ଭୁବନେଶ୍ୱର ୦୪/୦୮: ବର୍ଷକୁ ଦୁଇଥର ପାଳନ ହୁଏ ପୁତ୍ରଦା ଏକାଦଶୀ । ଗୋଟିଏ  ପୌଷ ମାସରେ ଅନ୍ୟଟି ଶ୍ରାବଣରେ । ଶ୍ରାବଣ ଶୁକ୍ଲପକ୍ଷ ଏକାଦଶୀ ତିଥି ପୁତ୍ରଦା ଏକାଦଶୀ ଭାବେ ପରିଚିତ । ସନ୍ତାନ  ବିଶେଷ କରି ପୁତ୍ରସନ୍ତାନ ଚାହୁଁଥିବା ଦମ୍ପତି ପୁତ୍ରଦା ଏକାଦଶୀ  ବ୍ରତ ନିୟମ ମୁତାବକ ନିଷ୍ଠା ତଥା ଭକ୍ତିର ସହ ପାଳନ କଲେ  ପୁତ୍ର ପ୍ରାପ୍ତ ହୋଇଥାନ୍ତି ବୋଲି ବିଶ୍ୱାସ ରହିଛି ।

 ପୁତ୍ରଦା ଏକାଦଶୀ ଦିନ ଉପବାସ ପାଳନ ପୂର୍ବକ ବିଧିବିଧାନର ସହ ଭଗବାନ୍‌  ବିଷ୍ଣୁଙ୍କର ପୂଜା କରନ୍ତୁ । ପୁତ୍ରଦା ଏକାଦଶୀ ବ୍ରତ କଥା ମଧ୍ୟ ପଢ଼ନ୍ତୁ କିମ୍ବା  ଶୁଣନ୍ତୁ । ବିଷ୍ଣୁଙ୍କ ନିକଟରେ ଆଳତି କରିବା ପରେ ସ୍ୱାସ୍ଥ୍ୟବାନ୍‌, ଚରିତ୍ରବାନ୍‌  ଏବଂ ତେଜସ୍ୱୀ ପୁତ୍ର ପ୍ରାପ୍ତି ଲାଗି ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରନ୍ତୁ । 

ସନ୍ତାନ ପ୍ରାପ୍ତି ଲାଗି ନିଃସନ୍ତାନ ଦମ୍ପତିମାନେ ଏହି ପୁତ୍ରଦା ଏକାଦଶୀ ଦିନ ସନ୍ତାନ ଗୋପାଳ ମନ୍ତ୍ର ଜପ କରନ୍ତୁ । ବିଶ୍ୱାସ ରଖନ୍ତୁ  ଯେ ପ୍ରଭୁଙ୍କ କୃପାରୁ ନିଶ୍ଚୟ ସନ୍ତାନ ପ୍ରାପ୍ତ ହେବେ ।  ସନ୍ତାନ ଗୋପାଳ ମନ୍ତ୍ର - ଓଁ ଦେବକୀସୁତ ଗୋବିନ୍ଦଂ ବାସୁଦେବ ଜଗତପତେ ।/ଦେହି ମେ  ତନୟଂ କୃଷ୍ଣ ତ୍ୱମାହଂ ଶରଣଂ ଗତଃ । । 

ବିଭିନ୍ନ ଉପାୟ ଆପଣାଇବା ସତ୍ତେ୍ୱ ଯଦି ସନ୍ତାନ ସୁଖ ପ୍ରାପ୍ତ ହେଉନାହିଁ ତେବେ ପୁତ୍ରଦା ଏକାଦଶୀ ଦିନ ଶ୍ରୀହରିବଂଶ ପୁରାଣ ପଢ଼ନ୍ତୁ ଅବା ଶୁଣନ୍ତୁ । ଘରେ ଯୋଗ୍ୟ ଆଚାର୍ଯ୍ୟଙ୍କ ଦ୍ୱାରା ହରିବଂଶ ପୁରାଣ କଥା ଅୟୋଜନ କରିବା  ଅଧିକ ଭଲ ହେବ । 

ସନ୍ତାନ ପ୍ରାପ୍ତି ଲାଗି ବଂଶକବଚ ମଧ୍ୟ ଏକାଦଶୀ ଦିନ ପଢ଼ିପାରିବେ।