ନୂଆଦିଲ୍ଲୀ,୨୦।୧୦: ରାହୁଲ ଗାନ୍ଧୀ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ ରୁହନ୍ତି। ସବୁଠାରୁ ବଡ଼ କଥା ହେଲା ସେ ଏହାକୁ ସବୁବେଳେ ରାଜନୀତିଠାରୁ ସେ ଅଲଗା ରହିଥାନ୍ତି। କେବେ ତାଙ୍କୁ ଦିଲ୍ଲୀର ପ୍ରସିଦ୍ଧ ଚାଟ୍ ଦୋକାନରେ ଚାଟ୍ ଖାଉଥିବାର ଦେଖିଥିବେ ତ କେବ ଲଣ୍ଡନର କୌଣସି ଫେମସ୍ କଫି କାଫରେ କଫି ତିଆରି କରିବାର ଦେଖିଥିବେ। ରାହୁଲଙ୍କ ଏହି ଫୁଡ୍ ଲଭର ରୂପ ଓ ତାଙ୍କର କାଜୁଆଲ ବ୍ଲଗିଂ ଷ୍ଟାଇଲକୁ ଲୋକ ଖୁବ୍ ପସନ୍ଦ କରନ୍ତି। ଦୀପାବଳ ଅବସରରେ ରାହୁଲ ପୁରୁଣା ଦିଲ୍ଲୀର ପ୍ରସିଦ୍ଧ ‘ଘଣ୍ଟେୱାଲା ମିଠା ଦୋକାନ’ ଯାଇଥିଲେ। ସେଠାରେ ସେ ନିଜେ ମିଠା ତିଆରି କରିଥିଲେ। ଭିଡିଓରେ ଦେଖିବାକୁ ମିଳୁଛି ରାହୁଲ ନିଜ ହାତରେ ବେସନ ଲଡୁ ତିଆରି କରୁଛନ୍ତି।
पुरानी दिल्ली की मशहूर और ऐतिहासिक घंटेवाला मिठाइयों की दुकान पर इमरती और बेसन के लड्डू बनाने में हाथ आज़माया।
— Rahul Gandhi (@RahulGandhi) October 20, 2025
सदियों पुरानी इस प्रतिष्ठित दुकान की मिठास आज भी वही है - ख़ालिस, पारंपरिक और दिल को छू लेने वाली।
दीपावली की असली मिठास सिर्फ़ थाली में नहीं, बल्कि रिश्तों और समाज… pic.twitter.com/bVWwa2aetJ
ଭିଡିଓଟି ସେୟାର କରି ରାହୁଲ କ୍ୟାପସନରେ ଲେଖିଛନ୍ତି, ପୁରୁଣା ଦିଲ୍ଲୀର ପ୍ରସିଦ୍ଧ ଏବଂ ଐତିହାସିକ ‘ଘଣ୍ଟେୱାଲା ମିଠା’ ଦୋକାନରେ ଇମାର୍ତି ଏବଂ ବେସନ ଲଡ୍ଡୁ ତିଆରି କରିବାର ମୁଁ ଚେଷ୍ଟା କରିଛି। ଏହି ଶତାବ୍ଦୀ ପୁରୁଣା, ପ୍ରତିଷ୍ଠିତ ଦୋକାନର ମିଠାର ସ୍ବାଦ ଆଜି ମଧ୍ୟ ସମାନ ରହିଛି - ଶୁଦ୍ଧ, ପାରମ୍ପରିକ ଏବଂ ହୃଦୟସ୍ପର୍ଶୀ। ଦୀପାବଳିର ପ୍ରକୃତ ମିଠା କେବଳ ଥାଳିରେ ନୁହେଁ, ବରଂ ସମ୍ପର୍କ ଏବଂ ସମାଜରେ ମଧ୍ୟ ଅଛି।’ ଏହା ସହ ସେ, ଲୋକଙ୍କୁ ପଚାରିଛନ୍ତି ଆପଣ କିଭଳି ଦୀପାବଳି ପାଳନ କରୁଛନ୍ତି ଏବଂ କିଭଳି ଏହାକୁ ସ୍ୱତନ୍ତ୍ର କରୁଛନ୍ତି?
ଉଲ୍ଲେଖନୀୟ ଯେ, ପୁରୁଣା ଦିଲ୍ଲୀର ଘଣ୍ଟେୱାଲା ମିଠା ଦୋକାନଟି ୨୩୭ ବର୍ଷ ପୁରୁଣା। ଜବାହରଲାଲ ନେହେରୁଙ୍କଠାରୁ ନେଇ ରାଜୀବ ଗାନ୍ଧୀଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି ଦୋକାନର ମିଠାକୁ ପ୍ରଶଂସା କରିଛନ୍ତି। ଏହି ଦୋକାନରୁ ରାଜୀବ ଗାନ୍ଧୀଙ୍କ ବିବାହ ପାଇଁ ମିଠା ଦିଆଯାଇଥିଲା। ଦୋକାନ ମାଲିକ ରାହୁଲ ଗାନ୍ଧୀଙ୍କୁ କହିଥିଲେ, ‘ମୁଁ ଆପଣଙ୍କ ବିବାହ ପାଇଁ ଅପେକ୍ଷା କରିଛି। ଆପଣ ଯଥାଶୀଘ୍ର ବିବାହ କରି ଆମଠାରୁ ମିଠା ଅର୍ଡର କରନ୍ତୁ।’