ଟୋକିଓ, ୧୨/୧୧: ଆଜିଠୁ ଜାପାନରେ ଆରମ୍ଭ ହେବାକୁ ଯାଉଛି କୁମାମୋଟୋ ମାଷ୍ଟର୍ସ ସୁପର ୫୦୦ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ । ଏଥିରେ ଭାରତର ଷ୍ଟାର ସଟଲର ପିଭି ସିନ୍ଧୁ ଓ ଲକ୍ଷ୍ୟ ସେନଙ୍କ ଉପରେ ନଜର ରହିଛି । ଉଭୟ କମବ୍ୟାକ ଲକ୍ଷ୍ୟରେ ରହିଛନ୍ତି ।
ଭାରତର ଷ୍ଟାର ସଟଲର ତଥା ୨ ଥରର ଅଲମ୍ପିକ୍ସ ପଦକ ବିଜେତା ପିଭି ସିନ୍ଧୁ ଅଷ୍ଟମ ସିଡ ଥାଇଲାଣ୍ଡ ଖେଳାଳି ବୁସାନନ ଓଙ୍ଗବାମରୁଙ୍ଗଫାନଙ୍କୁ ଭେଟିବେ । ଏହା ରାଉଣ୍ଡ ପାସ କଲେ ସେ କାନାଡାର ମିଚେଲି ଲିଙ୍କୁ ସାମ୍ନା କରିବେ । ଲକ୍ଷ୍ୟ ସେନ ପ୍ୟାରିସ ଅଲମ୍ପିକ୍ସ ୨୦୨୪ରେ ମେଡାଲ ଜିତି ଏକମାତ୍ର ପୁରୁଷ ସଟଲର ଭାବେ କୁମାମୋଟୋ ମାଷ୍ଟର୍ସ ଖେଳିବାକୁ ଯୋଗ୍ୟତା ହାସଲ କରିଥିଲେ । ପୁରୁଷ ବର୍ଗରେ ଲକ୍ଷ୍ୟ ସେନ ମାଲେସିଆର ଲିଓଙ୍ଗ ଜୁନ ହାଓଙ୍କ ବିପକ୍ଷରେ ଅଭିଯାନ ଆରମ୍ଭ କରିବେ । ଦ୍ବିତୀୟ ରାଉଣ୍ଡରେ ସେ ଅଷ୍ଟମ ସିଡ୍ ଆନ୍ଥୋନୀ ସିନିିସୋକାଙ୍କୁ ଭେଟିବାର ସମ୍ଭାବନା ରହିଛି ।
କୁମାମୋଟୋ ମାଷ୍ଟର୍ସ ପାଇଁ ମହିଳା ଡବଲ୍ସରେ ତ୍ରିଶା ଜୋଲି/ ଗାୟତ୍ରୀ ଗୋପିଚାନ୍ଦ ଭାରତ ପାଇଁ ଖେଳିବେ । ପୁରୁଷ ଡବଲ୍ସ ଓ ମିଶ୍ରିତ ଡବଲ୍ସ କାଟାଗୋରୀରେ ଭାରତରୁ କେହି ପ୍ରତିନିଧିତ୍ବ କରୁ ନାହାନ୍ତି ।
କୁମାମୋଟୋ ମାଷ୍ଟର୍ସ ପାଇଁ ଭାରତୀୟ ସ୍କ୍ବାର୍ଡ
.ପୁରୁଷ ସିଙ୍ଗଲ୍ସରେ ଲକ୍ଷ୍ୟ ସେନ
. ମହିଳା ସିଙ୍ଗଲ୍ସରେ ପିଭି ସିନ୍ଧୁ
. ମହିଲା ଡବଲ୍ସରେ ତ୍ରିଶା ଜୋଲି/ ଗାୟତ୍ରୀ ଗୋପିଚାନ୍ଦ