ପ୍ରମୂଖ ଖବର
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ସମ୍ବଲପୁର ମଣ୍ଡଳ ଜେଲ୍‌ରେ ରେଡ୍‌, ବିପୁଳ ପରିମାଣର ମାଦକ ଦ୍ରବ୍ୟ ଜବତ

Published By : Harapriya Sethi | October 4, 2024 7:18 AM

ସମ୍ବଲପୁର,୦୪/୧୦: ସମ୍ବଲପୁର ମଣ୍ଡଳ ଜେଲରେ ମାଦକ ଦ୍ରବ୍ୟ ଯାଞ୍ଚ ପାଇଁ ଚଢାଉ । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଭୋର ୩.୩୦ ରୁ ୨୨ଟି ଓ୍ବାର୍ଡରେ ରହୁଥିବା ୫୭୬ ଅନ୍ତେବାସୀଙ୍କ ଆସବାବପତ୍ର ଯାଞ୍ଚ କରାଯାଇଛି । ଚଢାଉ ବେଳେ ବିପୁଳ ପରିମାଣର ମାଦକ ଦ୍ରବ୍ୟ, ଖଇନି, ଅମୃତାଂଜନ, ଗୁଟଖା ଜବତ ହୋଇଛି । ରେଡ୍‌ରେ ୭ଜଣ ଇନସ୍ପେକ୍ଟର, ୨ଜଣ ଏସଡିପିଓ, ୪ ପ୍ଲାଟୁନ ପୋଲିସ ଫୋର୍ସ, ଜଣେ ଅତିରିକ୍ତ ଏସପି ସାମିଲ ହୋଇଛନ୍ତି । 

ସୂଚନା ମୁତାବକ, ସମ୍ବଲପୁର ମଣ୍ଡଳ ଜେଲ୍‌ରେ ମାଦକଦ୍ରବ୍ୟ ଯାଞ୍ଚ ପାଇଁ ଶୁକ୍ରବାର ଭୋର ୩.୩୦ରୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ରେଡ୍‌ କରାଯାଇଥିଲା । ଏହି ରେଡ୍‌ରେ ୭ଜଣ ଇନସ୍ପେକ୍ଟର, ୨ଜଣ ଏସଡିପିଓ, ୪ ପ୍ଲାଟୁନ ପୋଲିସ ଫୋର୍ସ, ଜଣେ ଅତିରିକ୍ତ ଏସପି ସାମିଲ ଥିଲେ । ଜେଲ୍‌ର ୨୨ ଟି ୱାର୍ଡରେ ରହୁଥିବା ୫୭୬ ଅନ୍ତେବାସୀଙ୍କ ଆସବାବପତ୍ର ଯାଞ୍ଚ କରାଯାଇଥିଲା । ଏହି ଚଢାଉରେ ବିପୁଳ ପରିମାଣର ମାଦକ ଦ୍ରବ୍ୟ, ଖଇନି, ଅମୃତାଂଜନ, ଗୁଟଖା ଜବତ କରାଯାଇଛି । ଏନେଇ ସମ୍ବଲପୁର ଅତିରିକ୍ତ ଏସପି ସୂଚନା ଦେଇଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.