ନୂଆଦିଲ୍ଲୀ - ଦୁଇ ଦିବସୀୟ ଭାରତ ଗସ୍ତରେ ଆସିଥିବା ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ପିଏମ୍ ମୋଦି ଶୁକ୍ରବାର ମିଳିତ ବୟାନ ଦେଇଛନ୍ତି। ଏଥିରେ ପୁଟିନ କହିଛନ୍ତି , ଭାରତକୁ ହେବାକୁ ଥିବା ତୈଳ ସପ୍ଲାଇରେ ରୋକ୍ ଲାଗିବ ନାହିଁ , ଏହା ପୂର୍ବପରି ଜାରି ରହିବ। ରୁଷୀୟ ରାଷ୍ଟ୍ରପତିଙ୍କ ଏହି ବିବୃତ୍ତିରେ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଝଟକା ଲାଗିପାରେ। କାରଣ ସେ ଭାରତ ଠାରୁ ରୁଷୀୟ ତୈଳ କ୍ରୟ କରିବା ବନ୍ଦ କରିବାକୁ ବାରମ୍ୱାର କହି ଚାଲିଛନ୍ତି। ଏମିତିକି ସେ ରୁଷୀୟ ତୈଳ କ୍ରୟ କରିବା ପାଇଁ ଭାରତ ଉପରେ ୨୫ ପ୍ରତିଶତ ଅତିରିକ୍ତ ଟାରିଫ୍ (ମୋଟ ୫୦ ପ୍ରତିଶତ ଟାରିଫ୍) ମଧ୍ୟ ଲଗାଇଛନ୍ତି।
ପୁଟିନ ନୂଆଦିଲ୍ଲୀ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କହିଛନ୍ତି – ରୁଷ୍ ତୈଳ, ଗ୍ୟାସ୍ , କୋଇଲା ଓ ଭାରତର ଏନର୍ଜୀର ବିକାଶ ପାଇଁ ଆବଶ୍ୟକ ପ୍ରତି ଜିନିଷର ଏକ ଭରସାଯୋଗ୍ୟ ସପ୍ଲାୟର। ଆମେ ଖୁବ୍ ଜୋରରେ ବଢୁଥିବା ଭାରତୀୟ ଇକୋନମି ପାଇଁ ତୈଳକୁ ବିନା ପ୍ରତିବନ୍ଧକରେ ସିପମେଣ୍ଟ ଜାରି ରଖିବା ପାଇଁ ପ୍ରସ୍ତୁତ। ସେ କହିଛନ୍ତି ଯେ, ଆମେ ଏନର୍ଜୀ ସେକ୍ଟରରେ ସହଯୋଗ ବୃଦ୍ଧି କରାଇବା ଉପରେ ବିଚାର କରୁଛୁ। ଭ୍ଲାଦିମିର ପୁଟିନ କହିଛନ୍ତି, ରୁଷ୍ ଓ ଭାରତ ବ୍ରିକ୍ସ, ଏସସିଓ ଓ ବିଶ୍ୱର ଦ୍ୱିତୀୟ ବଡ଼ ବଡ଼ ଦେଶ ମଧ୍ୟରେ ଏକା ପ୍ରକାରର ବିଚାର କରୁଥିବା ଦେଶଙ୍କ ସହ ଇଣ୍ଡିପେଣ୍ଡେଣ୍ଟ ଓ ଆତ୍ମନିର୍ଭର ଫରେନ ପଲିସି ଆପଣାଉଛନ୍ତି। ଆମେ ୟୁଏନରେ ଦିଆଯାଇ ଥିବା ଆଇନର ମୁଖ୍ୟ ସିଦ୍ଧାନ୍ତର ରକ୍ଷା କରୁଛୁ । ସେୟାର କରିଥିବା ବୟାନରେ ପୁଟିନ ଆହୁରି କହିଛନ୍ତି , ଆମେ ଆମର ଭାରତୀୟ ପାର୍ଟନରଙ୍କ ସହ ମିଶି ନୂଆ ଇଣ୍ଟରନ୍ୟାସନାଲ ଟ୍ରାନ୍ସପୋର୍ଟ ରୁଟ୍ ନିର୍ମାଣ କରିବା ଉପରେ କାମ କରୁଛୁ , ଯେଉଁଥିରେ ରୁଷ୍ କିମ୍ୱା ବେଲାରୁସ୍ ଠାରୁ ଭାରତ ମହାସାଗରର ଉପକୂଳ ଯାଏ ନର୍ଥ-ସାଉଥ୍ ଟ୍ରାନ୍ସପୋର୍ଟ ନିର୍ମାଣ କରିବାର ପ୍ରୋଜେକ୍ଟ ମଧ୍ୟ ସାମିଲ ଅଛି।
ଏହା ବ୍ୟତୀତ , ରୁଷ୍ ଭାରତ ସହ ମିଶି ନ୍ୟୁକ୍ଲିୟର ପ୍ଲାଣ୍ଟ ଉପରେ ମଧ୍ୟ କାମ କରୁଛି। ପୁଟିନ କହିଛନ୍ତି ,ଆମେ ସବୁଠୁ ବଡ଼ ଭାରତୀୟ ନ୍ୟୁକ୍ଲିୟର ପ୍ଲାଣ୍ଟ ନିର୍ମାଣ କରିବାର ପ୍ରୋଜେକ୍ଟ ଉପରେ ମଧ୍ୟ କାମ କରୁଛୁ। ଛଅଟି ମଧ୍ୟରୁ ତିନୋଟି ରିଆକ୍ଟର ପୂର୍ବରୁ ଏନର୍ଜୀ ନେଟୱର୍କ ସହ ଯୋଡ଼ି ହୋଇ ସାରିଛି। ପୁଟିନ କହିଛନ୍ତି ଯେ, ଗତ ବର୍ଷ, ଆମର ବାଇଲେଟରାଲ ଟ୍ରେଡ୍ ଟର୍ନଓଭରେ ୧୨ ପ୍ରତିଶତ ବୃଦ୍ଧି ହୋଇଛି, ଯାହା ଅଲଗା ଅଲଗା ଡାଟା ହିସାବରେ ଆଉ ଏକ ରେକର୍ଡ । ଏହି ନମ୍ୱର ଅଲଗା ଦେଖା ଯାଇପାରେ , କିନ୍ତୁ ଏହା ସାଧାରଣ ଭାବେ ପାଖାପାଖି ୬୪ ବିଲିୟନ ଆମେରିକୀୟ ଡଲାର। ଏବେ ଆମେ ଅନୁମାନ କରୁଛୁ ଯେ, ଚଳିତ ବର୍ଷର ଫଳାଫଳ ସେହି ଆକର୍ଷଣୀୟ ସ୍ତରରେ ରହିବ। ଏହାସହ ଯେମିତି ମୋର ବିଶ୍ୱାସ ଯେ, ଆମେ ଏହି ନମ୍ୱରକୁ ୧୦୦ ଡଲାର ବିଲିୟନର ସ୍ତର ଯାଏ ପହଞ୍ଚାଇବାର କାମ ପାଇଁ ପ୍ରସ୍ତୁତ। ପ୍ରଧାନମନ୍ତ୍ରୀ ଆମକୁ ଚ୍ୟାଲେଞ୍ଜର ଏକ ପୂରା ତାଲିକା ଦେଇଛନ୍ତି , ଯାହା ଉପରେ ଆମ ସରକାରଙ୍କୁ ସବୁଠୁ ଅଧିକ ଧ୍ୟାନ ଦେବାର ଆବଶ୍ୟକ ରହିଛି। ଆମେ ତାହା କରିବୁ। ରୁଷ୍ ଓ ଭାରତର କମର୍ସିଆଲ ଲିଙ୍କକୁ ବୃଦ୍ଧି କରାଇବାରେ ଭାରତ ଓ ୟୁରେସିୟନ ଇକୋନମିକ ୟୁନିୟନ ମଧ୍ୟରେ ଏକ ଫ୍ରି ଟ୍ରେଡ୍ ଜୋନ୍ ଗଠନ କରିବାରେ ସାହାଯ୍ୟ ମିଳିବ। ଆମେ ପୂର୍ବାପେକ୍ଷା ଏଥିରେ ଜଡ଼ିତ ଏଗ୍ରିମେଣ୍ଟ ଉପରେ କାମ କରୁଛୁ।