ନୂଆଦିଲ୍ଲୀ,୦୭/୧୨; ୨ ଦିନିଆ ଭାରତ ଗସ୍ତ ସାରି ଫେରିଛନ୍ତି ରୁଷ୍ ରାଷ୍ଟ୍ରପତି ପୁଟିନ୍ । ଗସ୍ତର ଦ୍ବିତୀୟ ଦିନରେ ରାଷ୍ଟ୍ରପତି ଭବନରେ ଜଣେ ସେନା ଅଫିସରଙ୍କ ସହ ହାତ ମିଳାଇ ଚର୍ଚ୍ଚାରେ ରହିଛନ୍ତି ରୁଷ୍ ରାଷ୍ଟ୍ରପତି । ରାଷ୍ଟ୍ରପତି ଭବନ ଆସିବା ବେଳେ ଜଣେ ସେନା ଅଧିକାରଙ୍କ ସହ ହ୍ୟାଣ୍ଡସେକ୍ କରିଥିଲେ ପୁଟିନ୍ । ଗାଡ଼ିରୁ ଓହ୍ଲାଇବା ପରେ ମେଜର ଜେନେରାଲ୍ ଭୂଦେବ ପରିଡ଼ାଙ୍କ ସହ କରମର୍ଦ୍ଦଳ କରିଥିଲେ । ସେ ଓଡ଼ିଶାର ହୋଇଥିବା କୁହାଯାଉଛି । ରାଷ୍ଟ୍ରପତିଙ୍କୁ ଭେଟିବା ପୂର୍ବରୁ ତାଙ୍କ ଅଙ୍ଗରକ୍ଷୀଙ୍କ ସହ ପୁଟିନ୍ ଯେପରି ଭବେ ହାତ ମିଳାଇଲେ ତାହାକୁ ନେଇ ଏବେ ଖୁବ ଚର୍ଚ୍ଚା । ଏହା ପ୍ରଥମ ଥର ନୁହେଁ ଯେ ବିଶ୍ୱ ପୁଟିନଙ୍କର ଏପରି ବ୍ୟବହାର ଦେଖିଛି। ତାଙ୍କୁ ପ୍ରାୟତଃ ମସ୍କୋରେ ତାଙ୍କ ଅଙ୍ଗରକ୍ଷୀମାନଙ୍କ ସହିତ ଏକ ଅତ୍ୟନ୍ତ ସାଧାରଣ ଭାବନାରେ କଥାବାର୍ତ୍ତା କରୁଥିବାର ଦେଖିବାକୁ ମିଳେ । କିନ୍ତୁ ଏକ ବିଦେଶୀ ଦେଶରେ ପ୍ରଦର୍ଶିତ ଏହି ଉଦାରତା ହିଁ ପୁଟିନଙ୍କୁ ଅନ୍ୟ ବିଶ୍ୱ ନେତାମାନଙ୍କଠାରୁ ଭିନ୍ନ କରିଛି ।

ରାଷ୍ଟ୍ରପତି ଭବନକୁ ଆସିଥିବା ଏ ଫଟୋ ଆମ ପାଇଁ ସାଧାରଣ ହୋଇପାରେ । କିନ୍ତୁ ଏକ ଶକ୍ତିଶାଳୀ ଦେଶର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଗାଡିରୁ ଓହ୍ଲାଇ ତାଙ୍କୁ ସାଲ୍ୟୁଟ କରିଥିବା ଜଣେ ସିପାହୀଙ୍କ ସହ ହାତ ମିଳାଇଥିଲେ । ସାମ୍ନାରେ ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଛିଡା ହୋଇଥିଲେ । ତା ପରେ ବି ସେ ମେଜର ଜେନେରାଲଙ୍କ ଅଭିବାଦନ ସ୍ୱୀକାର କରିଥିଲେ । ଏହାକୁ ହିଁ କୁହାଯାଏ ବଡ଼ ହେବା । ଧନ-କ୍ଷମତା ନୁହେଁ ଯେ, ପର୍ଯ୍ୟନ୍ତ ତୁମ ମନରୁ ବଡ଼ ହୋଇନାହଁ ତାହା ବ୍ୟର୍ଥ । ରାଷ୍ଟ୍ରପତି ପୁଟିନଙ୍କ ଏହି ବ୍ୟବହାର ଏବେ ଖୁବ ଚର୍ଚ୍ଚାରେ । ସୋସିଆଲ ମିଡିଆରେ ପୁଟିନ୍‌ଙ୍କର ଖୁବ ତାରିଫ୍ କରାଯାଉଛି ।

ଜଣେ ସୋସିଆଲ ମିଡିଆ ୟୁଜର ଲେଖିଛନ୍ତି, ରାଷ୍ଟ୍ରପତି ମ୍ୟାଡାମଙ୍କୁ ଭେଟିବା ପୂର୍ବରୁ ପୁଟିନ୍ ଜଣେ ଅଙ୍ଗରାକ୍ଷୀଙ୍କ ସହ ସମ୍ମାନର ସହ ହାତ ମିଳାଇଥିଲେ, ଛୋଟ ଅଙ୍ଗଭଙ୍ଗୀ କିପରି ଏକ ବଡ ପ୍ରଭାବ ସୃଷ୍ଟି ପକାଇଛି । ସମସ୍ତଙ୍କୁ ଏକ ବଡ଼ ବାର୍ତ୍ତା ଦେଇଛି । ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି ଛୋଟ ଗେସ୍ଚର ବଡ଼ ପ୍ରଭାବ ।