ପ୍ରମୂଖ ଖବର
  • ଗୋପାଳପୁର ଗଣଦୁର୍ଷମ ଘଟଣା : ସିଆଇଡି କ୍ରାଇମବ୍ରାଞ୍ଚକୁ ତଦନ୍ତ ହସ୍ତାନ୍ତର
  • ||
  • ଭୁବନେଶ୍ବରରେ ମଦ ପିଇ ୨ ଜଣଙ୍କ ମୃତ୍ୟୁ ଅଭିଯୋଗ , ମଦ ଦୋକାନ ସିଲ୍ କଲା ଅବକାରୀ ବିଭାଗ
  • ||
  • ଖଲ୍ଲିକୋଟ : ଛେଳି ପଲ ଉପରେ ମାଡିଗଲା ଟ୍ରକ, ୭୦ ଛେଳି ମୃତ
  • ||
  • ଯୁଦ୍ଧଗ୍ରସ୍ତ ଇରାନ୍‌ରୁ ଆର୍ମେନିଆରେ ପହଞ୍ଚିଲେ ୧୧୦ ଭାରତୀୟ, ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଆଡ୍‌ଭାଇଜରୀ ଜାରି
  • ||
  • ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ଅଭିଯୋଗ, ସମସ୍ତ ୧୦ ଅଭିଯୁକ୍ତକୁ ଗିରଫ କଲା ପୁଲିସ
  • ||
  • କୋକସରା: ଦେପୁର ନିକଟରେ ଗଛରେ ପିଟି ହେଲା ବାଇକ, ଦୁଇ ମୃତ ଜଣେ ଗୁରୁତର
  • ||
  • ପ୍ରତିକୂଳ ପାଗ ପାଇଁ ୧୭ରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା, ଡାକବାଜି ଯନ୍ତ୍ରରେ କରାଗଲା ସତର୍କ
  • ||
  • ବଲାଙ୍ଗିର: ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶରେ ସାମିଲ୍ ହେଲେ ମୁଖ୍ୟମନ୍ତ୍ରୀ, ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯିବ
  • ||
  • ବଲାଙ୍ଗୀର ସହର ଭିତରେ ଦୁର୍ଘଟଣା, ଭାରସାମ୍ୟ ହରାଇ ରାସ୍ତାକଡ଼ ଦୋକାନକୁ ପଶିଗଲା କଣ୍ଟେନର
  • ||
  • ବସୁମତୀ ସ୍ନାନ ସହ ଶେଷ ହେଲା ରଜ, ୩ ଦିନର ବିଶ୍ରାମ ପରେ ଶୁଦ୍ଧ ସ୍ନାନ କଲେ ବସୁମାତା
  • ||
  • ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି; କୋଲକାତାରେ ଜରୁରୀ ଅବତରଣ
  • ||
  • ପରମାଣୁ ଅସ୍ତ୍ର ନେଇ ଇରାନ୍‌କୁ ଟ୍ରମ୍ପଙ୍କ କଡ଼ା ଚେତାବନୀ, କହିଲେ ତୁରନ୍ତ ତେହେରାନ୍ ଛାଡ଼, ଡ଼ାକିଲେ ବଡ଼ ବୈଠକ
  • ||
  • କାନାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆଜି ଓ କାଲି ଦୁଇ ଦିନ ଧରି G7 ସମିଟ୍‌ରେ ସାମିଲ ହେବେ
  • ||
  • ଅନବସରରେ ମହାପ୍ରଭୁ: ଫୁଲୁରି ତେଲ ଘଷା ହେବାରେ ଉପଶମ ହେଉଛନ୍ତି ଦାରୁବ୍ରହ୍ମ, ଆଜି ଓଷ ଲାଗି ନୀତି
  • ||
  • ଏବେ ବଡ଼ ବର୍ଷା ନାହିଁ: ଆଜି କିଛି ସ୍ଥାନରେ ବର୍ଷିବ, ୨୩ରୁ ପୁଣି ବଢ଼ିପାରେ, ତାପମାତ୍ରା ୨ରୁ ୪ ଡିଗ୍ରୀ କମିବା ସମ୍ଭାବନା
  • ||

ବିହନ କଳାବଜାରୀ ରୋକିବାକୁ ଅଣ୍ଟା ଭିଢିଲା ପ୍ରଶାସନ, ୭ ବିହନ ଦୋକାନ ଉପରେ ଚଢାଉ

Published By : Suraj Kumar | May 31, 2025 8:11 PM

ନବରଙ୍ଗପୁର,୩୧।୫(ଆପ୍ର) : ନବରଙ୍ଗପୁର ଜିଲ୍ଲାରେ ବିହନ କଳାବଜାରୀ ରୋକିବାକୁ ଜିଲ୍ଲା ପ୍ରଶାସନ ଅଣ୍ଟାଭିଢିଛି। ବିହନଏନ୍‌ଫୋର୍ସ ମେଣ୍ଟ ସ୍ପାର୍ଡ ଚନ୍ଦାହାଣ୍ଡି ବ୍ଳକର ୭ଟି ବିହନ ଦୋକାନ ଉପରେ ଚଢାଉ ବିଭିନ୍ନ ଅନିୟମିତତା ଗୁଡିକର ୭ଦିନ ମଧ୍ୟରେ ସ୍ପଷ୍ଟିକରଣ ଦେବାକୁ ନୋଟିସ୍ ଜାରୀ କରିଛି। ୭ ଦିନ ମଧ୍ୟରେ ବିହନ ଦୋକାନୀ ମାନେ ସନ୍ତୋଷ ଜନକ ଉତ୍ତର ନ ମିଳିଲେ ସେମାନଙ୍କର ଲାଇସେନ୍ସ ରଦ୍ଧ କରାଯିବ ବିହନ ଏନ୍‌ଫୋର୍ସମେଣ୍ଟ ସ୍କାର୍ଡ ସ୍ପଷ୍ଟ କରିଦେଇଛି। 

ଜିଲ୍ଲା ଏନ୍‌ଫୋର୍ସ ସ୍ପାର୍ଡରେ କୃଷି ଜିଲ୍ଲାଅଧୂକାରୀ ବିଶ୍ଵଜିତ ସାହୁ, ଅନୀଲ କୁମାର ପ୍ରହରାଜ, ପ୍ରଣୟ କୁମାର ମନ୍ତ୍ରୀ, ବିହନ ନୀରିକ୍ଷକ ପ୍ରଶାନ୍ତ କୁମାର ବାଗ, ଚନ୍ଦାହାଣ୍ଡି ତହସିଲଦାର ସହଦେବ କୁତୁର୍କା ପ୍ରମୁଖ ଚନ୍ଦାହାଣ୍ଡି ବ୍ଳକର ୭ଟି ବିହନ ଦୋକାନ ଉପରେ ଚଢାଉ କରି ଥିଲେ। କିଏ ଅଣସ୍ବୀକୃତି ପ୍ରାପ୍ତ ବିହନ କମ୍ପାନୀର ବିହନ ବିକ୍ରି କରୁଛି ତ’ ଆଉ କାହାର ଷ୍ଟକ୍ ବୁକ୍ ନିୟମିତ କରାଯାଉନି। ଏଭଳି ଆଇନ ଉଲଂଘନ କରି ବିହନ କାରବାର ଚାଲିଥିବା ଯୋଗୁ ୭ଟି ବିହନ ଦୋକାନ ଉପରେ ଚଢାଉ କରି ନୋଟିସ୍ ଜାରୀ କରିଛନ୍ତି। ଆସନ୍ତା ୭ ଦିନ ମଧ୍ୟରେ ସନ୍ତୋଷ ଜନକ ଉତ୍ତର ନ ମିଳିଲେ ସେମାନଙ୍କ ଲାଇସେନ୍ସ ଗୁଡିକ ରଦ୍ଧ କରା‌ଯିବ ବୋଲି ଏନ୍‌ଫୋର୍ସମେଣ୍ଟ ସ୍କ୍ମାର୍ଡ ସ୍ପଷ୍ଟ କରିଛି। 

ସୂଚନାଯୋଗ୍ୟ ଯେ. ଜିଲ୍ଲାରେ ଭେଜାଲ ବିହନ ଓ ସାରକୁ ନେଇ ଅନେକ ଥର ଚାଷୀ ଅଭିଯୋଗ କରିଛନ୍ତି। ଏଥି ପାଇଁ ଚାଷୀ ଅନେକ କ୍ଷତିଗ୍ରସ୍ତ ହଉଛନ୍ତି। ନବରଙ୍ଗପୁର ଜିଲ୍ଲାରେ ବିହନ ଓ ସାର କଳାବାଜରୀଙ୍କୁ ରୋକିବା ପାଇଁ ପ୍ରଥମ ଥର ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ କଠୋର ପଦକ୍ଷେପ ଗ୍ରହଣ କରୁଥିବାରୁ ବିହନ ଓ ସାରକୁ କଳାବାଜରୀଙ୍କ ନିଦ ହଜିଯାଇଥିବା ବେଳେ ଚାଷୀ ଏହାକୁ ସ୍ବାଗତ କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.