ପ୍ରମୂଖ ଖବର
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

କଟକର ବିଭିନ୍ନ ହୋଟେଲ୍‌ରେ ଚଢାଉ, ଖାଦ୍ୟର ମାନ ସହ ଲାଇସେନ୍ସ ଯାଞ୍ଚ କରୁଛି ସିଏମ୍‌ସି ଫୁଡ୍ ସେଫ୍ଟି ଟିମ୍‌

Published By : Harapriya Sethi | January 22, 2025 1:44 PM

କଟକ, ୨୨/୦୧: ଆକ୍ସନ୍‌ ମୋଡ୍‌ରେ ସିଏମ୍‌ସି ଫୁଡ୍ ସେଫ୍ଟି ଟିମ୍‌ । ମଙ୍ଗଳାବାଗ ଅଞ୍ଚଳର ବିଭିନ୍ନ ହୋଟେଲ୍‌ ଉପରେ କଟକ ମହାନଗର ନିଗମ ଫୁଡ୍ ସେଫ୍ଟି ଟିମ୍‌ ପକ୍ଷରୁ ଚାଲିଛି ଚଢାଉ । ଏହି ଚଢାଉରେ ହୋଟେଲ୍‌ ଗୁଡ଼ିକରେ ଗ୍ରାହକଙ୍କୁ ପରିବେଷଣ କରାଯାଉଖିବା ଖାଦ୍ୟର ମାନ ଏବଂ ଫୁଡ୍‌ ଲାଇସେନ୍ସକୁ ଯାଞ୍ଚ କରାଯାଉଛି । ଏହି ଚଢାଉରେ ଫୁଡ୍ ସେଫ୍ଟି ଟିମ୍‌ ସହ ପୋଲିସ ମଧ୍ୟ ସାମିଲ ଅଛନ୍ତି । 

ସୂଚନା ମୁତାବକ, ବଗତ ଦିନରେ ମଙ୍ଗଳାବାଗ ଅଞ୍ଚଳର ହୋଟେଲ ଗୁଡ଼ିକରେ ଗ୍ରାହକଙ୍କୁ ନିମ୍ନ ମାନର ଖାଦ୍ୟ ପରିବେଷଣ କରାଯାଉଥିବା ନେଇ ଅନେକ ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ ପରେ ଆକ୍ସନ୍‌ ମୋଡ୍‌କୁ ଆସିଛି ସିଏମ୍‌ସି ଫୁଡ୍ ସେଫ୍ଟି ଟିମ୍‌ । ବୁଧବାର ଏହି ଅଞ୍ଚଳର ଅନେକ ହୋଟେଲ୍‌ରେ କଟକ ମହାନଗର ନିଗମ ଫୁଡ୍ ସେଫ୍ଟି ଟିମ୍‌ ପକ୍ଷରୁ ଚଢାଉ କରାଯାଉଛି । ଏହି ଚଢାଉରେ ହୋଟେଲ୍‌ ଗୁଡ଼ିକରେ ପ୍ରସ୍ତୁତ କରାଯାଉଥିବା ଖାଦ୍ୟର ମାନ ଯାଞ୍ଚ କରାଯାଉଛି । ଏହା ସହ ସେହି ହୋଟେଲ୍‌ ଗୁଡ଼ିକର ଫୁଡ୍ ଲାଇସେନ୍ସକୁ ମଧ୍ୟ ଯାଞ୍ଚ କରାଯାଉଛି । ତେବେ ଏହି ଚଢାଉରେ ସିଏମ୍‌ସି ଫୁଡ୍ ସେଫ୍ଟି ଟିମ୍‌ ସହ ପୋଲିସ ମଧ୍ୟ ସାମିଲ ଅଛନ୍ତି । 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.