ପ୍ରମୂଖ ଖବର
  • କର୍ଣ୍ଣାଟକ ହାଇକୋର୍ଟ ବିଚାରପତି ଦୀକ୍ଷିତ କ୍ରିଷ୍ଣା ଶ୍ରୀପଦ ଙ୍କ ବଦଳି ଆଦେଶ ଉପରେ ମୋହର ମାରିଲେ କେନ୍ଦ୍ର ସରକାର, ତୁରନ୍ତ ଓଡିଶା ହାଇକୋର୍ଟରେ ଯୋଗଦେବେ
  • ||
  • ବାଲେଶ୍ୱର : ଦାଦାବଟି ନଦେବାରୁ ଟ୍ରକ୍ ଡ୍ରାଇଭର୍ ଓ ହେଲପରଙ୍କୁ ନିସ୍ତୁକ ମାଡ଼, ପୋଲିସ ଉପରକୁ ଆକ୍ରମଣ, ୪ ଗିରଫ
  • ||
  • ଗଞ୍ଜାମ : ବିପୁଳ ପରିମାଣର ଗଞ୍ଜେଇ ଜବତ, ୨ ଅଟକ
  • ||

ଝାଡ଼ଖଣ୍ଡରେ ଭୟଙ୍କର ଟ୍ରେନ ଦୁର୍ଘଟଣା; ଦୁଇ ମୃତ , ଇଞ୍ଜିନ୍ ଲାଇନଚ୍ୟୁତ

Published By : prameya | April 1, 2025 10:14 AM

ନୂଆଦିଲ୍ଲୀ,୦୧/୦୪:   ଝାଡଖଣ୍ଡରେ ଭୟଙ୍କର ଟ୍ରେନ ଦୁର୍ଘଟଣା । ବରହେଟରେ ଏନଟିପିସି ଫାଟକ ନିକଟରେ ଦୁଇଟି ମାଲବାହୀ ଟ୍ରେନ୍ ମଧ୍ୟରେ ଧକ୍କା । ଫଲରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି । 

ସୂଚନା ଅନୁସାରେ, ଘଟଣାଟି ଭୋର ସାଢ଼େ ୩ଟାରେ ଘଟିଥିଲା। ଟ୍ରାକ ଉପରେ ଏକ ମାଲବାହୀ ଟ୍ରେନ୍ ଠିଆ ହୋଇଥିଲା। ଏହି ସମୟରେ, ଫରକ୍କାରୁ ଲଲମଟିଆ ଯାଉଥିବା ଟ୍ରେନଟି  ଏହାକୁ ଜୋରରେ ଧକ୍କା ଦେଇଥିଲା। ଯାହା ଫଳରେ ଇଞ୍ଜିନ ଏବଂ କୋଇଲା ବୋଝେଇ ବଗିରେ ନିଆଁ ଲାଗିଯାଇଥିଲା। ସେହି ସମୟରେ ଦୁଇଟି ଇଞ୍ଜିନ ଲାଇନଚ୍ୟୁତ ହୋଇଥିଲା ଏବଂ ଇଞ୍ଜିନଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିଲା। ସୂଚନା ପାଇବା ମାତ୍ରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲା। 

ଏହା ମଧ୍ୟ ପଢନ୍ତୁ-  ଏପ୍ରିଲ ପହିଲାରୁ ଏହି ସବୁ ନିୟମରେ ବଡ଼ ପରିବର୍ତ୍ତନ , ଜାଣନ୍ତୁ କ'ଣ?

ଏଥିସହ ଆହତ ହୋଇଥିବା ୪ଜଣ ଲୋକ ସମସ୍ତେ ରେଳ କର୍ମଚାରୀ ଏବଂ CISF କର୍ମଚାରୀ ବୋଲି ଜଣାପଡ଼ିଛି। ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଛି। ତେବେ ଦୁର୍ଘଟଣା ପରେ, ମାଲବାହୀ ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଛି ଏବଂ ଲାଇନକୁ ବନ୍ଦ କରି ଦିଆଯାଇଛି। ଏହାକୁ ସଜାଡ଼ିବା ପାଇଁ ୨ ରୁ ୩ ଦିନ ସମୟ ଲାଗିପାରେ।  ରେଳ ବିଭାଗ ଦୁର୍ଘଟଣାର ତଦନ୍ତ କରୁଛି। ଦୁଇଟି ଟ୍ରେନ୍ ଗୋଟିଏ ଟ୍ରାକରେ କିପରି ଆସିଲା ତାହା ଜାଣିବା ପାଇଁ ଚାଲିଛି ପ୍ରୟାସ। 









Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.