ଭୁବନେଶ୍ୱର,୧୦/୧୧: ସମ୍ମାନଜନକ କ୍ୟୁଏସ୍‌ ବିଶ୍ୱସ୍ତରୀୟ  ବିଶ୍ୱବିଦ୍ୟାଳୟ ମାନ୍ୟତା(କ୍ୟୁଏସ୍‌  ୱାର୍ଲ୍ଡ ୟୁନିଭର୍ସିଟି ର‌୍ୟାଙ୍କିଙ୍ଗ୍‌-୨୦୨୫) ରେ ଚମକିଲା ଶିକ୍ଷା ଓ ଅନୁସନ୍ଧାନ  (ସୋଆ) ବିଶ୍ୱବିଦ୍ୟାଳୟ । ଅଞ୍ଚଳ  ଭିତ୍ତିରେ ଦକ୍ଷିଣ ଏସିଆ ଏବଂ ଏସିଆ  ୟୁନିଭର୍ସିଟି ର‌୍ୟାଙ୍କିଙ୍ଗ୍‌ରେ ମହତ୍ତ୍ୱପୂର୍ଣ୍ଣ  ସ୍ଥାନ ହାସଲ କରିଛି । ସେହିପରି  ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ମାନ୍ୟତା  ର‌୍ୟାଙ୍କିଙ୍ଗରେ ଆହ୍ଲାବାଦସ୍ଥିତ ଇଣ୍ଡିଆନ୍‌  ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇନଫରମେସନ୍‌  ଟେକ୍ନୋଲୋଜି(ଆଇଆଇଆଇଟି)ଠୁ ମଧ୍ୟ ଆଗରେ ରହିଛି ସୋଆ ।  

ଦକ୍ଷିଣ ଏସିଆ ନିମନ୍ତେ ଏସିଆ  ୟୁନିଭର୍ସିଟି ର‌୍ୟାଙ୍କିଙ୍ଗ୍‌ରେ ସୋଆ  ୨୦୨୪ରେ ୧୪୩ ତମ ସ୍ଥାନ ପାଇଥିବା  ବେଳେ ୨୦୨୫ରେ ୬୪ ତମ ସ୍ଥାନରେ ପହଞ୍ଚିଛି । ଏସିଆ ୟୁନିଭର୍ସିଟି  ର‌୍ୟାଙ୍କିଙ୍ଗ୍‌ରେ ୨୦୨୪ରେ ସୋଆ  ୫୦୧-୫୫୦ ବ୍ରାକେଟରେ ଥିବା  ବେଳେ ୨୦୨୫ରେ ଏଥିରେ ଉପରକୁ  ଉଠି ୨୭୮ତମ ସ୍ଥାନରେ ପହଞ୍ଚିଛି ।  କ୍ୟୁଏସ୍‌ ୱାର୍ଲ୍ଡ ୟୁନିଭର୍ସିଟି ର‌୍ୟାଙ୍କିଙ୍ଗ୍‌ରେ  ୨୦୨୪ରେ ସୋଆ ୧୨୦୧-୧୪୦୦  ବ୍ରାକେଟରେ ଥିବାବେଳେ ନିକଟରେ  ପ୍ରକାଶ ପାଇଥିବା ତାଲିକାରେ ଏହି  ସ୍ଥିତିକୁ ବଜାୟ ରଖିଛି । 

ସେହିପରି ନ୍ୟାସନାଲ  ଇନଷ୍ଟିଚ୍ୟୁସନାଲ ର‌୍ୟାଙ୍କିଙ୍ଗ୍‌ ଫ୍ରେମୱାର୍କ  (ଏନଆଇଆରଏଫ୍‌) ର‌୍ୟାଙ୍କିଂ  ୨୦୨୪ରେ ସୋଆ ଦେଶରେ ୧୪ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ମାନ୍ୟତା  ପାଇଥିଲା । ୨୦୧୬ରୁ କେନ୍ଦ୍ର ଶିକ୍ଷା  ମନ୍ତ୍ରଣାଳୟ ପକ୍ଷରୁ ଆରମ୍ଭ ହୋଇଥିବା  ଏନ୍‌ଆଇଆର୍‌ଏଫ୍‌ ର‌୍ୟାଙ୍କିଙ୍ଗ୍‌ରେ  ପ୍ରତିଥର ଦେଶର ଶ୍ରେଷ୍ଠ ୨୫  ବିଶ୍ୱବିଦ୍ୟାଳୟ ମଧ୍ୟରେ ନିଜ ସ୍ଥାନକୁ  ସୁଦୃଢ଼ କରିପାରିଛି ସୋଆ ।