ପ୍ରମୂଖ ଖବର
  • ବାଟବାଟୀ ବ୍ୟାଟଲ ; ଟସ୍ ଜିତି ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି, ବୋଲିଂ କରିବ ଭାରତ, ଫେରିଲେ କୋହଲି
  • ||
  • ଯାଜପୁର : ଶୋଇଥିବା ବେଳେ ଷ୍ଟୁଡିଓ ମାଲିକଙ୍କୁ ନିର୍ମମ ହତ୍ୟା, ପୋଲିସର ତଦନ୍ତ ଆରମ୍ଭ
  • ||
  • ଛତିଶଗଡ଼ ବିଜାପରୁରେ ଏନ୍‌କାଉଣ୍ଟ, ଯବାନଙ୍କ ଗୁଳିରେ ଟଳିଲେ ୧୨ ମାଓବାଦୀ
  • ||
  • ନକଲି ଗୁଟଖା ଫ୍ୟାକ୍ଟ୍ରିରେ ଦିଲ୍ଲୀ, ଆନ୍ଧ୍ର ଜିଏସ୍‌ଟି ଟିମ୍‌ର ଚଢ଼ାଉ, ବିଭିନ୍ନ ସାମଗ୍ରୀ ଜବତ
  • ||
  • ଜଗତସିଂହପୁର ପିଏନ୍‌ବି ବ୍ୟାଙ୍କରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ କରିବାକୁ ଉଦ୍ୟମ ଜାରି
  • ||
  • ହେଲିକପ୍ଟର ଯୋଗେ କଟକ ଯିବେ ମୁଖ୍ୟମନ୍ତ୍ରୀ, ବାରବାଟୀରେ ଭାରତ- ଇଂଲଣ୍ଡ ଲଢ଼େଇ ଦେଖିବେ
  • ||
  • ବାରବାଟୀ ଲଢ଼େଇ: ସୁପର ସନ୍‌ଡେ'ରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଟିମ୍‌କୁ ଫେରିବେ କୋହଲି, ରିଷଭ
  • ||
  • ରବିବାରଠୁ ଉପରମୁହାଁ ହେବ ପାରଦ,୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

ବେଆଇନ ବାଲି ଘାଟରେ ଚଢାଉ : ବାଲି ଚାଲାଣ ରୋକିବା ପାଇଁ ଖୋଳାଗଲା ଘାଟ ରାସ୍ତା

Published By : Prameya | January 25, 2025 7:12 PM

ଜଳେଶ୍ବର ୨୫/୦୧ :  ବାଲେଶ୍ବର ଜିଲ୍ଲା ଜଳେଶ୍ବର ତହସିଲ ଅନ୍ତର୍ଗତ ସୁବର୍ଣ୍ଣରେଖା ନଦୀର ରାଜନଗର ଏବଂ ମଥୁରାନାଥ ଗ୍ରାମରେ  ଥିବା ୨ଟି ବେଆଇନ ବାଲି ଘାଟରେ ଜିଲ୍ଲା ଲଘୁ ଖଣିଜ ସମ୍ପଦ ବିଭାଗ ଏବଂ ଜଳେଶ୍ବର ପୋଲିସ ମିଳିତ ଭାବେ  ଚଢାଉ କରିଛି।ବାଲେଶ୍ବର ଜିଲ୍ଲା ମାଇନିଂ ଅଫିସର ଅନୀଲ କୁମାର ଦାସଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ଟିମ୍ ଦୁଇଟି ବେଆଇନ ବାଲି ଘାଟରେ ଚଢାଉ କରିଥିଲେ ।ଏଥି ସହ ବେଆଇନ ବାଲି ପରିବହନ ଉପରେ ରୋକ ଲଗାଇବା ପାଇଁ  ଦୁଇଟି ବାଲି ଘାଟର ମୁଖ୍ୟ ରାସ୍ତାକୁ ଜେସିବି ସାହାଯରେ ଖୋଳି ଦେଇଛନ୍ତି। 

 ଦୀର୍ଘ ଦିନ ଧରି ଏହି ଅଞ୍ଚଳରେ ବେଆଇନ ଭାବରେ ଜେସିବି ଲଗାଇ ନଦୀ ଗର୍ଭରୁ ବାଲି ଉତ୍ତୋଳନ କରାଯାଉଛି। ଡମ୍ପର ଏବଂ ଟ୍ରାକ୍ଟର ସାହାଯରେ ପଶ୍ଚିମବଙ୍ଗ ସମେତ ଜିଲ୍ଲାର ବିଭିନ୍ନ ସ୍ଥାନକୁ ବାଲି  ଚାଲାଣ କରା ଯାଉଛି।  ଫଳରେ ନଦୀ କୂଳ ଖାଇ କ୍ରମଶଃ ଗାଁ ଆଡକୁ ମାଡି ଆସୁଥିବାରୁ  ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ରହୁଛନ୍ତି।  ବେଆଇନ ବାଲି ଉତ୍ତୋଳନ ବନ୍ଦ ପାଇଁ ବାରମ୍ବାର ତହସିଲଦାର ଏବଂ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ଯାନୁଷ୍ଠାନ ଗ୍ରହଣ କରା ଯାଉ ନଥିଲା। କେବଳ ଏହି ଦୁଇଟି ସ୍ଥାନରେ ନୁହେଁ ଜଳେଶ୍ବର ତହସିଲ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ବାଲି ମାଫିଆ ମାନେ ବେଆଇନ ବାଲି ଉତ୍ତୋଳନ କରି ମାଲେମାଲ ହେଉଥିବା ବେଳେ କୋଟି କୋଟି ଟଙ୍କା ରାଜସ୍ବ ହରାଉଛନ୍ତି ସରକାର।  ତେଣୁ ରାଜସ୍ବ ବିଭାଗ ଏବଂ ଖଣିଜ ସମ୍ପଦ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ବେଆଇନ ବାଲି ଉତ୍ତୋଳନ ବନ୍ଦ କରିବା ପାଇଁ ଗ୍ରାମବାସୀ ଦାବି  କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.