ପ୍ରମୂଖ ଖବର
  • ବାଟବାଟୀ ବ୍ୟାଟଲ ; ଟସ୍ ଜିତି ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି, ବୋଲିଂ କରିବ ଭାରତ, ଫେରିଲେ କୋହଲି
  • ||
  • ଯାଜପୁର : ଶୋଇଥିବା ବେଳେ ଷ୍ଟୁଡିଓ ମାଲିକଙ୍କୁ ନିର୍ମମ ହତ୍ୟା, ପୋଲିସର ତଦନ୍ତ ଆରମ୍ଭ
  • ||
  • ଛତିଶଗଡ଼ ବିଜାପରୁରେ ଏନ୍‌କାଉଣ୍ଟ, ଯବାନଙ୍କ ଗୁଳିରେ ଟଳିଲେ ୧୨ ମାଓବାଦୀ
  • ||
  • ନକଲି ଗୁଟଖା ଫ୍ୟାକ୍ଟ୍ରିରେ ଦିଲ୍ଲୀ, ଆନ୍ଧ୍ର ଜିଏସ୍‌ଟି ଟିମ୍‌ର ଚଢ଼ାଉ, ବିଭିନ୍ନ ସାମଗ୍ରୀ ଜବତ
  • ||
  • ଜଗତସିଂହପୁର ପିଏନ୍‌ବି ବ୍ୟାଙ୍କରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ କରିବାକୁ ଉଦ୍ୟମ ଜାରି
  • ||
  • ହେଲିକପ୍ଟର ଯୋଗେ କଟକ ଯିବେ ମୁଖ୍ୟମନ୍ତ୍ରୀ, ବାରବାଟୀରେ ଭାରତ- ଇଂଲଣ୍ଡ ଲଢ଼େଇ ଦେଖିବେ
  • ||
  • ବାରବାଟୀ ଲଢ଼େଇ: ସୁପର ସନ୍‌ଡେ'ରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଟିମ୍‌କୁ ଫେରିବେ କୋହଲି, ରିଷଭ
  • ||
  • ରବିବାରଠୁ ଉପରମୁହାଁ ହେବ ପାରଦ,୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

ଶ୍ରଦ୍ଧାଙ୍କ ଫୋନ୍‌ ୱାଲପେପର୍‌ରେ ରାହୁଲଙ୍କ ଫଟୋ, ଅଭିନେତ୍ରୀ କହିଲେ-'ଏଯାଏ ମିଳିନି ମନଲାଖି ଜୀବନସାଥୀ'

Published By : Prameya | January 26, 2025 12:59 PM

ମୁମ୍ବାଇ ୨୬/୦୧: ସମସାମୟିକ  ଅଭିନେତ୍ରୀମାନଙ୍କ ମଧ୍ୟରୁ  ଅନେକେ ଇତି ମଧ୍ୟରେ ଘର  ସଂସାର କରିସାରିଲେଣି ।  କିନ୍ତୁ ଶ୍ରଦ୍ଧା କପୁର ଏବେ ବି ‘ସିଙ୍ଗଲ୍‌’ । ବିଭିନ୍ନ ସମୟରେ ତାଙ୍କୁ ଏ ନେଇ ପ୍ରଶ୍ନ କରାଯାଇଛି । କେବେ ବି ଏହି ପ୍ରଶ୍ନର  ସିଧା ଜବାବ ଦେଇନାହାନ୍ତି ଶ୍ରଦ୍ଧା । ଚତୁରତାର ସହ ଏଡ଼ାଇ ଯାଇଛନ୍ତି । ଶ୍ରଦ୍ଧାଙ୍କ ତଥାକଥିତ ପ୍ରେମିକମାନଙ୍କୁ  ନେଇ ବି ବଲିଉଡରେ କିଛି କମ୍‌ ଚର୍ଚ୍ଚା ହୋଇନି । ଏକ ସମୟରେ ଅଭିନେତା ଆଦିତ୍ୟ ରୟ କପୁରଙ୍କଠାରୁ   ଫରହାନ ଅଖତରଙ୍କ ଯାଏ ଶ୍ରଦ୍ଧାଙ୍କ ପ୍ରେମିକ ଥିଲେ ବୋଲି ଶୁଣିବାକୁ ମିଳୁଥିଲା । ଏହା ବି ଚର୍ଚ୍ଚା ହୋଇଥିଲା  ମୁମ୍ବାଇର ଜଣେ ଖ୍ୟାତନାମା ଫଟୋଗ୍ରାଫର୍‌ଙ୍କ ସହ କାଳେ ଶ୍ରଦ୍ଧା ସଂପର୍କରେ ଥିଲେ । ଏଥର ଶ୍ରଦ୍ଧାଙ୍କ ଫୋନ୍‌ର  ୱାଲପେପର୍‌ରେ ତାଙ୍କ ନୂଆ ପ୍ରେମିକଙ୍କ ଫଟୋ ଦେଖିବାକୁ ମିଳିଛି । 

ପାପ୍ପାରାଜ୍ଜିଙ୍କ କ୍ୟାମେରା ଲେନ୍ସରେ କଏଦ ହୋଇଥିବା ଫଟୋରେ ଦେଖିବାକୁ ମିଳିଛି ଶ୍ରଦ୍ଧାଙ୍କ ଫୋନ୍‌ର ୱାଲପେପର୍‌ରେ ଜଣେ ଯୁବକଙ୍କ ଫଟୋ । ସେହି ଫଟୋ ଶ୍ରଦ୍ଧାଙ୍କ ନୂଆ ପ୍ରେମିକ ରାହୁଲ ମୋଦିଙ୍କର ବୋଲି ଶୁଣିବାକୁ ମିଳୁଛି । ତେବେ ଶ୍ରଦ୍ଧାଙ୍କ କହିବା ହେଲା  ସେ ଏବେ ବି ଜୀବନସାଥୀ ସନ୍ଧାନରେ ଅଛନ୍ତି । ତାଙ୍କୁ ଏଯାଏ ମନଲାଖି ଜୀବନସାଥୀ ମିଳିନାହାନ୍ତି ।  ଏମିତିକି ନିନ୍ଦୁକମାନଙ୍କ ଉଦ୍ଦେଶ୍ୟରେ ତାଙ୍କ କହିବା ହେଲା ସେମାନେ ଜୀବନସାଥୀ ଖୋଜିବାରେ  ତାଙ୍କୁ ସାହାଯ୍ୟ କଲେ ଭଲ ହୁଅନ୍ତା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.