ନୂଆଦିଲ୍ଲୀ,୦୫/୧୨; ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଗୁରୁବାର ଦିଲ୍ଲୀରେ ପହଞ୍ଚିବା ପରେ ତାଙ୍କୁ ପାଲମ ଏୟାରଫୋର୍ସ ଷ୍ଟେସନରେ ଭବ୍ୟ ସ୍ୱାଗତ କରାଯାଇଥିଲା । ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରୋଟୋକଲ ଭାଙ୍ଗି ତାଙ୍କୁ ପାଛୋଟି ଆଣିଥିଲେ । ଏଥିସହ ସନ୍ଧ୍ୟାରେ ମୋଦିଙ୍କ ସହ ତାଙ୍କ ବାସଭବନରେ ପୁଟିନ୍ ରାତ୍ରି ଭୋଜନ କରିଥିଲେ । ଭାରତ ଗସ୍ତର ଦ୍ୱିତୀୟ ଦିନ ଅର୍ଥାତ ଆଜି (ଶୁକ୍ରବାର) ପୁଟିନ୍ ଏକଦମ ବ୍ୟସ୍ତ ରହିବେ । ପୂର୍ବାହ୍ନ ୧୧ଟାରେ ରାଷ୍ଟ୍ରପତି ଭବନ ଅଭିମୁଖେ ବାହାରିବେ । ସେଠାରେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବ । ପୂର୍ବାହ୍ନ ସାଢ଼େ ୧୧ଟାରେ ସେ ରାଜଘାଟକୁ ଯିବେ । ସେଠାରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ । ୧୧ଟା ୫୦ରେ ହାଇଦ୍ରାବାଦ ହାଉସ୍ରେ ମୋଦିଙ୍କୁ ଭେଟିବେ । ସେଠାରେ ଦୁଇ ନେତାଙ୍କ ମଧ୍ୟରେ ଏକ ବୈଠକ ଆୟୋଜନ ହେବ । ଏହି ଅବସରରେ ପ୍ରତିନିଧି ସ୍ତରୀୟ ଆଲୋଚନା ମଧ୍ୟ ସାମିଲ ଅଛି ।

ଭାରତରେ ପୁଟିନ୍‌ଙ୍କ ଆଜିର ସିଡ୍ୟୁଲ୍

-୨ ଦିନିଆ ଭାରତ ଗସ୍ତରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍

- ଆଜି ଗସ୍ତର ଦ୍ବିତୀୟ ଦିନରେ ବ୍ୟସ୍ତ ରହିବେ ରୁଷ୍ ରାଷ୍ଟ୍ରପତି

- ଶିଖର ସମ୍ମିଳନୀରୁ ନେଇ ଡିନର ଯାଏ ପୁରା ସିଡ୍ୟୁଲ ପ୍ରସ୍ତୁତ

-ପୂର୍ବାହ୍ନ ୧୧ଟାରେ ରାଷ୍ଟ୍ରପତି ଭବନ ଅଭିମୁଖେ ବାହାରିବେ ପୁଟିନ୍

- ସେଠାରେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବ

- ପୂର୍ବାହ୍ନ ସାଢ଼େ ୧୧ଟାରେ ସେ ରାଜଘାଟକୁ ଯିବେ

- ସେଠାରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ

- ୧୧ଟା ୫୦ରେ ହାଇଦ୍ରାବାଦ ହାଉସ୍‌ରେ ମୋଦିଙ୍କୁ ଭେଟିବେ

- ସେଠାରେ ଦୁଇ ନେତାଙ୍କ ମଧ୍ୟରେ ହେବ ବୈଠକ

-ଅପରାହ୍ନ ୧ଟା ୫୦ରେ ହାଇଦ୍ରାବାଦ ହାଉସ୍‌ରେ ସାମ୍ବାଦିକ ସମ୍ମିଳନୀରେ ଭାଗ ନେବେ

-ସନ୍ଧ୍ୟା ୭ଟାରେ ରାଷ୍ଟ୍ରପତି ଭବନକୁ ଯାଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବେ

- ରାତି ପ୍ରାୟ ୯ଟାରେ ମସ୍କୋ ଅଭିମୁଖେ ବାହାରିରେ ପୁଟିନ୍

ଅପରାହ୍ନ ୧ଟା ୫୦ ମିନିଟ୍ରେ ପୁଟିନ୍ ହାଇଦ୍ରାବାଦ ହାଉସ୍‌ରେ ଏକ ଯୁଗ୍ମ ସାମ୍ବାଦିକ ସମ୍ମିଳନୀରେ ଭାଗନେବେ । ସନ୍ଧ୍ୟା ୭ଟାରେ ରାଷ୍ଟ୍ରପତି ଭବନକୁ ଯାଇ ପୁଟିନ୍ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ଆଲୋଚନା କରିବେ । ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ନୂଆଦିଲ୍ଲୀ ଗସ୍ତ ପରିପ୍ରେକ୍ଷୀରେ ରୁଷ୍ ଓ ଭାରତ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ଚୁକ୍ତି ଚୂଡ଼ାନ୍ତ ହେବା ନେଇ ଖବର ମିଳିଛି । ରିପୋର୍ଟ ଅନୁସାରେ, ରୁଷ୍‌ଠାରୁ ପରମାଣୁ ଶକ୍ତିସମ୍ପନ୍ନ ବୁଡ଼ାଜାହାଜ (ଏସ୍ଏସ୍ଏନ୍) କିଣିବା ନେଇ ଭାରତ ନିଷ୍ପତ୍ତି ନେଇଛି । ଏହି ଚୁକ୍ତିରେ ୨୦୦ କୋଟି ଡଲାର ବା ପ୍ରାୟ ୧୮ ହଜାର କୋଟି ଟଙ୍କାର ଦେଣନେଣ ହେବ ।ରାତି ପ୍ରାୟ ୯ଟାରେ ପୁଟିନ୍ ଭାରତ ଗସ୍ତ ଶେଷ କରି ମସ୍କୋ ଅଭିମୁଖେ ବାହାରିବାର କାର୍ଯ୍ୟକ୍ରମ ରହିଛି ।