ପ୍ରମୂଖ ଖବର
  • ବୁଧବାର ମହାପ୍ରଭୁଙ୍କ ରାହୁରେଖା ଲାଗି ନୀତି, ଅପରାହ୍ଣ ସାଢ଼େ ୨ଟାରୁ ସର୍ବସାଧାରଣ ଦର୍ଶନ ମନା
  • ||
  • ବ୍ରାହ୍ମଣୀ ନଦୀରେ ଭାସିଗଲେ ଗାଈ ଚରାଳି, ଅଗ୍ନିଶମ ବାହିନୀର ଖୋଜାଖୋଜି ଜାରି
  • ||
  • ରାକ୍ଷୀରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ୫ ଜଣଙ୍କୁ ଉଠାଇଆଣିଲା ରାଜନଗର ପୁଲିସ
  • ||
  • ଆଜି ହୋଇପାରେ NDAର ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା -ପ୍ରଧାନମନ୍ତ୍ରୀ ଏବଂ ଜେପି ନଡ୍ଡା ନେଇପାରନ୍ତି ଚୂଡ଼ାନ୍ତ ନିଷ୍ପତ୍ତି
  • ||
  • ରାଜ୍ୟରେ ବଢ଼ୁଛି ଜନବସତି, ଥମୁନି ହାତୀ-ମଣିଷ ଲଢ଼େଇ;୧୫ ବର୍ଷ ଧରି କାର୍ଯ୍ୟକ୍ଷମ ହେଉନି ୧୪ ହାତୀ କରିଡର
  • ||
  • କଟକ: ଜଗନ୍ନାଥ ଦର୍ଶନ ପାଇଁ ଯାଉଥିବା ବେଳେ ଅଘଟଣ, ମଝି ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା କାର୍
  • ||
  • ପାକିସ୍ତାନର ବଲୁଚ ଲିବରେସନ୍ ଆର୍ମି ଆତଙ୍କୀ ସଂଗଠନ ଘୋଷିତ, ବିଦେଶୀ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କଲା ଆମେରିକା
  • ||
  • ମଙ୍ଗଳବାର ସଚିବସ୍ତରୀୟ ବୈଠକ; ବୁଧବାର ବସିବ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ
  • ||
  • ବୁଧବାର ଲଘୁଚାପ, ଆଜିଠୁ ପ୍ରବଳ ବର୍ଷା ସମ୍ଭାବନା; କୋରାପୁଟ ଓ ମାଲକାନଗିରିକୁ ଅରେଞ୍ଜ, ୨୮ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||

ଗାନ୍ଧି ଜୟନ୍ତୀରୁ କଂଗ୍ରେସର ପଦଯାତ୍ରା; ଓଡ଼ିଶା ଆସିବେ ରାହୁଲ, ପ୍ରିୟଙ୍କା, ମାଲକାନଗିରିରୁ ଆରମ୍ଭ ହେବ

Published By : Manoj | August 12, 2025 11:22 AM

ଭୁବନେଶ୍ୱର,୧୨/୦୮: ପୁଣି ଓଡ଼ିଶା ଗସ୍ତରେ ଆସିବେ କଂଗ୍ରେସ ନେତା ରାହୁଲ ଗାନ୍ଧି । ଏଥର ପ୍ରିୟଙ୍କା ଗାନ୍ଧି ବି ଆସିବା ପାଇଁ କାର୍ଯ୍ୟକ୍ରମ ପ୍ରସ୍ତୁତ ହେଉଛି । ଏ  ସୂଚନା ଦେଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ ।

ଆସନ୍ତା ଅକ୍ଟୋବର ୨ ତାରିଖ ପବିତ୍ର ଗାନ୍ଧି ଜୟନ୍ତୀରୁ କଂଗ୍ରେସ ଓଡ଼ିଶାରେ ପଦଯାତ୍ରା ଆରମ୍ଭ କରିବ । ମାଲକାନଗିରିରୁ ଏହି ପଦଯାତ୍ରା ଆରମ୍ଭ ହେବ । ୩ଟି ପର୍ଯ୍ୟାୟରେ  ପଦଯାତ୍ରା ହେବ । ୧୪୭  ନିର୍ବାଚନମଣ୍ଡଳୀକୁ ଏହି ପଦଯାତ୍ରା ଛୁଇଁବ ବୋଲି ଭକ୍ତ କହିଛନ୍ତି ।   

୨୦୨୪ ନିର୍ବାଚନ ପରେ କଂଗ୍ରେସର ଫୋକସ୍‌ରେ ରହିଛି ଓଡ଼ିଶା । ବିଜେଡି କ୍ଷମତାରୁ ହଟିବା ପରେ ରାଜ୍ୟରେ କଂଗ୍ରେସ ନିଜ ସ୍ଥିତି ମଜବୁତ କରିବାକୁ ଅଭିଯାନ ଆରମ୍ଭ କରି ଦେଇଛି । ନିଜେ ରାହୁଲ ଓଡ଼ିଶା ପାଇଁ ସ୍ୱତନ୍ତ୍ର ବ୍ଲୁ ପ୍ରିଣ୍ଟ  ପ୍ରସ୍ତୁତ କରିଛନ୍ତି । ଗତ ଜୁଲାଇ ମାସରେ ରାହୁଲ ଓ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ  ଖଡଗେ ଭୁବନେଶ୍ୱର ଆସି ସମାବେଶ କରିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.