ପ୍ରମୂଖ ଖବର
  • ଓଭାଲରେ ଇଂଲଣ୍ଡର ଭାଙ୍ଗିଲା ଗର୍ବ; ପଞ୍ଚମ ଟେଷ୍ଟକୁ ୬ ରନରେ ଜିତିଲା ଭାରତ, ସିରିଜ୍ ବରାବର
  • ||
  • ଭଦ୍ରକ : ରେଲ୍‌ ୱେ ଟ୍ରାକ୍‌ରେ କଟି ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ଧାରଣା
  • ||
  • ସୁନ୍ଦରଗଡ଼ : ରେଞ୍ଜଡା-କରମପଦା ମଝିରେ IED ବିସ୍ଫୋରଣ, ରେଳ ଧାରଣା ଉଡାଇଦେଲେ ମାଓବାଦୀ
  • ||
  • କୋଟିପତି MVI ଗୋଲାପ ଚନ୍ଦ୍ର ହାଁସଦା ଗିରଫ; ବାବୁଙ୍କର ୪୪ ପ୍ଲଟ୍‌, ଘରୁ କେଜିଏ ସୁନା ଜବତ
  • ||
  • ଏଣିକି ନାଇଟ୍‌ ସିଫ୍ଟ କରିପାରିବେ ମହିଳା; ସୁରକ୍ଷା ପାଇଁ ଉପଲବ୍ଧ ହେବ ଟୋଲ୍ ଫ୍ରି ନମ୍ୱର
  • ||
  • ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଦେହାନ୍ତ, ୮୧ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ
  • ||
  • ସୋମବାରଠୁ ଶ୍ରୀକ୍ଷେତ୍ରରେ ଝୁଲଣ ଯାତ୍ରା, ମଠ ମନ୍ଦିର ଝୁଲଣ କୁଞ୍ଜରେ ଝୁଲିବେ ଦେବଦେବୀ
  • ||
  • ଏଫ୍‌ଏମ୍‌ ଛାତ୍ରୀ ଆତ୍ମାହୁତି ମାମଲାରେ ଆକ୍ସନ୍, ଦୁଇ ଛାତ୍ରଙ୍କୁ ଗିରଫ କରି ଜେଲ ପଠାଇଲା କ୍ରାଇମ୍‌ବ୍ରାଞ୍ଚ୍
  • ||
  • ୟେମେନରେ ମଝି ଦରିଆରେ ବୁଡ଼ିଗଲା ଡଙ୍ଗା, ୬୮ ମୃତ , ୭୪ଜଣଙ୍କର ମିଳୁନି ପତ୍ତା
  • ||
  • ବାୟାବରରେ ବଳଙ୍ଗା ପୀଡ଼ିତାଙ୍କ ଶେଷକୃତ୍ୟ ସଂପନ୍ନ, ଶୋକାକୂଳ ପରିବେଶରେ ଦିଆଗଲା କବର
  • ||
  • ଏଫଏମ୍ କଲେଜ ଛାତ୍ରୀ ଆତ୍ମାହୁତି ମାମଲା,କଲେଜର ଦୁଇ ଛାତ୍ର ଗିରଫ, ଆତ୍ମାହୁତି ପାଇଁ ଉସ୍‌କାଇଥିବା ଅଭିଯୋଗ
  • ||
  • ଆସନ୍ତା ୭ରେ ହୋଇପାରେ ଘୂର୍ଣ୍ଣିବଳୟ, ୯ ଯାଏ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ
  • ||

ପୁତ୍ରଦା ଏକାଦଶୀରେ ସନ୍ତାନ ପ୍ରାପ୍ତି ଲାଗି କରନ୍ତୁ ଉପାୟ, ପାଳନ କରନ୍ତୁ ଏହି ସବୁ ନିୟମ...

Published By : Manoj | August 4, 2025 2:50 PM

ଭୁବନେଶ୍ୱର ୦୪/୦୮: ବର୍ଷକୁ ଦୁଇଥର ପାଳନ ହୁଏ ପୁତ୍ରଦା ଏକାଦଶୀ । ଗୋଟିଏ  ପୌଷ ମାସରେ ଅନ୍ୟଟି ଶ୍ରାବଣରେ । ଶ୍ରାବଣ ଶୁକ୍ଲପକ୍ଷ ଏକାଦଶୀ ତିଥି ପୁତ୍ରଦା ଏକାଦଶୀ ଭାବେ ପରିଚିତ । ସନ୍ତାନ  ବିଶେଷ କରି ପୁତ୍ରସନ୍ତାନ ଚାହୁଁଥିବା ଦମ୍ପତି ପୁତ୍ରଦା ଏକାଦଶୀ  ବ୍ରତ ନିୟମ ମୁତାବକ ନିଷ୍ଠା ତଥା ଭକ୍ତିର ସହ ପାଳନ କଲେ  ପୁତ୍ର ପ୍ରାପ୍ତ ହୋଇଥାନ୍ତି ବୋଲି ବିଶ୍ୱାସ ରହିଛି ।

 ପୁତ୍ରଦା ଏକାଦଶୀ ଦିନ ଉପବାସ ପାଳନ ପୂର୍ବକ ବିଧିବିଧାନର ସହ ଭଗବାନ୍‌  ବିଷ୍ଣୁଙ୍କର ପୂଜା କରନ୍ତୁ । ପୁତ୍ରଦା ଏକାଦଶୀ ବ୍ରତ କଥା ମଧ୍ୟ ପଢ଼ନ୍ତୁ କିମ୍ବା  ଶୁଣନ୍ତୁ । ବିଷ୍ଣୁଙ୍କ ନିକଟରେ ଆଳତି କରିବା ପରେ ସ୍ୱାସ୍ଥ୍ୟବାନ୍‌, ଚରିତ୍ରବାନ୍‌  ଏବଂ ତେଜସ୍ୱୀ ପୁତ୍ର ପ୍ରାପ୍ତି ଲାଗି ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରନ୍ତୁ । 

ସନ୍ତାନ ପ୍ରାପ୍ତି ଲାଗି ନିଃସନ୍ତାନ ଦମ୍ପତିମାନେ ଏହି ପୁତ୍ରଦା ଏକାଦଶୀ ଦିନ ସନ୍ତାନ ଗୋପାଳ ମନ୍ତ୍ର ଜପ କରନ୍ତୁ । ବିଶ୍ୱାସ ରଖନ୍ତୁ  ଯେ ପ୍ରଭୁଙ୍କ କୃପାରୁ ନିଶ୍ଚୟ ସନ୍ତାନ ପ୍ରାପ୍ତ ହେବେ ।  ସନ୍ତାନ ଗୋପାଳ ମନ୍ତ୍ର - ଓଁ ଦେବକୀସୁତ ଗୋବିନ୍ଦଂ ବାସୁଦେବ ଜଗତପତେ ।/ଦେହି ମେ  ତନୟଂ କୃଷ୍ଣ ତ୍ୱମାହଂ ଶରଣଂ ଗତଃ । । 

ବିଭିନ୍ନ ଉପାୟ ଆପଣାଇବା ସତ୍ତେ୍ୱ ଯଦି ସନ୍ତାନ ସୁଖ ପ୍ରାପ୍ତ ହେଉନାହିଁ ତେବେ ପୁତ୍ରଦା ଏକାଦଶୀ ଦିନ ଶ୍ରୀହରିବଂଶ ପୁରାଣ ପଢ଼ନ୍ତୁ ଅବା ଶୁଣନ୍ତୁ । ଘରେ ଯୋଗ୍ୟ ଆଚାର୍ଯ୍ୟଙ୍କ ଦ୍ୱାରା ହରିବଂଶ ପୁରାଣ କଥା ଅୟୋଜନ କରିବା  ଅଧିକ ଭଲ ହେବ । 

ସନ୍ତାନ ପ୍ରାପ୍ତି ଲାଗି ବଂଶକବଚ ମଧ୍ୟ ଏକାଦଶୀ ଦିନ ପଢ଼ିପାରିବେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.