ନୂଆଦିଲ୍ଲୀ,୧୧।୯: ନେତା ରାହୁଲ ଗାନ୍ଧୀଙ୍କ ଅନସିଡ୍ୟୁଲ ବିଦେଶୀ ଯାତାକୁ ନେଇ ସିଆରପିଏଫ୍ର ଆପତ୍ତି। ଦେଶର ବଡ଼ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ସୁରକ୍ଷାକୁ ନେଇ ସିଆରପିଏଫ୍ ଦେଇଛି ଚାଞ୍ଚଲ୍ୟକର ସୂଚନା। ସୁରକ୍ଷା ପ୍ରୋଟୋକଲ୍ ଭାଙ୍ଗିବା ମାମଲାରେ ତାଙ୍କୁ ଏକ ପତ୍ର ଦିଆଯାଇଛି। ଏହି ପତ୍ର ସିଆରପିଏଫ୍ର ଭିଭିଆଇପି ସିକ୍ୟୁରିଟି ମୁଖ୍ୟ ସୁନିଲ ଜୁନ୍ କଂଗ୍ରେସ ଅଧ୍ୟକ୍ଷ ମାଲିକାର୍ଜୁନ ଖଡଗେଙ୍କ ନିକଟରୁ ପଠାଇଛନ୍ତି। ଚିଠିରେ ସେ ରାହୁଲଙ୍କ ବିରୋଧରେ Z+ ସୁରକ୍ଷାର ନିୟମ ଭାଙ୍ଗିବା ଏବଂ ଏହାକୁ ଗମ୍ଭୀରତାର ସହ ନ ନେବାର ଗମ୍ଭୀର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ରାହୁଲ ନିଜ ଜୀବନର ସୁରକ୍ଷା ପ୍ରତି ଅସାବଧାନ ହେଉଛନ୍ତି, ଯାହା ଯୋଗୁଁ ସୁରକ୍ଷା ଏଜେନ୍ସିଗୁଡ଼ିକ ଚିନ୍ତିତ।
ସିଆରପିଏଫ୍ ଭିଭିଆଇପି ସିକ୍ୟୁରିଟି ମୁଖ୍ୟ ସୁନିଲ ଜୁନ୍ ୧୦ ସେପ୍ଟେମ୍ବରରେ ଏହି ଚିଠି ଲେଖିଥିଳେ। ଚିଠିରେ ସୁନୀଲ ଜୁନ୍ ଅଭିଯୋଗ କରିଛନ୍ତି ଯେ ରାହୁଲ ତାଙ୍କ ସୁରକ୍ଷାକୁ ଗମ୍ଭୀରତାର ସହ ନେଉନାହାଁନ୍ତି। ତାଙ୍କୁ Z+ କାଟାଗୋରୀ ସୁରକ୍ଷା ଦିଆଯାଇଛି, ଯେଉଁଥିରେ ଆଭିଏସନ୍ ସିକ୍ୟୁରିଟି ଲାୟଜନ୍ (ASL) ଅନ୍ତର୍ଭୁକ୍ତ। ଏହା ଦେଶର ସର୍ବୋଚ୍ଚ ସୁରକ୍ଷା ବର୍ଗ, ଯେଉଁଥିରେ ସଶସ୍ତ୍ର କମାଣ୍ଡୋ, ବୁଲେଟପ୍ରୁଫ୍ ଗାଡି ଏବଂ ରାଜ୍ୟ ପୋଲିସର ସମନ୍ୱୟ ସାମିଲ ଅଛି। କିନ୍ତୁ ରାହୁଲ ସେମାନଙ୍କର ନିୟମ, ଅର୍ଥାତ୍ CRPFର 'ୟଲୋ ବୁକ୍' ପ୍ରୋଟୋକଲ ପାଳନ କରୁନାହାଁନ୍ତି। ବିଶେଷକରି ବିନା ସୂଚନାରେ ବିଦେଶ ଗସ୍ତରେ ଚାଲି ଯାଉଛନ୍ତି।
ସିଆରପିଏଫର କହିବା ଅନୁସାରେ, ଗତ ୯ ମାସରେ ରାହୁଲ ୬ ଥର ସିକ୍ୟୁରିଟି ପ୍ରୋଟୋକଲ୍ ଭାଙ୍ଗି ବିଦେଶ ଯାତ୍ରା କରିଥିଲେ। ଏହି ସମୟରେ ଇଟାଲି, ଭିଏତନାମ, ଦୁବାଇ, କତର, ଲଣ୍ଡନ ଓ ମାଲେସିଆ ଯାତ୍ରା କରିଥିଲେ। ୩୦ ଡିସେମ୍ବରୁ ୯ ଜାନୁଆରୀ ପର୍ଯ୍ୟନ୍ତ ଇଟାଲୀ, ୧୨ରୁ ୧୭ ମାର୍ଚ୍ଚ ଭିଏତନାମ, ୧୭ ରୁ ୨୩ ଏପ୍ରିଲ ଦୁବାଇ, ୧୧ ରୁ ୧୮ ଜୁନ୍ କତର, ୨୫ ରୁ ୬ ଜୁଲାଇ ଲଣ୍ଡନ ଓ ୪ ରୁ ୮ ସେପ୍ଟେମ୍ବର ମାଲେସିଆକୁ ଗସ୍ତ କରିଥିଲା। ଏହା ପ୍ରଥମ ଥର ନୁହେଁ, ଯେତେବେଳ ରାହୁଲ ସିଆରପିଏଫ୍ର ନିୟମ ଭାଙ୍ଗିଛନ୍ତି। ୨୦୨୦ ରୁ ଏପର୍ଯ୍ୟନ୍ତ ୧୧୩ ଥର ସୁରକ୍ଷା ଗାଇଡଲାଇନ୍ ଉଲଂଘନ କରିସାରିଛନ୍ତି ରାହୁଲ।