ନୂଆଦିଲ୍ଲୀ, ୧/୨ : ବଜେଟକୁ ନେଇ ସବୁଠି ଚର୍ଚ୍ଚା । ରବିବାର ଅର୍ଥମନ୍ତ୍ରୀ ବଜେଟ୍ ଉପସ୍ଥାପନ କରିଛନ୍ତି । ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବହୁ ନେତା ଏହାକୁ ଅଭିନନ୍ଦନ ଜଣାଇଛନ୍ତି । ପ୍ରଧାମନ୍ତ୍ରୀ ଏହି ବଜେଟକୁ ଐତିହାସିକ ବୋଲି କହିଥିବାବେଳେ ବଜେଟକୁ ନେଇ ସମାଲୋଚନା କରିଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ସେ କହିଛନ୍ତି କି, ଏହି ବଜେଟରେ ନିରାଶ ହେବେ ଯୁବକ ଯୁବତୀ । ଏଥିରେ କୌଣସି ଚାକିରି ସୁଯୋଗ ନାହିଁ ।

​​​​​​​

ରାହୁଲ ଗାନ୍ଧୀ ଏକ ଟ୍ବିଟ୍ କରି ଲେଖିଛନ୍ତି କି, ଏହି ବଜେଟରେ କୌଣସି ନିଯୁକ୍ତି ସୁଯୋଗ ନାହିଁ । ହ୍ରାସ ପାଉଥିବା ଉତ୍ପାଦନ, ନିବେଶକଙ୍କ ପୁଞ୍ଜି ପ୍ରତ୍ୟାହାର, ସଙ୍କଟରେ ଚାଷୀ ଭଳି ବିଭିନ୍ନ ପ୍ରସଙ୍ଗ ଉଠାଇ ସମାଲୋଚନା କରିଛନ୍ତି । ସେପଟେ ରାହୁଲ ଗାନ୍ଧୀଙ୍କ ସହ ଜୟରାମ ରମେଶ ମଧ୍ୟ ସମାଲୋଚନର କରିଛନ୍ତି । ବିରୋଧୀମାନେ ଏହି ବଜେଟକୁ ସମାଲୋଚନା କରିଥିବାବେଳେ ପ୍ରଧାନମନ୍ତ୍ରୀ କହିଛନ୍ତି କି ଏହି ବଜେଟ ସ୍ବପ୍ନକୁ ସାକାର କରିବ ।

ଏହାସହ ପଢ଼ନ୍ତୁ : ବଜେଟ ୨୦୨୬, ନୂଆ ଜଳପଥ ଯୋଜନାରେ ଓଡ଼ିଶା ଲାଭ ପାଇବ : ମୋହନ ମାଝୀ