ନୂଆଦିଲ୍ଲୀ ୩୦/୦୪: ଆଶିକି ଷ୍ଟାର୍ ରାହୁଲ ରୟ। ଫିଲ୍ମ ଇଣ୍ଡଷ୍ଟ୍ରିରୁ ଦୂରରେ, ପ୍ରାୟତଃ ରହିଥାନ୍ତି ଚର୍ଚ୍ଚାରେ । ଏବେ ଏହି ଅଭିନେତା ପୁଣି ଥରେ ଖବରକୁ ଆସିଛନ୍ତି। ଏଥର, କାରଣ ହେଉଛି ତାଙ୍କର ରିଲ୍ସ, ଯେଉଁ କାରଣରୁ ଖୁବ୍ ଟ୍ରୋଲ୍ ହେବାକୁ ପଡିଛି। କଥା ହେଉଛି ଅଭିନେତା ଅନେକ କଣ୍ଟେଣ୍ଟ କ୍ରିଏଟରଙ୍କ ସହ ରିଲ୍ସ କରିଛନ୍ତି। ଯେଉଁକାରଣରୁ ଲୋକମାନେ ସୋସିଆଲ ମିଡିଆରେ ତାଙ୍କର ପତନକୁ ଉପହାସ କରୁଛନ୍ତି।

ରାହୁଲ ରୟ ୯୦ ଦଶକରେ ଅନେକ ଫିଲ୍ମରେ ଅଭିନୟ କରିଥିଲେ। ଦର୍ଶକଙ୍କ ମଧ୍ୟରେ ଅଭିନେତାଙ୍କର ଖୁବ୍ କ୍ରେଜ୍ ଦେଖିବାକୁ ମିଳୁଥିଲା। । ବଲିଉଡରେ ଏଣ୍ଟ୍ରି କରିବା ପୂର୍ବରୁ ସେ ଛୋଟ ପରଦାରେ ଅନେକ କାମ କରିଥିଲେ। ତାଙ୍କୁ ଜୀ ଟିଭି ଶୋ ‘କୈସେ କହୁଁ’ରେ ଦେଖିବାକୁ ମିଳିଥିଲା। ସେ ବିଗ୍ ବସ୍ ସିଜିନ୍ ୧ ରେ ମଧ୍ୟ ଅଂଶଗ୍ରହଣ କରିଥିଲେ ଏବଂ ସିଜିନ୍ ଜିତିଥିଲେ।

ମହେଶ ଭଟ୍ଟଙ୍କ ଫିଲ୍ମ ‘ଆଶିକି’ ସହିତ ବଲିଉଡରେ ଡେବ୍ୟୁ କରିଥିଲେ ରାହୁଲ। ଏହି ଫିଲ୍ମଟି ୧୯୯୦ରେ ବକ୍ସ ଅଫିସରେ ରିଲିଜ୍ କରିଥିଲା। ରିଲିଜ୍ ହେବା ପରେ ରାହୁଲ ରାତାରାତି ଷ୍ଟାର ପାଲଟିଗଲେ। ଫିଲ୍ମର କାହାଣୀ ସହିତ ଏହାର ଗୀତଗୁଡ଼ିକ ମଧ୍ୟ ବହୁ ପ୍ରଶଂସିତ ହୋଇଥିଲା। ଆଜି ମଧ୍ୟ ଲୋକମାନେ ଏହାର ଗୀତକୁ ଏଞ୍ଜଏ କରନ୍ତି। ଫିଲ୍ମଟି ରିଲିଜ୍ ହେବା ପରେ ଥିଏଟରରେ ଛଅ ମାସ ଧରି ହାଉସଫୁଲ୍ ରହିଥିଲା। ରିପୋର୍ଟ ଅନୁସାରେ, ‘ଆଶିକି’ ବ୍ଲକବଷ୍ଟର ପରେ, ରାହୁଲଙ୍କ ପାଖରେ ଫିଲ୍ମର ଲମ୍ବା ଲାଇନ ଲାଗିଥିଲା। ଅଭିନେତା ଏକାଥରେ ୪୭ଟି ଫିଲ୍ମ ସାଇନ୍ କରିଥିଲେ। ଏହି ଭୁଲ ତାଙ୍କ କ୍ୟାରିଅରକୁ ନଷ୍ଟ କରିଦେଇଥିଲା, କାରଣ ଏହି ୪୭ଟି ଫିଲ୍ମ ମଧ୍ୟରୁ ଅଧିକାଂଶ ଫ୍ଲପ୍ ହୋଇଥିଲା।

​​​​​​​

ରାହୁଲଙ୍କ ପର୍ସନାଲ୍ ଲାଇଫ୍ ବିଷୟରେ କହିବାକୁ ଗଲେ, ତାଙ୍କ ନାଁ ଚାରି ଜଣ ହସିନାଙ୍କ ସହ ଯୋଡା ହୋଇଥିଲେ। ପ୍ରଥମେ, ସେ ପୂଜା ଭଟ୍ଟଙ୍କ ସହ ଅନେକ ଫିଲ୍ମରେ କାମ କରିଥିଲେ, ଏବଂ ତା’ପରେ ସେମାନଙ୍କ ସମ୍ପର୍କର ଖବର ଚର୍ଚ୍ଚାର ବିଷୟ ପାଲଟିଥିଲା। କିନ୍ତୁ, ଏହି ସମ୍ପର୍କ ଅଧିକ ସମୟ ପର୍ଯ୍ୟନ୍ତ ରହିଲା ନାହିଁ। ଏହା ପରେ, ଅଭିନେତାଙ୍କ ନାଁ ମନୀଷା କୋଇରାଲାଙ୍କ ସହ ଯୋଡା ହୋଇଥିଲେ, କିନ୍ତୁ ସେମାନଙ୍କ ସମ୍ପର୍କ ଭାଙ୍ଗି ଯାଇଥିଲା।ତା’ପରେ, ରାହୁଲ ରୟଙ୍କ ଜୀବନରେ ସୁମନ ରଙ୍ଗନାଥନ ଏଣ୍ଟ୍ରି କଲେ। ସେମାନଙ୍କ ସମ୍ପର୍କକୁ ନେଇ ଖୁବ୍ ଆଲୋଚନା ହୋଇଥିଲା। କିନ୍ତୁ, ଏହି ସମ୍ପର୍କ ମଧ୍ୟ ପରେ ଶେଷ ହୋଇଗଲା। ତା’ପରେ ସେ ୨୦୦୦ ମସିହାରେ ଫ୍ୟାଶନ୍ ମଡେଲ୍ ରାଜଲକ୍ଷ୍ମୀ ଖାନଭିଲକରଙ୍କୁ ବିବାହ କରିଥିଲେ। ଏହା ରାଜଲକ୍ଷ୍ମୀ ଖାନଭିଲକରଙ୍କ ଦ୍ୱିତୀୟ ବିବାହ ଥିଲା; ରାହୁଲ ରୟଙ୍କ ପୂର୍ବରୁ ସେ ସମୀର ସୋନିଙ୍କୁ ବିବାହ କରିଥିଲେ। କିନ୍ତୁ, ରାହୁଲ ଏବଂ ରାଜଲକ୍ଷ୍ମୀଙ୍କ ବିବାହ ଅଧିକ ଦିନ ତିଷ୍ଠି ପାରିଲା ନାହିଁ ଏବଂ ୨୦୧୪ ମସିହାରେ ସେମାନଙ୍କର ଛାଡପତ୍ର ହୋଇଗଲା। ୨୦୧୬ ମସିହାରେ ରାହୁଲ ରୟ ସୁପରମଡେଲ୍ ସାଧନା ସିଂହଙ୍କୁ ଭେଟିଥିଲେ।ଏକ ସାକ୍ଷାତକାରରେ, ଅଭିନେତା କହିଥିଲେ ଯେ ସେ ଠିକ୍ ବ୍ୟକ୍ତିଙ୍କ ସହିତ ଥିଲେ। କିନ୍ତୁ, ଏହି ସମ୍ପର୍କ ପରେ ଆଗକୁ ବଢ଼ିପାରିଲା ନାହିଁ।

ଆହୁରି ପଢ଼ନ୍ତୁ...ପୁଣି ବାତିଲ ହେଲା ‘ଟକ୍ସିକ୍’ ର ରିଲିଜ୍ ତାରିଖ , ସୋସିଆଲ ମିଡିଆରେ ପୋଷ୍ଟ କରି ଜଣାଇଲେ ୟଶ୍

ରାହୁଲ ରୟ ବର୍ତ୍ତମାନ ତାଙ୍କ ଜୀବନର ଏକ କଷ୍ଟକର ପର୍ଯ୍ୟାୟ ଦେଇ ଗତି କରୁଛନ୍ତି। ଅଭିନେତାଙ୍କୁ ତାଙ୍କର ବ୍ୟକ୍ତିଗତ ଆବଶ୍ୟକତା ପୂରଣ କରିବା ପାଇଁ କାମର ଆବଶ୍ୟକତା ଅଛି। ସେ ଦୀର୍ଘ ସମୟ ଧରି ଆର୍ଥିକ ସମସ୍ୟା ସହିତ ସଂଘର୍ଷ କରୁଛନ୍ତି ଏବଂ ବହୁତ ଋଣରେ ବୁଡ଼ି ରହିଛନ୍ତି। ଏହି କାରଣରୁ ସେ ବାଧ୍ୟ ହୋଇ ରିଲ୍ ତିଆରି କରୁଛନ୍ତି।