ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ହରିୟାଣରେ ଅପ୍ରତ୍ୟାଶିତ ପରିଣାମ, ନିର୍ବାଚନ କମିଶନଙ୍କୁ ଅବଗତ କରାଇବୁ …ଫଳାଫଳ ନେଇ ଆସିଲା ରାହୁଲଙ୍କ ପ୍ରଥମ ପ୍ରତିକ୍ରିୟା

Published By : Harapriya Biswal | October 9, 2024 2:56 PM

ନୂଆଦିଲ୍ଲୀ,୯।୧୦: ହରିୟାଣା ଓ ଜମ୍ମୁ-କଶ୍ମୀରରେ ହୋଇଥିବା ବିଧାନସଭା ନିର୍ବାଚନ ଫଳାଫଳ ଆସି ସାରିଛି। ବିଜେପି ହରିୟାଣାରେ ହ୍ୟାଟ୍ରିକ୍ କରିବା ସହ ବହୁମତ ପାର କରିଛି। ସେଭଳି ଅନ୍ୟପକ୍ଷେ ଜମ୍ମୁ-କଶ୍ମୀରରେ କଂଗ୍ରେସ ଓ ଉମର ଅବଦୁଲାଙ୍କ ନ୍ୟାସନାଲ କନଫ୍ରେନ୍ସ ବିଜୟୀ ହୋଇଛି। ଯେଉଁଠି ଗୋଟିଏ ପଟେ ରାଜନୈତିକ ବିଶ୍ଲେଷକ ଏହି ପରିଣାମ ଉପରେ ସମୀକ୍ଷା କରିବାରେ ଲାଗିଛନ୍ତି ସେପଟେ କଂଗ୍ରେସକୁ ହରିୟାଣାରେ ମିଳିଥିବା ପରାଜୟରୁ ଲାଗିଛି ଝଟକା। ଏବେ ଲୋକସଭାର ବିରୋଧି ଦଳ ନେତା ରାହୁଲ ଗାନ୍ଧୀ ଏହି ନିର୍ବାଚନ ଫଳାଫଳ ଉପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ହରିୟାଣାରେ ମିଳିଥିବା ପରାଜୟକୁ ଅପ୍ରତ୍ୟାଶିତ। ସେଭଳି ରାହଲ ଜମ୍ମୁ-କଶ୍ମୀର ଲୋକଙ୍କୁ ବିଜୟ ପାଇଁ ଧନ୍ୟବାଦ ଜଣାଇଛନ୍ତି।

ରାହୁଲ ବୁଧବାର ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ନିଜର ନିଜ ମନର କଥା ଲେଖିଛନ୍ତି। ସେ ଲେଖିଛନ୍ତି, ଜମ୍ମୁ-କଶ୍ମୀର ଲୋକଙ୍କୁ ଧନ୍ୟବାଦ ଜଣାଉଛି। ରାଜ୍ୟରେ ‘ଇଣ୍ଡିଆ’ର ବିଜୟ ସମ୍ବିଧାନର ବିଜୟ। ଲୋକତାନ୍ତ୍ରିକ ସ୍ବାଭିମାନର ବିଜୟ।’ ସେଭଳି ହରିୟାଣା ବିଧାନସଭା ନିର୍ବାଚନ ଫଳାଫଳ ଉପରେ ରାହୁଲ କହିଛନ୍ତି, ଆମେ ହରିୟାଣାର ଅପ୍ରତ୍ୟାଶିତ ରେଜଲ୍ଟ ଉପରେ ବିଶ୍ଲେଷଣ କରୁଛୁ। ଅନେକ ବିଧାନସଭା କ୍ଷେତ୍ରରୁ ଅଭିଯୋଗ ଆସୁଛି। ଆମେ ଏ ସମ୍ପର୍କରେ ନିର୍ବାଚନ କମିଶନଙ୍କୁ ଅବଗତ କରାଇବୁ।

ଉଲ୍ଲେଖନୀୟ ଯେ, କେନ୍ଦ୍ର ଶାସିତ ରାଜ୍ୟ ଜମ୍ମୁ-କଶ୍ମୀରରେ ୧୦ ବର୍ଷ ପରେ ହୋଇଥିବା ନିର୍ବାଚନରେ ନ୍ୟାସନାଲ କନଫ୍ରେନ୍ସ ଓ କଂଗ୍ରେସ ମେଣ୍ଟ ବହୁମତ ହାସଲ କରିଛି। ଇଣ୍ଡିଆ ମେଣ୍ଟକୁ ୪୮ ସିଟ୍ ମିଳିଛି, ଯାହାକି ଆଶାଠାରୁ ଆହୁରି ଦୁଇଟି ଅଧିକ। ବିଜେପି ୨୯ ସିଟ୍‌ ଜିତିବାରେ ସଫଳ ହୋଇଛି। ସେଭଳି ହରିୟାଣା କଥା ଯଦି କହିବା ତେବେ ୯୦ ଆସନ ଥିବା ବିଧାନସଭାରେ ବିଜେପି ୪୮ଟି ଆସନ ନିଜ ନାଁରେ କରିଛି। ଜିତିବାର ଦାବିଦାର କୁହାଯାଉଥିବା କଂଗ୍ରେସ କେବଳ ମାତ୍ର ୩୭ଟି ଆସନରେ ସୀମିତ ରହିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.