ପାରାଦୀପ,୦୪/୦୧: ପାରାଦୀପରେ ଚାଲିଛି ସେକ୍ସ ରାକେଟ୍ । ରାଜ୍ୟ ବାହାରୁ ଭାୟା ଭୁବନେଶ୍ୱର ହୋଇ ଦେହଜୀବୀ ମାନେ ପାରାଦୀପକୁ ଆସୁଛନ୍ତି । ଦଲାଲ୍ଙ୍କ ଜରିଆରେ ପାରାଦୀପର ବିଭିନ୍ନ ହୋଟେଲ୍କୁ ଯାଉଛନ୍ତି । ପୁଲିସ ପକ୍ଷରୁ ବ୍ୟାପକ ଚଢ଼ଉ ହେଉ ନ ଥିବାରୁ ଦେହ ବ୍ୟବସାୟ ହୋଟେଲ, ସ୍ପା ଓ ପାର୍ଲରରେ ବୃଦ୍ଧି ପାଉଛି । ଏଭଳି ଏକ ଖବର ଶନିବାର ପାରାଦୀପରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି ।
ମିଳିଥିବା ଖବର ଅନୁସାରେ ଶନିବାର ଭୋରୁ ଭୁବନେଶ୍ୱରରୁ ଏକ ଟ୍ରାଭେଲ୍ ଗାଡ଼ି ପାରାଦୀପ ଆଦର୍ଶ ଥାନା ଛକରେ ପହଞ୍ଚି ଥିଲା । ସେହି ଗାଡିରୁ ଦୁଇ ଜଣ ଯୁବତୀ ବାହାରି ଚା’ ଓ ସିଗାରେଟ ପିଇଥିଲେ । କିଛି ସମୟ ପରେ ସେହି ଗାଡ଼ି ଏକ ହୋଟେଲ୍ରେ ପାର୍କିଂ କରିଥିଲା । କିଛି ସ୍ଥାନୀୟ ବୁଦ୍ଧିଜୀବୀ ସେମାନଙ୍କ ଅଙ୍ଗଭଙ୍ଗି, ଠାଣି, ଚାଲିଚଲଣକୁ କିଛି ବୁଦ୍ଧିଜୀବୀଙ୍କୁ ନାପସନ୍ଦ ଲାଗିବାରୁ ଏହାକୁ ଭିଡିଓ କରି ଛାଡ଼ିଛନ୍ତି । ବୁଦ୍ଧିଜିବୀ ବିବେକାନନ୍ଦ ରାଉତ କହିଛନ୍ତି ଖୁଲମଖୁଲା ମଦ ବେପାର ଚାଲୁଥିବା ବେଳେ ବିୟୁଟି ପାର୍ଲର, ସ୍ପାରେ ଦେହ ବ୍ୟବସାୟ ଚାଲୁଛି । ଏଥିପ୍ରତି କାହାର ନଜର ନଥିବା କହିଛନ୍ତି । ଏ ସମ୍ପର୍କରେ ପୂର୍ବତନ କଲେଜ ଅଧ୍ୟକ୍ଷ ଡ. ସୁରେନ୍ଦ୍ର ମୋହନ ମିଶ୍ର କହିଛନ୍ତି ଏହା ଅର୍ଥ ଉପାର୍ଜନ ଓ କ୍ଷମତା କ୍ରୟକୁ ସହଜରେ ଉପଲବ୍ଧି କରିବାର ମାଧ୍ୟମ । ଏହା ସମସ୍ତେ ଜାଣି ମଧ୍ୟ ନିରବ ରହୁଛନ୍ତି ବୋଲି ଶ୍ରୀ ମିଶ୍ର କହିଛନ୍ତି । ଏସମ୍ପର୍କରେ ଅଧିକ ଜାଣିବା ପାଇଁ ପାରାଦୀପ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସ୍ମୃତିରଞ୍ଜନ କରଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଏଥିପ୍ରତି ତୀକ୍ଷ୍ମ ଦୃଷ୍ଟି ଦିଆଯିବା ସହ ପାଟ୍ରୋଲିଂକୁ କଡାକଡି କରାଯିବ ବୋଲି ଶ୍ରୀ କର କହିଛନ୍ତି ।