ନୂଆଦିଲ୍ଲୀ,୫।୧୧:  କ୍ୟୁଏସ୍‌ ଟପ୍ ୟୁନିଭର୍ସିଟି ଏସିଆ ରାଙ୍କିଙ୍ଗ ୨୦୨୬ ଜାରି ହୋଇଛି। ଏଥର ଏସୀୟ ଦେଶ ମଧ୍ୟରେ ସବୁଠାରୁ ପ୍ରଥମ ସ୍ଥାନରେ ୟୁନିଭର୍ସିଟି ଅଫ୍ ହଂକଂ ରହିଛି। ଯଦି ଭାରତର କଥା ହେବା ତେବେ ପ୍ରଥମ ସ୍ଥାନରେ ଆଇଆଇଟି ଦିଲ୍ଲୀ ରହିଛି,ଯାହାକି ଏସିଆରେ ୫୯ ତମ ସ୍ଥାନରେ ରହିଛି। ଏସିଆର ଟପ୍‌-୧୦ କଲେଜ୍‌ରେ ହଙ୍ଗକଙ୍ଗ ଓ ସିଙ୍ଗାପୁରର ଦବଦବା ରହିଛି। ଏଭଳି ସ୍ଥିତିରେ ଭାରତର ବିଶ୍ବବିଦ୍ୟାଳୟର ପ୍ରଦର୍ଶନ କିଭଳି ରହିଛି ଓ ଏହି ରାଙ୍କିଙ୍ଗରେ କିଭଳି ଓ କେଉଁ ସ୍ଥାନ ମିଳିଛି ଆସନ୍ତୁ ଜାଣିବା।

ଉଲ୍ଲେଖନୀୟ ଯେ, ଚଳିତ ବର୍ଷର ରାଙ୍କିଙ୍ଗରେ ଭାରତର ୨୯୪ ବିଶ୍ବବିଦ୍ୟାଳୟ ରହିଛି। ଏଥିରେ ସବୁଠାରୁ ଅଧିକ ସ୍କୋର ଆଇଆଇଟି ଦିଲ୍ଲୀ କରିଛି, ଯାହାକି ରାଙ୍କିଙ୍ଗର ୫୯ ସ୍ଥାନରେ ରହିଛି। ଚଳିତ ବର୍ଷ ୩୬ ଭାରତୀୟ ବିଶ୍ବବିଦ୍ୟାଳୟ ନିଜର ରାଙ୍କିଙ୍ଗରେ ସୁଧାର ଆଣିଛନ୍ତି। ଯେଉଁଥିରେ ସତ୍ୟମ୍ବା ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନରେ ସବୁଠାରୁ ବଡ଼ ସୁଧାର ହୋଇଛି। ୧୧୧ ତମ ସ୍ଥାନରୁ ଉପରକୁ ଚଢି ୨୬୨ ତମ ସ୍ଥାନ ହାସଲ କରିଛି। ରିପୋର୍ଟ ଅନୁସାରେ ଭାରତର ଶିକ୍ଷା ବ୍ୟବସ୍ଥାରେ ଲଗାତାର ସୁଧାର ହେଉଛି। ରାଷ୍ଟ୍ରୀୟ ଶିକ୍ଷା ନୀତି (ଏନ୍‌ଇପି) ୨୦୨୦ ଅନୁସାରେ ସରକାରଙ୍କ ଲକ୍ଷ୍ୟ ଯେ, ୨୦୨୫ ପର୍ଯ୍ୟନ୍ତ ଉଚ୍ଚଶିକ୍ଷାରେ ଏନରୋଲମେଣ୍ଟ ରେସିଓକୁ ୫୦% ପର୍ଯ୍ୟନ୍ତ ପହଁଞ୍ଚା

ଭାରତର ଟପ୍ ୨୦ ୟୁନିଭର୍ସିଟି

୧-ଆଇଆଇଟି ଦିଲ୍ଲୀ-୫୯ ସ୍ଥାନ (ଭାରତରେ ଏକ ନମ୍ବର)

୨-ଆଇଆଇଏସ୍‌ସି ବାଙ୍ଗାଲୋର-୬୪ ତମ ସ୍ଥାନ

୩-ଆଇଆଇଟି ମାଡ୍ରାସ-୭୦ ତମ ସ୍ଥାନ

୪-ଆଇଆଇଟି ବମ୍ବେ -୭୧ ତମ ସ୍ଥାନ

୫- ଆଇଆଇଟି କାନପୁର-୭୭ ତମ ସ୍ଥାନ

୬-ଆଇଆଇଟି ଖଡଗପୁର-୭୭ ତମ ସ୍ଥାନ

୭- ୟୁନିଭର୍ସିଟି ଅଫ୍ ଦିଲ୍ଲୀ-୯୫ ତମ ସ୍ଥାନ

୮-ଚଣ୍ଡୀଗଡ ୟୁନିଭର୍ସିଟି-୧୦୯ ତମ ସ୍ଥାନ

୯- ଆଇଆଇଟି ରୁରକି-୧୧୪ ତମ ସ୍ଥାନ

୧୧- ଜବାହାରଲାଲ ନେହରୁ ୟୁନିଭର୍ସିଟି(ଜେଏନ୍‌ୟୁ)-୧୩୦ ତମ ସ୍ଥାନ

୧୨-ବିଆଇଟିଏସ୍ ପିଲାନି-୧୫୪ ତମ ସ୍ଥାନ

୧୩-ଭିଆଇଟି ଭେଲୋର-୧୫୬ ତମ ସ୍ଥାନ

୧୪-ସୋଲିନି ୟୁନିଭର୍ସିଟି-୧୫୯ ତମ ସ୍ଥାନ

୧୫- ଓପି ଜିନ୍ଦଲ ଗ୍ଲୋବାଲ ୟୁନିଭର୍ସିଟି-୧୬୩ ତମ ସ୍ଥାନ

୧୬-ୟୁପିଇଏସ୍-୧୬୩ ତମ ସ୍ଥାନ

୧୭- ଆମିଟ୍ ୟୁନିଭର୍ସିଟି-୧୮୭ ତମ ସ୍ଥାନ

୧୮- ଲଭଲି ପ୍ରଫେସନାଲ ୟୁନିଭର୍ସିଟି(ଏଲପିୟୁ)-୧୮୭ ତମ ସ୍ଥାନ

୧୯- ଜାମିଆ ମିଲିଆ ଇସଲାମିଆ-୧୯୭ ତମ ସ୍ଥାନ

୨୦-ସିମ୍ବୋସିସ୍‌ ଇଣ୍ଟରନ୍ୟାସନାଲ(ଡିମଡ୍ ୟୁନିଭର୍ସିଟି)-୨୦୦ ତମ ସ୍ଥାନ