ପ୍ରମୂଖ ଖବର
  • ଶ୍ରୀଲିଙ୍ଗରାଜଙ୍କ ପୁଷ୍ୟାଭିଷେକ ନୀତି: ୧୦୮ ଗରା ତୀର୍ଥ ଜଳରେ ସ୍ନାନ କରିବେ ମହାପ୍ରଭୁ
  • ||
  • ଘନ କୁହୁଡିରେ ଲୁଚିଗଲା ସୂର୍ଯ୍ୟମନ୍ଦିର, ସୂକ୍ଷ୍ମ କାରୁକାର୍ଯ୍ୟ ଦେଖି ପାରିଲେନି ପର୍ଯ୍ୟଟକ
  • ||
  • କରଞ୍ଜିଆ : ଚିକିତ୍ସାଧିନ ଅବସ୍ଥାରେ ପ୍ରାଣ ହରାଇଲା ‘ମହେନ୍ଦ୍ର’ ହାତୀ, ବ୍ୟବଚ୍ଛେଦ ପରେ ହେବ ଶବ ସଂସ୍କାର
  • ||
  • ଶ୍ରୀମନ୍ଦିରରେ ଦେବାଭିଷେକ ନୀତି: ଆଜି ମହାପ୍ରଭୁଙ୍କ ରାଜାଧିରାଜ ଓ ନବାଙ୍କ ବେଶ
  • ||
  • ସୁବର୍ଣ୍ଣପୁର : ଇଥାନଲ ପ୍ଲାଣ୍ଟ ମେସିନରେ ଚାପି ହୋଇ ଶ୍ରମିକଙ୍କ ମୃତ୍ୟୁ
  • ||

‘ଏକଲବ୍ୟଙ୍କ ଭଳି ଯୁବପିଢୀଙ୍କ ଆଙ୍ଗୁଠି କାଟି ଦେଉଛନ୍ତି ସରକାର’, ମନସ୍ମୃତି ନେଇ ଲୋକସଭାରେ ପହଁଞ୍ଚିଲେ ରାହୁଲ

Published By : Prameya | December 14, 2024 4:20 PM

ନୂଆଦିଲ୍ଲୀ,୧୪।୧୨: ଲୋକସଭାରେ ବିରୋଧି ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ସମ୍ବିଧାନ ଉପରେ ଚର୍ଚ୍ଚାରେ ଭାଗ ନେଇଛନ୍ତି। ରାହୁଲ କହିଛନ୍ତି ଯେତେବେଳେ ଆମ୍ବେ ସମ୍ବିଧାନ ଖୋଲୁ ସେଥିରେ ଭୀମରାଓ ଆମ୍ବେଦକର, ମହାତ୍ମା ଗାନ୍ଧୀ ଓ ପଣ୍ଡିତ ଜବାହାରଲାଲ ନେହରୁଙ୍କ ବିଚାରଧାରା ଶୁଣାଯାଏ। ସମ୍ବିଧାନରେ ଆମ ଐତିହର ଝଲକ ଦେଖିବାକୁ ମିଳେ। ଭାରତର ସମ୍ବିଧାନ କେବଳ ଏକ ଆଇନର ଦସ୍ତାବିଜ ନୁହେଁ। ଏହା ଆମ ଦେଶର ଆତ୍ମା। ଏଥିରେ ପ୍ରତ୍ୟେକ ନାଗରିକଙ୍କ ଅଧିକାର କର୍ତ୍ତବ୍ୟ ଓ ଦେଶ ପ୍ରତି ଦାୟିତ୍ବର ବିବରଣୀ ଦିଆଯାଇଛି। ଏହା ଆମକୁ ସମାନତା, ସ୍ବତନ୍ତ୍ରତା ଓ ଭାଇଚାରାର ଭାବନା ଶିଖାଇଥାଏ।’ ଏହି ସମୟରେ ରାହୁଳ ଲୋକସଭାରେ ମନୁସ୍ମୃତି ନେଇ ପହଁଞ୍ଚିଥିଲେ। ତାଙ୍କର ଗୋଟିଏ ହାତରେ ସମ୍ବିଧାନ ଥିବା ବେଳେ ଅନ୍ୟଟିରେ ଥିଲା ମନୁସ୍ମୃତି। 

ଲୋକସଭାରେ ରାହୁଲ ଭାରତର ସମ୍ବିଧାନକୁ ଭାରତର ‘ଭାରତ ମାତା’ଙ୍କର ଦସ୍ତାବିଜ ବୋଲି କହିଚନ୍ତି। ସମ୍ବିଧାନ ଆଧୁନିକ ଭାରତର ଦସ୍ତାବିଜ, କିନ୍ତୁ ଏହାକୁ ପ୍ରାଚୀନ ଭାରତ ଓ ଏହାର ବିଚାର ବିନା କେବେ ବି ଲେଖି ହେବନି। ଏହି ସମୟରେ ସେ ବିଜେପିକୁ ଟାର୍ଗେଟ କରିଥିଲେ। କହିଥିଲେ, ଯେଉଁଭଳି ଏକଲବ୍ୟ ନିଜର ଆଙ୍ଗୁଠି କାଟିଥିଲେ, ସେଭଳି ଆଜି ସରକାର ଦେଶର ଯୁବପୀଢିଙ୍କ ଆଙ୍ଗୁଠି କାଟୁଛି।  

ରାହୁଲ କହିଛନ୍ତି, ଯେତେବେଳେ ଆପଣ ଜଣେ ଉଦ୍ୟୋଗପତିଙ୍କୁ ଧାରାଭି ପ୍ରୋଜେକ୍ଟ ,ବନ୍ଦର ଓ ବିମାନବନ୍ଦରକୁ ଦେଉଛନ୍ତି ତେବେ ଆପଣ ଭାରତର ଆଙ୍ଗୁଠି କାଟୁଛନ୍ତି।’ ବିନାୟକ ଦାମୋଦର ସାଭରକର ସମ୍ବିଧାନକୁ ନେଇ କହିଥିଲେ ଏଥିରେ ସବୁଠାରୁ ଖରାପ କଥା ହେଲା ସେଥିରେ କିଛି ବି ଭାରତୀୟ ନାହିଁ। ମନୁସ୍ମୃତି ହେଉଛି ସେହି ଧର୍ମଗ୍ରନ୍ଥ ଯାହା ଆମର ହିନ୍ଦୁ ରାଷ୍ଟ୍ର ପାଇଁ ବେଦ ପରେ ସବୁଠାରୁ ଅଧିକ ପୂଜନୀୟ। ଏଥିରେ ଆମର ପ୍ରାଚୀନ କାଳ, ଆମ ସଂସ୍କୃତି, ରୀତି-ନୀତି, ବିଚାର ଓ ବ୍ୟବହାରର ଆଧାର ପାଲଟିଛି। ଏହି ପୁସ୍ତକରେ ଶହ ଶହ ବର୍ଷ ହେବ ଆମ ରାଷ୍ଟ୍ରର ଆଧ୍ୟାତ୍ମିକ ଓ ଦୈବିକ ଯାତ୍ରାକୁ ସଂହିତାବଦ୍ଧ କରାଯାଇଛି। ଆଜି ମନୁସ୍ମୃତି ଆଇନ। ଏହା ସାଭରକରଙ୍କ ଶବ୍ଦ।’

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.