅଭିଯୋଗ କରିଛନ୍ତି। ବେଲାରୁଷର ମିନ୍ସକଠାରେ ଅନୁଷ୍ଠିତ ଇଉରେସିଆନ ଇକୋନୋମିକ ୟୁନିଅନ (ଇଏଇୟୁ) ଶିଖର ସମ୍ମିଳନୀରେ ପୁଟିନ ନାଟୋର ସାମରିକ ଖର୍ଚ୍ଚ ବୃଦ୍ଧିକୁ ଟାର୍ଗେଟ କରିଛନ୍ତି। ସେ ଏହାକୁ ରୁଷିଆ ପାଇଁ "ଆକ୍ରମଣାତ୍ମକତା" ବୋଲି କହିଛନ୍ତି।

ପୁଟିନ କହିଛନ୍ତି ଯେ, "ନାଟୋ ସମ୍ପ୍ରସାରଣ ଏବଂ ୟୁକ୍ରେନ ଆକ୍ରମଣ ସମାଧାନ ସମ୍ପର୍କରେ ପଶ୍ଚିମ ଦେଶମାନେ ବାରମ୍ବାର ରୁଷିଆକୁ ପ୍ରତାରଣା କରିଛନ୍ତି।" ସେ ଦାବି କରିଛନ୍ତି ଯେ ୟୁକ୍ରେନ ଆକ୍ରମଣର ମୂଳ କାରଣ ଦଶନ୍ଧି ଦଶନ୍ଧି ଧରି ଚାଲିଆସୁଛି। କାରଣ ନାଟୋ ଆରମ୍ଭରୁ ପୂର୍ବ ଦିଗରେ ସମ୍ପ୍ରସାରଣ ନକରିବା ବିଷୟରେ ମସ୍କୋକୁ "ମିଛ ପ୍ରତିଶ୍ରୁତି" ଦେଇଥିଲା। ହେଲେ ଏହା ଧିରେଧିରେ କାୟା ବିସ୍ତାର କରି ଋଷିଆର ପଡୋଶି ଦେଶରେ ପହଞ୍ଚିବାକୁ ଲାଗିଲାଣି। ସେ ଆହୁରି କହିଛନ୍ତି ଯେ, "ରୁଷିଆର ସୁରକ୍ଷା ଚିନ୍ତାକୁ ପଶ୍ଚିମ ଦେଶମାନେ ବାରମ୍ବାର ଅଣଦେଖା କରିଛନ୍ତି।"

ପୁଟିନ ଅଭିଯୋଗ କରିଛନ୍ତି ଯେ ପଶ୍ଚିମ ଦେଶମାନେ ରୁଷିଆ ବିରୋଧରେ ବିଚ୍ଛିନ୍ନତାବାଦ ଏବଂ ଆତଙ୍କବାଦକୁ ସମର୍ଥନ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, "ମସ୍କୋରେ ବିସ୍ଫୋରଣ ହେଉଛି, କିନ୍ତୁ କେହି ଏହାକୁ ଗୁରୁତ୍ୱ ଦେଉନାହାନ୍ତି। ଯେପର୍ଯ୍ୟନ୍ତ ଏହା ରୁଷିଆ ବିରୋଧରେ ହେଉଛି, ସବୁ ଠିକ୍ ଅଛି। ହେଲେ ଏଇ ସମାନ ଘଟଣା ୟୁରୋପ କି ଅନ୍ୟ କୌଣସି ପଶ୍ଚିମ ଦେଶର ହେଲେ ଏମାନେ ଚହଳ ପକାଇଦେବେ।"

ନାଟୋର ସାମ୍ପ୍ରତିକ ଯୋଜନା ଅନୁସାରେ, ସଦସ୍ୟ ରାଷ୍ଟ୍ରମାନେ ୨୦୩୫ ସୁଦ୍ଧା ସେମାନଙ୍କ ଜିଡିପିର ୫% ପ୍ରତିରକ୍ଷା ଖର୍ଚ୍ଚ ପାଇଁ ବ୍ୟୟ କରିବେ। ଯାହାକୁ ପୁଟିନ "ରୁଷିଆର ଆକ୍ରମଣାତ୍ମକତା" ବୋଲି ନ୍ୟାୟୀକରଣ କରାଯାଉଥିବା ବୋଲି କହିଛନ୍ତି। ସେ କହିଛନ୍ତି ଯେ, "ସେମାନେ ସବୁକିଛି ଓଲଟପାଲଟ କରୁଛନ୍ତି। ରୁଷିଆର ସ୍ୱତନ୍ତ୍ର ସାମରିକ ଅଭିଯାନ କିପରି ଆରମ୍ଭ ହେଲା, ତାହା ବିଷୟରେ କେହି କିଛି କହୁନାହାନ୍ତି।"

ପୁଟିନ ଏହା ମଧ୍ୟ କହିଛନ୍ତି ଯେ ରୁଷିଆ ପଶ୍ଚିମ ଦେଶମାନଙ୍କ ସହିତ "ଏକପାଖିଆ" ଖେଳରେ ଆଉ ଅଂଶଗ୍ରହଣ କରିବ ନାହିଁ। ସେ ନାଟୋର ସମ୍ପ୍ରସାରଣ ଏବଂ ୟୁକ୍ରେନକୁ ସମର୍ଥନ ସମ୍ପର୍କିତ ମୂଳ ଚିନ୍ତାଗୁଡ଼ିକୁ ସମାଧାନ କରାଯାଏ ତେବେ ଶାନ୍ତି ଆଲୋଚନା ପାଇଁ ମସ୍କୋ ଖୋଲା ଅଛି ବୋଲି ଦର୍ଶାଇଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.