କଟକ, ୨୨/୦୧: ଆକ୍ସନ୍‌ ମୋଡ୍‌ରେ ସିଏମ୍‌ସି ଫୁଡ୍ ସେଫ୍ଟି ଟିମ୍‌ । ମଙ୍ଗଳାବାଗ ଅଞ୍ଚଳର ବିଭିନ୍ନ ହୋଟେଲ୍‌ ଉପରେ କଟକ ମହାନଗର ନିଗମ ଫୁଡ୍ ସେଫ୍ଟି ଟିମ୍‌ ପକ୍ଷରୁ ଚାଲିଛି ଚଢାଉ । ଏହି ଚଢାଉରେ ହୋଟେଲ୍‌ ଗୁଡ଼ିକରେ ଗ୍ରାହକଙ୍କୁ ପରିବେଷଣ କରାଯାଉଖିବା ଖାଦ୍ୟର ମାନ ଏବଂ ଫୁଡ୍‌ ଲାଇସେନ୍ସକୁ ଯାଞ୍ଚ କରାଯାଉଛି । ଏହି ଚଢାଉରେ ଫୁଡ୍ ସେଫ୍ଟି ଟିମ୍‌ ସହ ପୋଲିସ ମଧ୍ୟ ସାମିଲ ଅଛନ୍ତି । 

ସୂଚନା ମୁତାବକ, ବଗତ ଦିନରେ ମଙ୍ଗଳାବାଗ ଅଞ୍ଚଳର ହୋଟେଲ ଗୁଡ଼ିକରେ ଗ୍ରାହକଙ୍କୁ ନିମ୍ନ ମାନର ଖାଦ୍ୟ ପରିବେଷଣ କରାଯାଉଥିବା ନେଇ ଅନେକ ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ ପରେ ଆକ୍ସନ୍‌ ମୋଡ୍‌କୁ ଆସିଛି ସିଏମ୍‌ସି ଫୁଡ୍ ସେଫ୍ଟି ଟିମ୍‌ । ବୁଧବାର ଏହି ଅଞ୍ଚଳର ଅନେକ ହୋଟେଲ୍‌ରେ କଟକ ମହାନଗର ନିଗମ ଫୁଡ୍ ସେଫ୍ଟି ଟିମ୍‌ ପକ୍ଷରୁ ଚଢାଉ କରାଯାଉଛି । ଏହି ଚଢାଉରେ ହୋଟେଲ୍‌ ଗୁଡ଼ିକରେ ପ୍ରସ୍ତୁତ କରାଯାଉଥିବା ଖାଦ୍ୟର ମାନ ଯାଞ୍ଚ କରାଯାଉଛି । ଏହା ସହ ସେହି ହୋଟେଲ୍‌ ଗୁଡ଼ିକର ଫୁଡ୍ ଲାଇସେନ୍ସକୁ ମଧ୍ୟ ଯାଞ୍ଚ କରାଯାଉଛି । ତେବେ ଏହି ଚଢାଉରେ ସିଏମ୍‌ସି ଫୁଡ୍ ସେଫ୍ଟି ଟିମ୍‌ ସହ ପୋଲିସ ମଧ୍ୟ ସାମିଲ ଅଛନ୍ତି ।